ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱରର ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ନେପାଳ, ବାଂଲାଦେଶ, ଗୋଆ ମାଫିଆଙ୍କ ସହ ତାଙ୍କର ନେଟ୍‌ୱର୍କ ରହିଥିଲା। ବୁଧବାର ମଧ୍ୟାହ୍ନରେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ ସହଦେବଖୁଣ୍ଟା ମଡେଲ ଥାନା ଅନ୍ତର୍ଗତ ଅରଡ଼ବଜାର ମସଜିଦ୍‌ ଗଳି ସ୍ଥିତ ସେକ୍‌ ରାଜାଙ୍କ ବାସଭବନ ଉପରେ ଚଢ଼ାଉ କରିବା ପରେ ଏ ସମ୍ପର୍କରେ ପୋଲିସକୁ ଆଉ କେତେକ ତଥ୍ୟ ମିଳିଛି। ଏପରି କି ସେକ୍‌ ରାଜା ରହୁଥିବା ଘର ଓ ଗଳି ରାସ୍ତା ସିସିଟିଭି ନଜରରେ ରହିଥିଲା। ସେଠାରେ ୪ଟି ସିସିଟିଭି କ୍ୟାମେରା ଲଗାଯାଇ ବେପାରୀଙ୍କ ସମେତ ପୋଲିସ ଓ ଅନ୍ୟ ବାହାର ଲୋକଙ୍କ ଯାତାୟାତ ଉପରେ ନଜର ରଖାଯାଉଥିଲା। ସ୍ପେଶାଲ ସ୍କ୍ବାଡ ଏହି ସିସିିଟିଭି କ୍ୟାମେରା ସହ ଏହାର କମ୍ପ୍ୟୁଟର ହାର୍ଡଡିସ୍କକୁ ଜବତ କରି ଏହାକୁ ପରୀକ୍ଷା କରିବାକୁ ନେଇଛି।
ବ୍ରାଉନ୍‌ସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ କାରବାର କରି ନିଶା ସାମ୍ରାଜ୍ୟ ବିସ୍ତାର କରିଥିବା ସେକ୍‌ ରାଜା ଚତୁରତାର ସହ ଦୀର୍ଘବର୍ଷ ଧରି ପୋଲିସ ନଜର ଅନ୍ତରାଳରେ ରହି ବିଭିନ୍ନ ସହଯୋଗୀ ଓ ଏଜେଣ୍ଟଙ୍କ ଜରିଆରେ ଏହି ବ୍ୟବସାୟ ଚଳାଇ ଆସୁଥିଲେ। ତାଙ୍କ ନିକଟରେ ପହଞ୍ଚିବା ସହଜ ନ ଥିଲା। ସିସିଟିଭି କ୍ୟାମେରା ଭଳି ଆଧୁନିକ ପ୍ରଯୁକ୍ତି କୌଶଳ ବ୍ୟବହାର କରି ସେ ପୋଲିସଠାରୁ ଦୂରେଇ ରହୁଥିଲେ ବୋଲି ତଦନ୍ତକାରୀ ସ୍କ୍ବାଡ ସୂତ୍ରରୁ ଜଣାପଡିଛି। ଉଲ୍ଲେଖନୀୟ ଯେ, ଗତ ୧୬ ତାରିଖରେ ଏସ୍‌ଟିଏଫ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଅଞ୍ଚଳରୁ ସେକ୍‌ ରାଜାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ନଗଦ ୧ଲକ୍ଷ ଟଙ୍କା, ଗୁଳି ଭର୍ତ୍ତି ପିସ୍ତଲ, ୧୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଏବଂ ୬ଟି ମୋବାଇଲ ଫୋନ୍‌ ଜବତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ବାଲେଶ୍ୱର ଅରଡ଼ବଜାର ମସଜିଦ୍‌ ଗଳି ସ୍ଥିତ ସେକ୍‌ ରାଜାଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘର ବନ୍ଦ ଥିବା ଦେଖିବାକୁ ମିଳିଥିଲା। ମସଜିଦ୍‌ ଗଳି ଆରମ୍ଭରୁ ତାଙ୍କ ଘର ଯାଏ ୪ଟି ସିସି ଟିଭି କ୍ୟାମେରା ଲଗାଯାଇଥିଲା। ଏସବୁ ସିସିଟିଭି କ୍ୟାମେରାର ହାର୍ଡଡିସ୍କ ତାଙ୍କ ଭାଉଜ ସନୱାର ବିବିଙ୍କ ଘରେ ରହିଥିଲା। ସ୍ପେଶାଲ ସ୍କ୍ବାଡ ଜବତ କରିଥିବା ସିସି ଟିଭି କ୍ୟାମେରା ହାର୍ଡଡିସ୍କକୁ ଯାଞ୍ଚ କଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଏହି ଚଢ଼ାଉବେଳେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ ଟିମ୍‌ରେ ଡିଏସ୍‌ପି ମନୋଜ ରାଉତ, ରେମୁଣା ଆଇଆଇସି ଶୁଭ୍ରାଂଶୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ମାଗିଛନ୍ତି ତଥ୍ୟ: ମନମୋହନ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ…

ରାଜ୍ୟରେ ଭତ୍ତାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍: ମନମୋହନ ସାମଲ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri