ବୈଷ୍ଣୋଦେବୀ ଯାତ୍ରା: କଟ୍ରାରେ ୫୦ ଘୋଡ଼ା ସହିତ ଚାଳକଙ୍କ କରୋନା ପରୀକ୍ଷା

କଟ୍ରା, ୨।୬: ଜୁନ୍‌ ୮ରୁ ମାତା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ମନ୍ଦିର କର୍ତ୍ତୃପକ୍ଷ ବେଶ୍‌ ସକ୍ରିୟ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ସୋମବାର କଟ୍ରାଠାରେ ୫୦ ଘୋଡ଼ା ସହିତ ସେମାନଙ୍କ ଚାଳକଙ୍କର ନମୁନା ସଂଗ୍ରହ କରି କରୋନା ପରୀକ୍ଷା ଲାଗି ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବା ମାତା ବୈଷ୍ଣୋଦେବୀ ଶ୍ରାଇନ୍‌ ବୋର୍ଡ ପରିଚାଳକ ରାଜେଶ ଶର୍ମା ସୂଚନା ଦେଇଛନ୍ତି। ମାତାଙ୍କ ଯାତ୍ରାରେ ଏଠାରେ ପ୍ରାୟ ୪୫୦୦ ଘୋଡ଼ା ଚାଳକ ସେବା ପ୍ରଦାନ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ଆଖପାଖ ଅଞ୍ଚଳର ୪୫୦ ଘୋଡ଼ା ଚାଳକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କର ନମୁନା ସଂଗ୍ରହ କରାଯାଇ ଖୁବ୍‌ ଶୀଘ୍ର ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ରାମମନ୍ଦିର ମୂଳଦୁଆ: ସହମତି ପ୍ରକାଶ କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୧୧।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିରର ମୂଳଦୁଆ ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ବୋଲି ସନ୍ଥମାନଙ୍କ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ କୋଠିୟାଲ

ଡେରାଡୁନ,୧।୭: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ କଲୋନେଲ ଅଜୟ କୋଠିୟାଲ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ...

କର୍ନାଟକରେ ଜୁନ୍‌ ୧ରୁ ଖୋଲିବ ମନ୍ଦିର-ମସଜିଦ୍‌-ଚର୍ଚ୍ଚ: ଶ୍ରଦ୍ଧାଳୁ ମାନିବେ ମାର୍ଗଦର୍ଶିକା

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଜୁନ୍‌ ୧ଠାରୁ ମନ୍ଦିର, ମସଜିଦ୍‌ ଏବଂ ଚର୍ଚ୍ଚ ଆଦି ଖୋଲାଯିବ। ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ସୂଚନା ଦେଇଛନ୍ତି। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା...

ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଶୋପିଆନର ସୁଜନ ଜନପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ...

ଏସ୍‌ସିଏସ୍‌ରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ,୮ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ଏପ୍ରିଲ ମାସ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହି ବିଶାଳ ଜଳରାଶି ଉପରେ ଚାଇନା ନିଜ ଏକଚାଟିଆ ଆଧିପତ୍ୟ ଜାହିର କରୁଥିବାବେଳେ...

ସ୍ତନ୍ୟପାନ କରାଉଥିବା ମା’ଙ୍କୁ ମିଳୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ପରାମର୍ଶ …

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସ୍ଥିତି ହୋଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନୂଆ...

ସବୁ ସ୍ବାସ୍ଥ୍ୟକେନ୍ଦ୍ରର ଜାତୀୟକରଣ ହେଉ

ନୂଆଦିଲ୍ଲୀ,୧୦।୪(ପି.ଟି.): କରୋନା ମହାମାରୀରୁ ଦେଶ ମୁକ୍ତ ନ ହେବା ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟସେବା କେନ୍ଦ୍ରକୁ ଜାତୀୟକରଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...

ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା

ନୂଆଦିଲ୍ଲୀ୧୯।୪: କେନ୍ଦ୍ର ସରକାର ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦେବା ନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀଙ୍କ ସହ...

Advertisement


Archives

Model This Week