ବ୍ୟକ୍ତିତ୍ୱକୁ ବିକାଶ କରେ ସଙ୍ଗୀତ

ସିମୁଳିଆ, ୧୧।୧୨-କଳା ମାଧ୍ୟମରେ ସମାଜ ଜୀବନକୁ ସରସ, ସୁନ୍ଦର କରି ଗଢ଼ିହେବ। ଏଭଳି ବିଶ୍ୱାସ ରଖି ଯନ୍ତ୍ର ସଙ୍ଗୀତ ଶିକ୍ଷାଲାଭ କରି ସାଧନା ଜାରି ରଖିବା ସହ ଅନ୍ୟକୁ ଶିକ୍ଷା ଦେବା କାର୍ଯ୍ୟରେ ଲାଗି ପଡିଛନ୍ତି ମନୋଜ। ଉଚ୍ଚଶିକ୍ଷା ଲାଭ କରି ଶିକ୍ଷକତା ବୃତ୍ତିକୁ ସେ ଆଦରି ନେଇଛନ୍ତି। ହେଲେ କଳା ପ୍ରତି ତାଙ୍କର ଅତୁଟ ରୁଚି ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଯନ୍ତ୍ର ସଙ୍ଗୀତ ସାଧନା କରି ସେ ସାଉଁଟିଛନ୍ତି ଅନେକ ସଫଳତା। ତାଙ୍କୁ ମିଳିଛି ସଙ୍ଗୀତ ଭୂଷଣ ଭଳି ସମ୍ମାନ। ସେ କହନ୍ତି, ବାଲ୍ୟକାଳ ବା ଛାତ୍ର ଜୀବନ ହେଉଛି ସଙ୍ଗୀତ ଶିକ୍ଷାର ପ୍ରକୃଷ୍ଟ ସମୟ। ଏହାକୁ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ସହଶିକ୍ଷା ଭାବେ ଗ୍ରହଣ କଲେ ସେମାନଙ୍କ ପ୍ରତିଭା ବିକଶିତ ହୋଇପାରିବ। ଯୁବପିଢିଙ୍କୁ କଳାମନସ୍କ କରିବା ଲକ୍ଷ୍ୟ ନେଇ ସେ ଗଢିଛନ୍ତି ‘ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା’ ନାମରେ ଏକ ଅନୁଷ୍ଠାନ। ୨୫ଜଣ କଳାକାରଙ୍କୁ ନେଇ ୫ ବର୍ଷ ହେଲା ଏହି ଅନୁଷ୍ଠାନ ଆଗକୁ ବଢିଚାଲିଛି। ଶିକ୍ଷାନୁଷ୍ଠାନର ପାଠପଢ଼ା ଦାୟିତ୍ୱ ସାରି ପ୍ରତ୍ୟେକ ରବିବାରରେ ସେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବାଦ୍ୟ ସହିତ ନୃତ୍ୟ ଓ ସଙ୍ଗୀତ ମଧ୍ୟ ଶିକ୍ଷାଦାନ କରୁଛନ୍ତି ା
ସଙ୍ଗୀତ ଭୂଷଣ ମନୋଜଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଅଡ଼ା ଉଆସରେ। ୨୦୦୮ରୁ ସେ ଅଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି। ପିଲାଦିନୁ କଳା ଦୁନିଆର ଆକର୍ଷଣରେ ବାନ୍ଧି ହୋଇପଡିଥିବା ମନୋଜ କହନ୍ତି, ତାଙ୍କ ଜେଜେ ସ୍ବର୍ଗତ କ୍ଷେତ୍ରବାସୀ ମହାନ୍ତି ଥିଲେ ନିଜ ଅଞ୍ଚଳର ଜଣେ ଭଲ ଅଭିନେତା। ତାଙ୍କ ମା’ ତିଳୋତ୍ତମା ଜଣେ ଗୃହିଣୀ। ବାପା ନଟବର ମହାନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଜଣେ ହାରମୋନିୟମ ଓ ଭାଓଲିନ ବାଦକ ଭାବେ ସୁନାମ ଅର୍ଜନ କରିଛନ୍ତି। ବାପାଙ୍କଠାରୁ ପ୍ରେରଣା ପାଇ ପିଲାଦିନେ ସେ ପ୍ରଥମେ ହାରମୋନିୟମ ବାଦନ ଶିକ୍ଷା କରିଥିଲେ। ପରେ ଭଦ୍ରକର ମୋନମୋହନ ସଙ୍ଗୀତ ପରିଷଦରୁ ଗୁରୁ ହରିବନ୍ଧୁଙ୍କ ନିକଟରୁ ତବଲା ଓ କିବୋର୍ଡ ଶିକ୍ଷାଲାଭ କରି ସଙ୍ଗୀତ ସାଧନା କରି ଆସୁଛନ୍ତି। ତାଙ୍କ ବାପା ହିଁ ତାଙ୍କର ପ୍ରଥମ ଗୁରୁ। ମୋଟ୍‌ ଚାରି ଭାଇ ଜଣେ ଭଉଣୀଙ୍କ ମଧ୍ୟରେ ସେ ବଡ଼। ତାଙ୍କ ସାନଭାଇ ଇଞ୍ଜିନିୟର ଆଲୋକ ମହାନ୍ତି ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ। ଅର୍ଥ ରୋଜଗାର କରିବା ଲକ୍ଷ୍ୟ ନେଇ ସେ କଳାକୁ ବ୍ୟବହାର ନ କରି ବରଂ ଏହାପ୍ରତି ସମର୍ପିତ ହୋଇ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ସମେତ ବିଭିନ୍ନ ସ୍ଥାନରେ ସେ ଯନ୍ତ୍ର ସଙ୍ଗୀତରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି।
ମନୋଜଙ୍କ ମତରେ ଛାତ୍ରୀଛାତ୍ରଙ୍କ ଜୀବନରେ ଶିକ୍ଷା ସହିତ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଛାତ୍ରୀଛାତ୍ରମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥାଏ। ସେମାନଙ୍କ ଏକାଗ୍ରତା ବୃଦ୍ଧି କରିଥାଏ। ଏଣୁ ସବୁ ଶିକ୍ଷାନୁଷ୍ଠାନରେ ସଙ୍ଗୀତକୁ ସହଶିକ୍ଷା ଭାବେ ଗ୍ରହଣ କରାଯିବା ଦରକାର। ଶିକ୍ଷକ ମନୋଜଙ୍କ ପତ୍ନୀ ତପନପ୍ରଭା ଜଣେ ଗୃହିଣୀ। ଝିଅ ମୌସୁମୀ ବିଜ୍ଞାନ ଛାତ୍ରୀ। ପୁଅ ଦୀପକ ମଧ୍ୟ ବିଜ୍ଞାନର ଛାତ୍ର ଅଟନ୍ତି। ସେମାନେ ମଧ୍ୟ ସଙ୍ଗୀତ ପ୍ରତି ରୁଚି ରଖନ୍ତି। ଛାତ୍ରୀଛାତ୍ରମାନେ ସଙ୍ଗୀତ ଶିକ୍ଷା କରି ଏହାକୁ ପେସା ଭାବେ ଗ୍ରହଣ କରିପାରିବେ ବୋଲି ମନୋଜ କହନ୍ତି।

(ସନ୍ତୋଷ କୁମାର ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ଆଜି ଭକ୍ତ-ଭଗବାନ ଭେଟ: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ…

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri