ବେଆଇନ ରେଲଓ୍ବେ ଇ-ଟିକେଟ ବିକ୍ରି, ୩ ଗିରଫ

କଟକ ରୋଡ,୧୫ା୬(ଡି.ଏନ୍‌.ଏ.): ବେଆଇନ ଭାବେ ରେଳବାଇ ସଂରକ୍ଷିତ ଟିକଟ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ଆରପିଏଫ (ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ) ଶୁକ୍ରବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଅଞ୍ଚଳର ଆଭାସ ରଞ୍ଜନ ବାରିକ(୨୯), ପୁରୀ ଜିଲା ପିପିଲି ଥାନା ଗୋବିନ୍ଦପୁର ଗ୍ରାମର ଅମିୟ ପଟ୍ଟନାୟକ(୪୬) ଓ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ବାଲିକଣ୍ଟିଆ ଗ୍ରାମର ମନୋରଞ୍ଜନ ପୃଷ୍ଟି(୩୨)। ଏହି ୩ ଅଭିଯୁକ୍ତଙ୍କ ଖାରବେଳନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରେ ସାଇବର କେଫ ସହ ଟ୍ରାଭେଲ୍ସ ଏଜେନ୍ସି ରହିଛି। ସୂଚନା ଅନୁଯାୟୀ, ଗ୍ରୀଷ୍ମକାଳୀନ ଛୁଟି ପାଇଁ ରେଳଯାତ୍ରୀଙ୍କ ଭିଡ ବଢିଛି। ଅତ୍ୟଧିକ ଗହଳି ପାଇଁ ଟିକେଟ ପାଇବା ପାଇଁ ଲୋକେ ଦଲାଲଙ୍କ ସହଯୋଗ ଲୋଡୁଛନ୍ତି। ଏଭଳି ସୁଯୋଗରେ ଇ-ଟିକେଟିଂ ପାଇଁ ୟୁଜର୍ସ ଆଇଡି ତିଆରି କରି ଯାତ୍ରୀଙ୍କୁ ଚଢା ଦରରେ ଟିକଟ ବିକ୍ରି କରୁଥିବା ଦିଲ୍ଲୀସ୍ଥିତ ମୁଖ୍ୟ ଆରପିଏଫ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ଚଢ଼ାଉ ପାଇଁ ଅପରେଶନ ଥଣ୍ଡର ନାମରେ ଆରପିଏଫ ମହାନିର୍ଦ୍ଦେଶକ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦଲାଲଙ୍କୁ ଗିରଫ ପାଇଁ ଆରପିଏଫ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଭୁବନେଶ୍ୱର ଆରପିଏଫ ଇନ୍ସପେକ୍ଟର କାଳୁ ସେଠୀଙ୍କ ସହ ଏକ ଟିମ ବେଆଇନ ଭାବେ ଇ-ଟିକଟ ବିକୁଥିବା ଟ୍ରାଭେଲ ଏଜେନ୍ସି ମାଲିକଙ୍କ ବାବଦରେ ସୂଚନା ସଂଗ୍ରହ କରିବା ପରେ ଏହି ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏମାନଙ୍କ ଠାରୁ ୩ଟି ସିପିୟୁ, ୩ ମୋଡେମ, ୯ ଇ-ଟିକଟ, ୨୯୬୦ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ ହୋଇଛି। ଅଭିଯୁକ୍ତ ଆଭାସ ଓ ଅମିୟ ଗତ ୨ବର୍ଷ ଧରି ଏଭଳି ବେଆଇନ ଟିକଟ ରାଜଧାନୀରେ ବିକୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ବୋଲି ଇନ୍ସପେକ୍ଟର ସେଠୀ କହିଛନ୍ତି। ମନୋରଞ୍ଜନ ମଧ୍ୟ ୧ବର୍ଷ ଧରି ବ୍ୟବସାୟ ଜାରି ରଖିଥିବା ଜଣାପଡିଛି। ଏନେଇ ଆରପିଏଫରେ ସିଇ/ସି ୧୭୦୦, ୧୭୦୧ ଓ ୧୭୦୪ ରେଲଓ୍ବେ ଆକ୍ଟ ୧୪୩ ଅନୁଯାୟୀ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଘଣ୍ଟା ପଡ଼ିରହିଲା ବୃଦ୍ଧଙ୍କ ମୃତଦେହ, ଘର ଲୋକ ବି ପାଖ ମାଡ଼ିଲେନି; ପିପିଇ କିଟ୍‌ ପିନ୍ଧି ଶ୍ମଶାନ ନେଲେ ବିଡିଓ

ଛେଣ୍ଡିପଦା,୮।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଝି ଗୋହିରାପଶି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ...

ତାଳଧ୍ୱଜ ରଥରୁ କନା ଖୋଲାଗଲା

ପୁରୀ ଅଫିସ,୧୯ା୭ : ଘୋଷଯାତ୍ରା ସାରି ଚତୁର୍ଦ୍ଧାବିଗ୍ରହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ହେଲେ ତିନିରଥ ଏବେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ। ଗୁରୁବାର ରଥରୁ କନା ଖୋଲା...

ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ...

ଅନ୍ଧାରରେ ବାଡ଼ି ବୁଲାଉଛି ବିଏମ୍‌ସି

ଭୁବନେଶ୍ୱର, ୨୧।୧୨ (ବ୍ୟୁରୋ): ମଶା ପାଇଁ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବା ପରେ ତରବରିଆ ଭାବେ ପଦକ୍ଷେପ ନେଇଛି ବିଏମ୍‌ସି। ଲୋକଦେଖାଣିଆ ଭାବେ ଡ୍ରୋନ୍‌...

ପ୍ରତି ରବିବାର ସଫା ହେବ ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୩।୮(ବ୍ୟୁରୋ): ସହରର ବିଭିନ୍ନ ଛକରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଆଉ ଅପରିଷ୍କାର ହୋଇ ପଡ଼ି ରହିବନି। ଏଣିକି ପ୍ରତି ରବିବାର ମହାପୁରୁଷଙ୍କ ମୂର୍ତ୍ତି ସଫା କରିବା...

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ଅପରାହ୍ନ ୪ରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ପୁରୀ ଅଫିସ ୧ା୮: ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ...

୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ...

ମଝିଆ ଭାଇକୁ ହତ୍ୟା କଲେ ଦୁଇ ଭାଇ

ରେଢ଼ାଖୋଲ,୩୦ା୪(ଡି.ଏନ୍‌.ଏ.): ରେଢାଖୋଲ ଥାନା କଦଳିଗଡ଼ ପଞ୍ଚାୟତ ସାନରେଙ୍ଗାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ଦୁଇ ଭାଇ ମିଶି ମଝିଆ ଭାଇଙ୍କୁ ନିର୍ମମ...

Advertisement
Archives

Model This Week