Posted inଖେଳ

ବେଦୀ, ଚୌହାନଙ୍କୁ ଗମ୍ଭୀରଙ୍କ ସମାଲୋଚନା

ନୂଆଦିଲ୍ଲୀ, ୫ା୮ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ନବଦୀପ ସଇନି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ସେ ୧୭ ରନ ବିନିମୟରେ ୩ ଉଇକେଟ୍‌ ଅକ୍ତିଆର କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୬ ବର୍ଷୀୟ ସଇନିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଗୌତମ ଗମ୍ଭୀର ପୂର୍ବତନ ଭାରତୀୟ ଅଧିନାୟକ ବିଶେନ ସିଂ ବେଦୀ ଓ ଚେତନ ଚୌହାନଙ୍କୁ ଟୁଇଟର୍‌ ଜରିଆରେ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ କିଛି ବର୍ଷ ତଳେ ଦିଲ୍ଲୀ ରଣ୍‌ଜୀ ଦଳ ଚୟନବେଳେ ସଇନିଙ୍କୁ ସ୍ଥାନ ନ ଦେବା ପାଇଁ ଉଭୟ ବେଦୀ ଓ ଚୌହାନ ବିରୋଧ କରିଥିଲେ। ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସଇନିଙ୍କ ଦମ୍‌ଦାର ବୋଲିଂ ପରେ ଦୁଇ ପ୍ରାକ୍ତନ ଖେଳାଳିଙ୍କୁ ସମାଲୋଚନା କରିବା ପାଇଁ ଗମ୍ଭୀରଙ୍କୁ ସୁଯୋଗ ମିଳିଯାଇଥିଲା। ‘ଭାରତୀୟ ଦଳ ପକ୍ଷରୁ ପଦାର୍ପଣ ପରେ ତୁମକୁ ଅଭିନନ୍ଦନ। ତୁମେ ବୋଲିଂ କରିବା ପୂର୍ବରୁ ବିଶେନ ସିଂ ବେଦୀ ଓ ଚେତନ ଚୌହାନଙ୍କ ରୂପରେ ୨ଟି ଉଇକେଟ୍‌ ଅକ୍ତିଆର କରିସାରିଛ। ଜଣେ ଖେଳାଳି ପଡ଼ିଆରେ ପାଦ ଥାପିବା ପୂର୍ବରୁ ତା’ର କ୍ରିକେଟ୍‌ କ୍ୟାରିୟରକୁ କବର ଦିଆଯିବା ପାଇଁ ଗାତ ଖୋଳାଯାଇ ସାରିଥିଲା। ସେହି ଖେଳାଳିର ଏଭଳି ପଦାର୍ପଣ ଦେଖି ସେମାନଙ୍କ ମିଡ୍‌ଲ ଷ୍ଟମ୍ପ୍ସ ତୁମେ ଉପାଡ଼ି ଦେଇଛ। ଲଜ୍ଜାଜନକ ଘଟଣା’ ବୋଲି ଗମ୍ଭୀର ତାଙ୍କୁ ଟୁଇଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ୨୦୧୩ରେ ଗମ୍ଭୀର ଦିଲ୍ଲୀ ଦଳର ଅଧିନାୟକ ରହିଥିବାବେଳେ ହରିୟାଣର ସଇନିଙ୍କୁ ତାଙ୍କ ଦଳରେ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେତେବେଳେ ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ଆସୋସିଏଶନ (ଡିଡିସିଏ) ସଦସ୍ୟ ଥିବା ବେଦୀ ଓ ଚୌହାନ ଏହାକୁ ଦୃଢ଼ ବିରୋଧ କରିଥିଲେ। ରାଜ୍ୟ ବାହାର ଖେଳାଳିଙ୍କୁ କାହିଁକି ଦିଲ୍ଲୀ ଦଳରେ ସାମିଲ କରାଯିବ ବୋଲି ପ୍ରଶ୍ନ ଉଠାଇଥିଲେ। ବିରୋଧ ସତ୍ତ୍ୱେ ଗମ୍ଭୀର ବିଦର୍ଭ ବିପକ୍ଷ ମ୍ୟାଚ୍‌ ଲାଗି ସଇନିଙ୍କୁ ଦିଲ୍ଲୀ ଦଳରେ ନେଇଥିଲେ। ଏହାପରେ ସଇନି ଆଉ ପଛକୁ ଫେରି ଚାହିଁନାହାନ୍ତି। ଗମ୍ଭୀରଙ୍କ ସମାଲୋଚନା ପରେ ବେଦୀ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ‘ମୁଁ କିଏ? ଡିଡିସିଏର କୌଣସି ପୋଜିସନରେ ମୁଁ ଜଡ଼ିତ ନ ଥିଲି। ମୁଁ ଦେଖୁଛି ଏମ୍‌ପି ହେଲା ପରେ ମଧ୍ୟ ତାଙ୍କର (ଗୌତମ ଗମ୍ଭୀର) କୌଣସି ପରିବର୍ତ୍ତନ ହୋଇନାହିଁ’ ବୋଲି ବେଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନ୍‌ବିଏ ଖେଳାଳି ପୂରା ଦରମା ପାଇବେ

