ବ୍ରୋନକ୍ସ ଜୁ’ରେ ୪ ବାଘ, ୩ ସିଂହଙ୍କୁ କରୋନା

ନ୍ୟୁୟର୍କ,୨୪ା୪: ନ୍ୟୁୟର୍କର ବ୍ରୋନକ୍ସ ଜୁ’ରେ ଗୋଟିଏ ବାଘୁଣୀ କରୋନା ସଂକ୍ରମିତ ହେବାର ପାଖାପାଖି ୩ ସପ୍ତାହ ପରେ ବୁଧବାର ସେଠାରେ ଆଉ ୪ଟି ବାଘ ଓ ୩ଟି ସିଂହ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଚିଡ଼ିଆଖାନାର ଦେଖାଶୁଣା କରୁଥିବା ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ସୋସାଇଟି (ଡବ୍ଲ୍ୟୁସିଏସ୍‌) ଏହି ସୂଚନା ଦେଇଛି। ମାସ ଆରମ୍ଭରେ ସେଠାରେ ୪ ବର୍ଷର ଏକ ମାଲେସୀୟ ବାଘୁଣୀ କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପ୍ରଥମ ଘଟଣା ଥିଲା। ୮ ପ୍ରାଣୀ ଧୀରେ ଧୀରେ ସୁସ୍ଥ ହେଉଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି। ସମସ୍ତଙ୍କ ପରୀକ୍ଷା ଭେଟେରିନାରି ଲାବରେଟୋରିରେ ହୋଇଥିଲା। ପ୍ରଥମ ସଂକ୍ରମିତ ବାଘୁଣୀ ନଦିଆର ନାକ, ଗଳା ଓ ଶ୍ୱାସନଳୀରୁ ସ୍ବାବ ନିଆଯାଇ ପରୀକ୍ଷା କରାଯାଇଥିଲା। ଅନ୍ୟମାନଙ୍କର ମଳ ନମୁନାରୁ ଏହି ପରୀକ୍ଷା କରାଯାଇଛି। ଉକ୍ତ ଚିଡ଼ିଆଖାନାରେ ଅନ୍ୟ ବନ୍ୟପ୍ରାଣୀ ଯଥା ବିଭିନ୍ନ ପ୍ରଜାତିର ଚିତାବାଘ, ପୁମା ସୁସ୍ଥ ଅଛନ୍ତି ଓ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଇନାହିଁ। ଜୁ କର୍ମଚାରୀଙ୍କଠାରୁ ଏହି ଭୂତାଣୁ ପ୍ରାଣୀ ଶରୀରକୁ ବ୍ୟାପିଥିବା କୁହାଯାଉଛି। ମଣିଷଠାରୁ ପ୍ରାଣୀ ଦେହକୁ କୋଭିଡ୍‌-୧୯ ସଂକ୍ରମିତ ହେଉଥିବାରୁ ଏଥିପାଇଁ ଜୁ କର୍ତ୍ତୃପକ୍ଷ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ଉହାନର ମାଛ ମାଂସ ବଜାରରୁ ପ୍ରଥମେ କରୋନା ଭୂତାଣୁ ମଣିଷକୁ ସଂକ୍ରମିତ ହୋଇଥିବା କୁହାଯାଉଥିଲେ ହେଁ ଅନ୍ୟ କୌଣସିଠାରେ ପ୍ରାଣୀଙ୍କଠାରୁ ମଣିଷ ଦେହକୁ ସଂକ୍ରମିତ ହେବାର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ନ୍ୟୁୟର୍କରେ ଦୁଇଟି ପୋଷା ବିରାଡ଼ି କୋଭିଡ୍‌ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ ମାଲିକ ଓ ଅନ୍ୟମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଭୟ କରିବାର କୌଣସି କାରଣ ନାହିଁ ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ରେ ଗପିବା ପଡ଼ିଲା ମହଙ୍ଗା: ଜଣଙ୍କୁ ୨ ଥର ଦେଲେ କରୋନା ଟିକା

କାନପୁର,୩।୪: ଭାରତରେ କରୋନାର ଦୋହରା ସଂକ୍ରମଣ ଆରମ୍ଭ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଉତ୍ତରପ୍ରଦେଶ ଲକ୍ଷ୍ନୌର...

ସିନ୍ଧୁ ନଦୀରେ ବେକେ ପାଣିରେ ବୁଡ଼ି ଯୁବକ କଲେ ରିପୋର୍ଟିଂ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇସଲାମାବାଦ୍‌,୨୮।୭: ଏବେ ସୋସିଆଲ୍‌ ମିଡ଼ିଆରେ ରିପୋର୍ଟିଂ କରୁଥିବା ଜଣେ ଯୁବକଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହେଉଛନ୍ତି ଅଜଦର ହୁସେନ୍‌। ସେ ପାକିସ୍ତାନର...

ଭୁବନେଶ୍ୱରରେ ପୁଣି ୪୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଭୁବନେଶ୍ୱରରୁ ସୋମବାର ୪୦୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୨୫ରେ ପହଞ୍ଚିଛି। ତେବେ ଆଜି...

ଭାରତୀୟଙ୍କୁ ପିଟିଲେ ୟୁକ୍ରେନ୍‌ ସୈନ୍ୟ

କ୍ୱିଭ,୧।୩: ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସୀମାମୁହଁା ହୋଇଛନ୍ତି। ଏ ସବୁ ଭିତରେ ସେଠାରୁ ପ୍ରତି ଭାରତୀୟଙ୍କୁ ବିଚଳିତ କରିବା ଭଳି...

ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁ ବନ୍ଦ

କଟକ ଅଫିସ,୨୭ା୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ କାଜୁଆଲିଟିର ଚତୁର୍ଥ ମହଲାରେ ଥିବା ସେଣ୍ଟ୍ରାଲ ଆଇସିୟୁକୁ ବନ୍ଦ କରି ଦିଆଯାଇଛି। ବୁଧବାର ଏଠାରୁ ଗୋଟିଏ...

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲମ୍ବା ଧାଡ଼ି

ବନ୍ତ,୩୦।୩(ଡି.ଏନ୍‌.ଏ.): କରୋନା କଟକଣା ପରେ ଭଦ୍ରକ ଜିଲା ବନ୍ତ ସଦର ମହକୁମାରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ଲୋକମାନେ ଡାକ୍ତରଖାନା...

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ...

ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !

ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ...

Advertisement
Archives

Model This Week