ବ୍ଲିଚିଂ ପାଉଡ଼ରରେ ବି କରିହେବ ଘର, କାର୍ଯ୍ୟାଳୟ ସାନିଟାଇଜ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାରଣ ଜାରି ରଖିଛନ୍ତି। କରୋନାଠାରୁ ଦୂରେଇ ରହିବା ପାଇଁ ସାନିଟାଇଜେଶନ୍‌ ଜରୁରୀ। ଘର ଏବଂ କାର୍ଯ୍ୟାଳୟର ପରିମଳ ବ୍ୟବସ୍ଥା ବଜାୟ ରଖିଲେ ଏହି ଭୂତାଣୁଠାରୁ ସହଜରେ ରକ୍ଷା ମିଳିପାରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ସମ୍ପ୍ରତି ସାନିଟାଇଜର ବଜାରରେ ପର୍ଯ୍ୟାପ୍ତ ମିଳୁ ନ ଥିବାରୁ ଘରେ ବ୍ଲିଚିଂ ପାଉଡ଼ରରୁ କିଭଳି ସହଜରେ ସାନିଟାଇଜର ପ୍ରସ୍ତୁତ କରିହେବ ସେ ନେଇ ନୋଏଡ଼ାର ଗୌତମବୁଦ୍ଧ ନଗରର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ୧୦ ଲିଟର ପାଣିରେ ୧୦୦ ଗ୍ରାମ୍‌ ବ୍ଲିଚିଂ ପାଉଡ଼ର ପକାଇ ଏହାକୁ ଭଲ ଭାବେ ଘାଣ୍ଟିବା ପରେ ଏଥିରେ ଘର ଅବା କାର୍ଯ୍ୟାଳୟକୁ ଦିନରେ ୨ରୁ ୩ଥର ପୋଛିଲେ ଚଟାଣରେ ଥିବା ଭୂତାଣୁ ନଷ୍ଟ ହୋଇଯାଇଥାଏ। ଏହି ପାଣିରେ ଝରକା ରେଲିଂ, ଡୋର୍‌ ନବ୍‌ ଆଦିକୁ ପୋଛିଲେ ବାୟୁମଣ୍ଡଳରୁ ଆସି ଏସବୁ ସ୍ଥାନରେ ଲାଗିଥିବା ଭୂତାଣୁ ନଷ୍ଟ ହୋଇଯାଇଥାନ୍ତି ବୋଲି ଗୌତମବୁଦ୍ଧ ନଗରର ସ୍ବାସ୍ଥ୍ୟ ବିଭାଗର ୨୦୦ ଟିମ୍‌ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଏହି ସ୍ବର୍ଣ୍ଣ ବିଜୟିନୀ ମହିଳା ଶୁଟର୍‌

ନୂଆଦିଲ୍ଲୀ, ୪।୧୦: ବିହାର ନିର୍ବାଚନ ପୂର୍ବରୁ ଦିଗଂବତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ଝିଅ ତଥା ଜାତୀୟସ୍ତରର ମହିଳା ଶୁଟର୍‌ ଶ୍ରେୟାସୀ ସିଂ ଭାଜପାରେ ସାମିଲ...

କାନ୍ଦାହାର ବିମାନ ଅପହରଣ ଘଟଣାକୁ ୨୧ ବର୍ଷ: ମାସୁଦ -ଓମର-ଅହମ୍ମଦ ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ,୨୪।୧୨: କାନ୍ଦାହାର ବିମାନ ଅପହରଣ ଘଟଣାକୁ ଇତିମଧ୍ୟରେ ୨୧ ବର୍ଷ ପୂରଣ ହୋଇଛି। ୧୯୯୯ ଡିସେମ୍ବର ୨୪ରେ କାଠମାଣ୍ଡୁରୁ ଦିଲ୍ଲୀ ଉଡ଼ାଣ କରୁଥିବା ଇଣ୍ଡିଆନ୍‌ ଏୟାରଲାଇନ୍ସ୍‌ର...

ନିଆଁ ଲାଗିବା ପରେ ଭୁଶୁଡିଲା କାନ୍ଥ: ଉଦ୍ଧାର ବେଳେ ୨ ଦମକଳ କର୍ମଚାରୀ ମୃତ

ଶ୍ରୀନଗର,୧୨।୨: ଜମ୍ମୁର ତାଲାବ ତିଲୋ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିଲଡିଂରେ ନିଆଁ ଲାଗିବା ପରେ ଏହାର କାନ୍ଥ ଭୁଶୁଡିପଡ଼ିଛି। ଏଥିରେ ୨ଦମକଳ କର୍ମଚାରୀଙ୍କ...

ମହାରାଷ୍ଟ୍ରରେ ଖୋଲିଲା ଫୁଡ୍ କୋର୍ଟ, ବାର୍‌, ରେସ୍ତୋରାଁ

ମୁମ୍ବାଇ,୫ ।୧୦: କରୋନା ପରିସ୍ଥିତି ବେଳକୁ ବେଳ ଜଟିଳ ହେଉଥିବା ବେଳେ ଅନ୍‌ଲକରେ ଏବେ ପ୍ରାୟ ସବୁ ଖୋଲି ଯାଇଛି କହିଲେ ଚଳେ । ହେଲେ...

ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରି ହେବ ନାହିଁ…

ନୂଆଦିଲ୍ଲୀ,୧।୧୧: ନିର୍ଦ୍ଦିଷ୍ଟ ତାରିଖରେ ଇନସ୍ୟୁରାନ୍ସ୍‌ ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରିହେବ ନାହିଁ। ଏଭଳି ଦାବୀକୁ ସ୍ବୀକାର କରାଯିବ ନାହିଁ ବୋଲି...

ଫାରୁକ୍‌, ଓମାରଙ୍କୁ ଭେଟିପାରିବେ ୨ ଏନ୍‌ସି ଏମ୍‌ପି

ନୂଆଦିଲ୍ଲୀ,୧୪ା୯: ଗୃହବନ୍ଦୀ ଥିବା ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଓ ତାଙ୍କ ପୁଅ ତଥା ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲାଙ୍କୁ ଦଳର ଦୁଇଜଣ ଏମ୍‌ପି...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୨ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୧୮।୪: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ...

ବ୍ୟବହାର କରନ୍ତୁ ଏଭଳି ସାନିଟାଇଜର

କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଯିବା ପରେ ଏବେ ସାନିଟାଇଜର ଆମ ନିତିଦିନ ଜୀବନର ଏକ ମୁଖ୍ୟ ଉପାଦାନ ପାଲଟି ଯାଇଛି । ଛୋଟଠାରୁ ବଡ...

Advertisement
Archives

Model This Week