ବେଆଇନ ନିଯୁକ୍ତି ଘଟଣା: ଲ୍ୟାମ୍ପ୍ସ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୧୧।୧(ସ୍ବ.ପ୍ର.) : ଓଡ଼ିଶା ସମବାୟ ସମିତିର ନୀତିନିୟମକୁ ବେଖାତିର କରି ବେଆଇନ ଭାବେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଜଣଙ୍କୁ ନିଯୁକ୍ତି ଦେବା ଓ ଏନେଇ ବାରମ୍ବାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ହେଁ ଆଦେଶକୁ ଅବମାନନା କରିବା ଅଭିଯୋଗରେ ପଳାଶପଙ୍ଗା ଲ୍ୟାମ୍ପ୍ସ ସଭାପତି ପ୍ରେମାନନ୍ଦ ସିଂଙ୍କୁ ଡେପୁଟି ରେଜିଷ୍ଟ୍ରାର, କେନ୍ଦୁଝର ଡିଭିଜନ, ଓଡ଼ିଶା ସମବାୟ ସମିତି ଆଇନ ୧୯୬୨ ଧାରା ୩୨(୫)(୮) ଅନୁଯାୟୀ, ତିନି ବର୍ଷ ପାଇଁ କମିଟି ସଦସ୍ୟରୁ ହଟାଇ ଦିଆଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହା ଚିଠି ନମ୍ବର ୧୪୨୯ / ତା.୧୯ା୧୨ା୨୦୧୯ରୁ ଜଣାଯାଇଛି। ଗାଇଡ୍‌ଲାଇନ ଅନୁଯାୟୀ, ପୁନର୍ବାର ନିଯୁକ୍ତି କରିବାକୁ ଚିଠି ନମ୍ବର ୧୦୬୪/୧୧ା୧୦ା୨୦୧୯ରେ କୁହାଯାଇଥିଲେ ହେଁ ସେ ପାଳନ ନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।ଏନେଇ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ସଭାପତି କାନନ ବିହାରୀ ପହି କହିଛନ୍ତି, ସମବାୟ ବିଭାଗର ନୀତିନିୟମକୁ ଖିଲାପ କରି ନିଯୁକ୍ତି ଦେଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଶୋଇ ଶୋଇ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଯାତ୍ରା

ତିଗିରିଆ,୭।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ରକୁ ଯାଇ ଚତୁର୍ଦ୍ଧା ଦାରୁବ୍ରହ୍ମଙ୍କୁ ଦର୍ଶନ କରିବାର ଅଭିଳାଷରେ ଜଣେ ଭକ୍ତ ରାସ୍ତାରେ ଶୋଇ ଶୋଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ରବିବାର ପୁରୁଣାକଟକ-ସମ୍ବଲପୁର...

ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା ସ୍ବାବ୍‌ ଟେଷ୍ଟ

ପୁରୁଷୋତ୍ତମପୁର, ୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହି କ୍ରମରେ ପୁରୁଷୋତ୍ତମପୁର ଅଞ୍ଚଳରେ ମଧ୍ୟ କରୋନା...

ପୁରୀରେ ବ୍ରଙ୍କୋସ୍କୋପି ଚିକିତ୍ସା ସୁବିଧା

ପୁରୀ ଅଫିସ,୨୬ା୧୨: ପୁରୀସ୍ଥିତ ଯକ୍ଷ୍ମା ଓ ସଂକ୍ରାମକ (ଟିବି ଆଣ୍ଡ୍‌ ଆଇଡିଏଚ୍‌) ରୋଗ ଚିକିତ୍ସାଳୟରେ ବ୍ରଙ୍କୋସ୍କୋପି ଚିକିତ୍ସା ସୁବିଧା ଉପଲବ୍ଧ ହୋଇଛି। ଏହାପୂର୍ବରୁ କୌଣସି ଜିଲାସ୍ତରୀୟ...

ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ରାଇଘର, ୧୧।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଛେଳିଡଙ୍ଗରି ପଞ୍ଚାୟତ ଚିତ୍ରକୋଟ ଗ୍ରାମର ହିରାମନ ଗଣ୍ଡଙ୍କ ପୁଅ ନବି ଗଣ୍ଡ (୨୫) ତାମିଲନାଡୁର କାଞ୍ଚତ୍ପୁରମରେ ଦାଦନ...

ତୃତୀୟ ବିବାହ କରି ଜେଲ ଗଲେ ସ୍ବାମୀ

ବୁଗୁଡ଼ା,୨୪ା୨(ଡି.ଏନ.ଏ.): ତୃତୀୟ ବିବାହ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଜଣଙ୍କୁ କୋର୍ଟଚାଲାଣ କରିଛି। ସେ ହେଲେ ବୁଗୁଡ଼ା ଥାନା ଜାମପଲ୍ଲୀ ଗାଁର ସନ୍ତୋଷ କୁମାର ସେନାପତି...

ସିଏଏକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ

ପୁରୀ ଅଫିସ,୪ା୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୋରସୋରରେ ଆନ୍ଦୋଳନ ଚାଲିଛି। ପୁଣି କେତେକ ଜାଗାରେ ସମର୍ଥନ ଶୋଭାଯାତ୍ରା ମଧ୍ୟ ବାହାରୁଛି।...

୪ ହଜାର ଘରବାହୁଡ଼ାଙ୍କ ଲାଗି ୯୫ କ୍ୱାରାଣ୍ଟାଇନ୍‌ ସେଣ୍ଟର: ପଞ୍ଜୀକରଣ କଲେଣି ୩୭୪୨ ଜଣ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.): ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ ୧୪...

୨୫ରେ ପୁଣି ଶ୍ରୀମନ୍ଦିର ବଜେଟ ବୈଠକ

ପୁରୀ ଅଫିସ,୨୨।୪: ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସନ୍ତା ୨୫ ତାରିଖରେ ପୁନର୍ବାର ବଜେଟ ବୈଠକ ବସିବ ।...

Advertisement
Archives

Model This Week