ଓ୍ବାଶିଂଟନ,୧୦।୪ (ଏଏଫପି): କୋଭିଡ-୧୯ ମହାମାରୀ ସତ୍ତ୍ୱେ ଏନ୍‌ବିଏ ଖେଳାଳିମାନେ ଏପ୍ରିଲ ୧୫ ତାରିଖରେ ପୂରା ପାଉଣା ପାଇବେ ବୋଲି ଆମେରିକୀୟ ଗଣମାଧ୍ୟମଗୁଡିକ ସୂଚନା ଦେଇଛନ୍ତି। ତେବେ...

ବେଲ୍‌ଫାଷ୍ଟ ଟାଇଟାନ୍ସରୁ ଖେଳିବେ ଡୁ’ପ୍ଲେସି

ମୁମ୍ବାଇ, ୨୬ା୭ (ପି.ଟି.)- ୟୁରୋ ଟି୨୦ ସ୍ଲାମ୍‌ ଟୁର୍ନାମେଣ୍ଟରେ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ବେଲ୍‌ଫାଷ୍ଟ ଟାଇଟାନ୍ସ ଫ୍ରାଞ୍ଚାଇଜ୍‌ ଦଳରେ...

ଚେତାବନୀ ଦେଲେ ରୋହିତ ଶର୍ମା

ୟୁଏଇ,୩୦।୯: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ଟିମ ଇଣ୍ଡିଆ ହେଉଛି...

ଅନ୍ତିମ ବଲରେ ଛକା ମାରି ବରୋଦାକୁ ସେମିଫାଇନାଲ ଟିକେଟ୍‌ ଦେଲେ ସୋଲାଙ୍କି

ଅହମ୍ମଦାବାଦ,୨୭ା୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ବୁଧବାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ହରିୟାଣାକୁ ୮ ଉଇକେଟରେ ହରାଇ ଦେଇଛି ବରୋଦା। ଏହି ବିଜୟ...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳକୁ ଫେରିବେ କୋହଲି

ସିଡ୍‌ନୀ, ୧୮ା୧ (ପି.ଟି.)- ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ କ୍ରିକେଟ ଟେଷ୍ଟ ପାଇଁ ଖେଳାଳି ଚୟନ ମଙ୍ଗଳବାର ସନ୍ଧ୍ୟାରେ ହେବ। ପିତୃତ୍ୱ ଛୁଟି ଶେଷ ହୋଇଥିବାରୁ...

୪୧ ବର୍ଷ ପରେ ଭାରତୀୟ କ୍ରିକେଟ୍‌ରେ ଘଟିଲା ଏମିତି

କଲମ୍ବୋ,୨୩।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି...

ସୁପର ଓଭର୍‌ ପୂର୍ବରୁ ରାଗି ଯାଇଥିଲେ କ୍ରିସ୍‌ ଗେଲ୍‌

ଦୁବାଇ,୧୯।୧୦: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ଦୁଇଟି ସୁପର ଓଭରରେ ଜିତିବା ପରେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ମନୋବଳ ଦୃଢ ହୋଇଛି। ସୁପର ଓଭର...

ବିଶ୍ୱକପ୍‌ କବାଡ଼ି ଚାମ୍ପିୟନଶିପ୍‌: ପାକିସ୍ତାନରେ ଅନୌପଚାରିକ ଭାରତୀୟ ଦଳ ପହଞ୍ଚିବା ନେଇ ବିବାଦ

ନୂଆଦିଲ୍ଲୀ,୧୦।୨(ପି.ଟି.)- ପାକିସ୍ତାନରେ ଆରମ୍ଭ ହୋଇଥିବା ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଏକ ଅନୌପଚାରିକ ଭାରତୀୟ ଦଳ ସେଠାରେ ପହଞ୍ଚିବା ନେଇ ବିବାଦ ସୃଷ୍ଟି ହୋଇଛି।...

Advertisement
Archives

Model This Week