ଭଙ୍ଗା ଘରେ କଟୁଛି କରୁଣାକରଙ୍କ ଜୀବନ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗ୍ରାମର କରୁଣାକର ସାହୁଙ୍କ ଛପର ଫନୀରେ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିଲା। କିନ୍ତୁ ସରକାରୀ ସହାୟତା ତ ଦୂରର କଥା ଅଦ୍ୟାବଧି ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କୁ ଜରି ପାଲଟିଏ ମଧ୍ୟ ପ୍ରଦାନ କରାଯାଇ ନାହିଁ। ଫଳରେ ମୁଣ୍ଡଫଟା ଖରାରେ ଭଙ୍ଗାଦଦରା ଘରେ ସେ ମୁଣ୍ଡ ଗୁଞ୍ଜୁଥିବା ଅଭିଯୋଗ କରିଛନ୍ତି।
କରୁଣାକରଙ୍କୁ ମିଶାଇ ତାଙ୍କ ପରିବାରର ମୋଟ୍‌ ୬ ଜଣ କେତେବେଳେ ଭଙ୍ଗା ଘରେ ତ କେବେ ଖୋଲା ଆକାଶ ତଳେ ରହୁଛନ୍ତି। ପ୍ରଶାସନର କୌଣସି ଅଧିକାରୀ ତାଙ୍କ ନିକଟରେ ପହଞ୍ଚତ୍ ନାହାନ୍ତି। ୧୫ ଦିନ କାଳ ଖୋଲା ଆକାଶ ତଳେ ବୃଦ୍ଧ ବାପା ଓ ଦୁଇ ପିଲାଙ୍କ ସହ ପଡ଼ିରହିବା ପରେ ଏବେ ଏକ ଝାଟିମାଟି ଘର କରି ସେଥିରେ ପିଲାଙ୍କୁ ଥଇଥାନ କରିଛନ୍ତି। ତେବେ ଫନୀକୁ ପାଖାପାଖି ମାସେ ପୂରିବାକୁ ଯାଉଥିବାବେଳେ କରୁଣାକରଙ୍କୁ ସହାୟତା ପ୍ରଦାନ କରା ନ ଯିବା ନେଇ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଅନୁଗୋଳ ତହସିଲଦାର ବିଚିତ୍ରାନନ୍ଦ ନାୟକ କହିଛନ୍ତି ଯେ, ଘର ଭଙ୍ଗା ଲୋକଙ୍କୁ ତୁରନ୍ତ ପଲିଥିନ ମିଳିବା କଥା। କିନ୍ତୁ ତାଙ୍କୁ କାହିଁକି ପ୍ରଦାନ କରାଯାଇ ନାହିଁ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଘର ଭଙ୍ଗା ଟଙ୍କା ବର୍ତ୍ତମାନ ସୁଦ୍ଧା ଆସି ନ ଥିବାରୁ


Enter your email to get our daily news in your inbox.

All Right Reserved By Dharitri.Com

ବିଶୋଧନ ହେଲା ବିଭିନ୍ନ କାର୍ଯ୍ୟାଳୟ

ବଇଣ୍ଡା, ୧୧ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ନୁନୁକାପଶି, ଗାଁ ବଇଣ୍ଡା, ହଣ୍ଡପା ଆଦି ୩ଟି ପଞ୍ଚାୟତର ବିଭିନ୍ନ କାର୍ଯ୍ୟାଳୟକୁ ବାମୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ସାନିଟାଇଜ କରାଯାଇଛି।...

ତାଳଚେର ବିଧାୟକଙ୍କ କାର ପୋଡ଼ି ଘଟଣା: ବିଜେଡି ପକ୍ଷରୁ ଆଉ ଏକ ଏତଲା

ତାଳଚେର,୧୦ା୧୨(ନି.ପ୍ର.)- ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡ଼ି ପୋଡ଼ି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଜନୈକ ଯୁବକଙ୍କ ନାମରେ ମଙ୍ଗଳବାର ବିକ୍ରମପୁର ଥାନାରେ ବିଜେଡି ଯୁବ...

ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଜିଲାପାଳ:ବକେୟା କାର୍ଯ୍ୟ ଶୀଘ୍ର ସାରିବାକୁ ତାଗିଦ

ଅନୁଗୋଳ ଅଫିସ, ୨।୯ ରବିବାର ରାତିରେ ଖୋଲାଥିବା ଅନୁଗୋଳ ତହସିଲ କାର୍ଯ୍ୟାଳୟରୁ ଫାଇଲ ନେଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୋମବାର ପୂର୍ବାହ୍ନରେ ଉକ୍ତ କାର୍ଯ୍ୟାଳୟରେ...

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି

ବଇଣ୍ଡା,୨୨।୧ (ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଶୁକ୍ରବାର ଏକ ବୈଠକ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଲଲିତ ମୋହନ ବେହେରାଙ୍କ...

ଗହଳି ପାରିଲେନି ସମ୍ଭାଳି

ଅନୁଗୋଳ ଅଫିସ, ୨୨।୪ – ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ହ୍ରାସ ପାଇଥିଲା। ହେଲେ ୨୦ ତାରିଖରୁ କିଛିଟା...

ଅବକାରୀ ବିଭାଗ ହାତ ଖାଲି

ଅନୁଗୋଳ ଅଫିସ,୭ା୨: ଅନୁଗୋଳ ଉପକଣ୍ଠ ରାଣୀଗୁଡ଼ାର ନକଲି ମଦ ମାଫିଆ ଜୟପ୍ରକାଶ ଗୁପ୍ତାଙ୍କ ଘରେ ଚଢ଼ାଉ କରିବାର ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅବକାରୀ ବିଭାଗର...

ତାତିଲେ ରାଣୀଗୋଡ଼ାବାସୀ : ବିଜୁଳି ଦିଅ, ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ, ୧୬।୫- ଅନୁଗୋଳ ଉପକଣ୍ଠ ରାଣୀଗୋଡ଼ା ନାୟକ ସାହିର ଲୋକେ ଅନୁଗୋଳ ସେସୁ କାର୍ଯ୍ୟାଳୟ ଆଗରେ ବୁଧବାର ଧାରଣା ଦେଇଥିଲେ। ଗ୍ରାମରେ ଲୋ ଭୋଲଟେଜ୍‌...

ଟ୍ରେନ୍‌ ଧକ୍କାରେ ଛାତ୍ର ଗୁରୁତର: କ୍ଷତିପୂରଣ ଦାବିରେ ରେଳଧାରଣାରେ ବସିଲେ ଉତ୍ତ୍ୟକ୍ତ ଲୋକେ

ବଅଁରପାଳ,୧୬।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟ ନାଲ୍‌କୋ ରେଳଧାରଣାରେ ଶନିବାର ସକାଳେ ଟ୍ରେନ୍‌ ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ସେ...

Advertisement
Archives

Model This Week