Posted inଖେଳ

ବେଲଜିୟମ କୋଚ୍‌ ମାର୍ଟିନେଜଙ୍କ କାର୍ଯ୍ୟକାଳ ବୃଦ୍ଧି

ବ୍ରସେଲ୍ସ,୪।୫(ଏଏଫ୍‌ପି): ବେଲ୍‌ଜିୟମ ଫୁଟବଲ କୋଚ୍‌ ରୋବେର୍ଟୋ ମାର୍ଟିନେଜଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ କୋଚ୍‌ ପଦରେ ରହିବେ ବୋଲି ସ୍ଥାନୀୟ ଗଣମାଧ୍ୟମଗୁଡିକ ସୂଚନା ଦେଇଛନ୍ତି। ଏ ନେଇ ୪୬ ବର୍ଷୀୟ ମାର୍ଟିନେଜ ବେଲଜିୟମ୍‌ ଫୁଟବଲ ଫେଡେରେଶନ (ବିଏଫ୍‌ଏଫ୍‌) ସହିତ ୩ ସପ୍ତାହ ତଳେ ଚୁକ୍ତି କରିଛନ୍ତି। ଚଳିତ ବର୍ଷ ୟୁରୋପିଆନ ଚାମ୍ପିୟନଶିପ୍‌ ପରେ ମାର୍ଟିନେଜଙ୍କ ଚୁକ୍ତି ଶେଷ ହେବାର ଥିଲା। ତେବେ କୋଭିଡ-୧୯ ମହାମାରୀ କାରଣରୁ ତାଙ୍କ ଚୁକ୍ତିକୁ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ୨୦୧୮ ବିଶ୍ୱକପ୍‌ରେ ମାର୍ଟିନେଜ ବେଲଜିୟମକୁ ତୃତୀୟ ସ୍ଥାନରେ ପହଞ୍ଚାଇଥିଲେ। ତାଙ୍କର ବାର୍ଷିକ ପାଉଣା(୧.୩୩ ମିଲିୟନ ଆମେରିକୀୟ ଡଲାର)କୁ ଦୁଇଗୁଣ କରାଯିବ। ପୂର୍ବତନ ଇଭର୍ଟନ, ଓ୍ବିଗାଲ ଓ ସ୍ବାନ୍‌ସି ମ୍ୟାନେଜର ମାର୍ଟିନେଜ ୨୦୧୬ରେ ବେଲଜିୟମ କୋଚ୍‌ ଭାବେ ମାର୍କ ଓ୍ବିଲମୋଟ୍ସଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଓମେନ୍ସ ଲିଗ୍‌ ଉଦ୍‌ଘାଟିତ: ଉଦ୍‌ଘାଟନୀ ମ୍ୟାଚ୍‌ରେ ସ୍ପୋର୍ଟ୍ସ ହଷ୍ଟେଲର ବୃହତ୍‌ ବିଜୟ

ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟବଲ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌...

ନିଖତ, ଲଭଲିନା ପଦକ ଫେବରିଟ୍‌

ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍‌ ଓ ଲଭଲିନା ବୋର୍ଗୋହେନ୍‌ ଭାରତର ପଦକ ଫେବରିଟ୍‌ ରହିଛନ୍ତି।...

ବିଶ୍ୱକପ ଦଳ ଘୋଷଣା କଲା ହକି ଇଣ୍ଡିଆ: ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ,୨୩ା୧୨: ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ହକି ବିଶ୍ୱକପ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର-ରାଉରକେଲାରେ ହେବାକୁ...

ପଦାରେ ପଡ଼ିଲା ବୋଲିଂ ୟୁନିଟ୍‌ର ଦୁର୍ବଳତା

ଆବୁଧାବି,୧୮।୧୦: ଟି୨୦ ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଓ୍ବାର୍ମଅପ ମ୍ୟାଚ୍‌ରେ ପଦାରେ ପଡ଼ିଛି ଟିମ୍‌ ଇଣ୍ଡିଆର ବୋଲିଂ ୟୁନିଟ୍‌ର ଦୁର୍ବଳତା। ଇଂଲଣ୍ଡ ବିପକ୍ଷ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: କୋହଲିଙ୍କୁ ହଟାଇ ଶୀର୍ଷରେ ସ୍ମିଥ୍‌

ଦୁବାଇ,୪।୯(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୧ ନମ୍ବର ସ୍ଥାନ ହରାଇଛନ୍ତି। ସେ...

ପୁଣି ଭଗତଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪ା୨- ପାରା ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ରାଜ୍ୟ ପାଇଁ ଆଣିଛନ୍ତି ସଫଳତା। ପେରୁ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ସେ ଜିତିଛନ୍ତି...

ହାତରେ ଓଡ଼ିଆ ଟାଟୁ କରି ଚର୍ଚ୍ଚାରେ ଥିଲେ ଭାରତର ପ୍ରସିଦ୍ଧ ଅଲରାଉଣ୍ଡର

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ନିଜ ଗର୍ଲଫ୍ରେଣ୍ଡ୍‌ ପାଇଁ ତ ଆଉ କେତେବେଳେ ନିଜ ଫ୍ୟାଶନ୍‌ ଷ୍ଟାଇଲ୍‌...

କୋହଲିଙ୍କ ବିରୋଧରେ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି #sunokohli: ପଛରେ ରହିଛି ଏହି କାରଣ

ନୂଆଦିଲ୍ଲୀ,୧୮।୧୦: ଆଗାମୀ କିଛି ସପ୍ତାହ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଜବରଦସ୍ତ ରହିବାକୁ ଯାଉଛି। କାରଣ ଦୀପାବଳି ପୂର୍ବରୁ ଟିମ ଇଣ୍ଡିଆ ଆଇସିସି ଟି -୨୦...

Advertisement
Archives

Model This Week