ଭକ୍ତଙ୍କୁ ବଣ୍ଟାଯାଉନି ମାଗଣା ମହାପ୍ରସାଦ

ପୁରୀ ଅଫିସ, ୮।୧: ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ କଣିକାଏ ପାଇଲେ ଜୀବ ମୁକ୍ତିଲାଭ କରେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଠାକୁରଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ପାଇଁ ଚାହିଁ ରହିଥାନ୍ତି। କିନ୍ତୁ ପ୍ରତ୍ୟେକ ଭକ୍ତ ମହାପ୍ରସାଦ କିଣିବାକୁ ସମର୍ଥ ହେଉ ନ ଥିବାରୁ ବାଇଶିପାହାଚରେ ବଣ୍ଟାଯାଉଥିଲା ମାଗଣା ମହାପ୍ରସାଦ। ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁଙ୍କ ହାତକୁ କଣିକାଏ ଅବଢା ବଢାଇ ଦିଆଯାଉଥିଲା। ସେମାନେ ଖୁସି ମନରେ ଫେରୁଥିଲେ। ହେଲେ ପ୍ରାୟ ୨ବର୍ଷ ହେବ ଆଉ ବଣ୍ଟାଯାଉନି ମହାପ୍ରସାଦ। ଶ୍ରୀମନ୍ଦିର ବଜେଟ୍‌ରେ ସ୍ବତନ୍ତ୍ର ଅନୁଦାନ ଥାଇ ମଧ୍ୟ ଇଚ୍ଛାଶକ୍ତି ଅଭାବରୁ ଏହା ବନ୍ଦ ହୋଇଯାଇଥିବା କୁହାଯାଉଛି। ଏ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ମାଗଣାରେ କଣିକାଏ ଲେଖାଏ ଅବଢା ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିଲା। ୨୦୧୬ ମସିହା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ମାଗଣା ମହାପ୍ରସାଦ (ମିଷ୍ଟାନ୍ନ) ବଣ୍ଟନ। ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ୨ହାଣ୍ଡି ମିଷ୍ଟାନ୍ନ ଶ୍ରଦ୍ଧାଳୁଙ୍କୁ ବାଣ୍ଟିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ୨ ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ବାଇଶିପାହାଚରେ ଦୁଇଟି ବଡ଼ ଆଟିକାରେ ପ୍ରତ୍ୟହ ଏହି ମିଷ୍ଟାନ୍ନ ବଣ୍ଟାଯାଉଥିଲା। ଭକ୍ତମାନେ କଣିକାଏ ଲେଖାଏ ମହାପ୍ରସାଦ ପାଇଁ ଖୁସି ମନରେ ଫେରୁଥିଲେ। ପ୍ରାୟ ୨ ବର୍ଷ ହେବ ବନ୍ଦ ହୋଇଯାଇଛି ଏହି ମାଗଣା ମହାପ୍ରସାଦ ବଣ୍ଟନ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶ୍ରୀମନ୍ଦିର ୨୦୧୮-୧୯ ବଜେଟ୍‌ରେ ଏଥିଲାଗି ୧.୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ପ୍ରଦୀପ ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବାବେଳେ ମାଗଣା ମହାପ୍ରସାଦ ପରିମାଣ ବଢାଇବା ଲାଗି ଯୋଜନା କରାଯାଇଥିଲା। ୨ ଆଟିକା ବଣ୍ଟାଯାଉଥିବାରୁ ଅନେକ ଭକ୍ତ ଏଥିରୁ ବଞ୍ଚତ୍ତ ହେଉଥିଲେ । ତେଣୁ ୨୦ ଆଟିକା ମହାପ୍ରସାଦ ଚାରିଦ୍ୱାରରେ ବଣ୍ଟାଯିବା ନିମନ୍ତେ ଯୋଜନା ହୋଇଥିଲା। ଏପରି କି ଭକ୍ତଙ୍କୁ ହାତରେ ନୁହେଁ, ଖଲି ଦନାରେ ମହାପ୍ରସାଦ ଦିଆଯିବା ନିମନ୍ତେ ମଧ୍ୟ ପ୍ରଶାସନ ସ୍ଥିର କରିଥିଲା। ଏଥିପାଇଁ ଖଲିଦନା ଅଣାଯାଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରଖାଯାଇଥିଲା। ହେଲେ ଏହା କାର୍ଯ୍ୟକାରୀ ପୂର୍ବରୁ ମାଗଣା ମହାପ୍ରସାଦ ବଣ୍ଟନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ତେବେ ହଠାତ୍‌ କାହିଁକି ଏହାକୁ ବନ୍ଦ କରାଗଲା। ଏହା ବନ୍ଦ ହେବା ପଛରେ କାହାର କିଛି ସ୍ବାର୍ଥ ରହିଛି କି ଏମିତି ନାନା ସନ୍ଦେହ ଏବେ ଭକ୍ତଙ୍କ ମନରେ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ବାଲେଶ୍ୱର ଖଇରାର ମାଧବ ସାହୁ କହିଛନ୍ତି, ଆମେ ଟ୍ରେନରେ ପୁରୀ ଆସୁ। ଯଦି ଦର୍ଶନ ବିଳମ୍ବ ହୁଏ ତେବେ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବାକୁ ସମୟ ନ ଥାଏ। ଟ୍ରେନ୍‌ ଛାଡ଼ିି ଦେବାର ଭୟ ଥାଏ। ତେଣୁ ପୂର୍ବରୁ ବାଇଶି ପାହାଚରେ ବଣ୍ଟା ଯାଉଥିବା ମହାପ୍ରସାଦ ପାଇ ଆମେ ଫେରିଥାଉ। ଟିକିଏ ମହାପ୍ରସାଦ ପାଇଲେ ମନ ଖୁସି ହୋଇଯାଏ। ପୂର୍ବରୁ ଏକାଧିକ ଥର ବାଇଶିପାହାଚରେ ବଣ୍ଟାଯାଉଥିବା ଅବଢା ପାଇଛି। ହେଲେ ଏବେ ଆଉ ତାହା ମିଳୁନାହିଁ। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ବିଚାର କରି ଏହି ବ୍ୟବସ୍ଥା ପୁଣି ଆରମ୍ଭ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୪୯ ନଂ. ଜାତୀୟ ରାଜପଥ ମରାମତି ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଦେବଗଡ଼,୬।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଅନଶନରେ ବସିବା ସହ ଧାରଣା...

୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ଦୁଇ ଗିରଫ

ଭଦ୍ରକ ଅଫିସ,୨୩।୬: ଭଦ୍ରକ ଅବକାରୀ ଟିମ୍‌ ମଙ୍ଗଳବାର ବନ୍ତଛକ ପୋଲତଳୁ ଦୁଇ ଜଣ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଅବଦଲାପୁରର ପ୍ରଶାନ୍ତ...

ସୁଧୁରୁନି ଟ୍ରାଫିକ୍‌ ଜାମ୍‌

ଯୋଡ଼ା,୨୭।୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ଯୋଡା-ବଡବିଲ-ବିଲେଇପଦା-ଭଦ୍ରାସାହି ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ସୁଧୁରିବା ନାଁ ନେଉନାହିଁ । ଜାତୀୟ...

ପୁଣି ଚର୍ଚ୍ଚାରେ ଏସପି ସାରା ଶର୍ମା:ଅଧିକାରୀ, ଜନସାଧାରଣଙ୍କୁ ଦେଲେ ବ୍ୟାୟାମ ତାଲିମ

ପାରଳାଖେମୁଣ୍ଡି,୨୦-୧୧ (ସ୍ବ.ପ୍ର.):ପୁଣି ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା। ପୂର୍ବରୁ ମହିଳାଙ୍କ ସୁରକ୍ଷା ପାଇଁ ସି-ଟିମ୍‌ ଗଠନ କରିବା ସହ ଏଥିପାଇଁ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ।...

ବନ୍ଦ କୋଠରିରୁ ୧୨୩ କେଜି ଗଞ୍ଜେଇ ଜବତ

କୋରାପୁଟ,୨୫।୧(ସ୍ବ.ପ୍ର): ରାଜ୍ୟ ବାହାରକୁ ଚାଲାଣ ପାଇଁ ଏକ ବନ୍ଦ କୋଠରିରେ ରଖାଯାଇଥିବା ୧୨୩ କେଜି ଗଞ୍ଜେଇକୁ ପୋଲିସ ଜବତ କରିଛି। ଏହାର ବଜାର ମୂଲ୍ୟ ୧୨...

ବନ୍ଦ ଘରୁ ମା’ ଓ ଝିଅପୁଅଙ୍କ ମୃତଦେହ ଠାବ

ସମ୍ବଲପୁର,୧୪ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସୁନାପାଲି ଗଅନ୍ତିଆପଡ଼ାରେ ଶନିବାର ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ବନ୍ଦ ଘରୁ ପୋଲିସ ମା’ ସହ ପୁଅ...

ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ଛକରେ ରବିବାର ଅପରାହ୍ନରେ ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର...

ଘୋଷଣାରେ ଅଟକିଛି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ

ଯାଜପୁର ଅଫିସ୍‌,୨୩।୧୦: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।...

Advertisement
Archives

Model This Week