ବୃତ୍ତି ବଦଳାଇଛି କରୋନା: ଟମାଟୋ ବିକି ପେଟ ପୋଷୁଛନ୍ତି ବାଦ୍ୟ କଳାକାର

ଲାଠୋର, ୨୨ା୬(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ବାଦ୍ୟ କଳାକାର ବିନୋଦ ସୁନା। କରୋନା ତାଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ଲକ୍‌ଡାଉନ କଟକଣା ଯୋଗୁ କଳାକାର ବୃତ୍ତିରେ ବାଧା ଉପୁଜିଥିବା ବେଳେ ଏବେ ସେ ଗାଁ ଗାଁ ବୁଲି ଟମାଟୋ ବିକ୍ରି କରୁଛନ୍ତି। ଏଥିରୁ ଯାହା ମିଳୁଛି ସେଥିରେ ବଡକଷ୍ଟରେ ସେ ପରିବାର ଚଳାଉଛନ୍ତି। ବିନୋଦଙ୍କୁ ଯେତେବେଳେ ୧୫ବର୍ଷ ହୋଇଥିଲା ପରିବାରର ଆର୍ଥିକ ଦୁଃସ୍ଥିତି ଯୋଗୁ ପଢା ଛାଡିଲେ। ନିଜର କୌଳିକ ବୃତ୍ତି ଗଣ୍ଡା ବାଜା ବଜାଇବା କାମରେ ବାପାଙ୍କୁ ସାହାଯ୍ୟ କଲେ। ତା’ପରେ ସେ ଏହି ବୃତ୍ତିକୁ ସ୍ଥାୟୀ ଭାବେ ଗ୍ରହଣ କରି ବିଭିନ୍ନ ବିବାହ ବ୍ରତ, ଜାନିଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଜା ବଜାଇ ଦୁଇ ପଇସା ରୋଜଗାାର କରୁଥିଲେ। ଘରଡିହକୁ ଛାଡି ଦେଲେ ତାଙ୍କର ଅନ୍ୟ କୌଣସି ସମ୍ପତ୍ତି ନାହିଁ। ସ୍ତ୍ରୀ କୌଶଲ୍ୟା ଏବଂ ଦୁଇ ଝିଅ ନିଲିମା ଓ ଦେବିକାଙ୍କୁ ନେଇ ତାଙ୍କର ସଂସାର। କରୋନା କଟକଣା ଯୋଗୁ ଗତ ମାର୍ଚ୍ଚ ଶେଷ ସପ୍ତାହରୁ ଘରେ ବସି ରହିଛନ୍ତି। ପଞ୍ଚାୟତ ତରଫରୁ ମିଳୁଛି ୨୦ କେଜି ଚାଉଳ। ସରକାର ବାଦ୍ୟ କଳାକାରଙ୍କ ପାଇଁ କୌଣସି ପ୍ରକାର ପ୍ୟାକେଜ ଘୋଷଣା କଲେନାହିଁ। ଶେଷରେ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ସାଇକେଲରେ ଗାଁକୁ ଗାଁ ବୁଲି ଟମାଟୋ ବିକ୍ରୟ କରୁଛନ୍ତି। ଏଥିରୁ ପ୍ରତ୍ୟେକ ଦିନ ପ୍ରତ୍ୟହ ୧୫୦ରୁ ୨୦୦ ଟଙ୍କା ଉପାର୍ଜନ ହେଉଛି ବୋଲି କହନ୍ତି ବିନୋଦ।


Enter your email to get our daily news in your inbox.

All Right Reserved By Dharitri.Com

ରଣପୁର ଥାନାରେ ଦଲାଲ ସର୍ବେସର୍ବା, ଥାନାକୁ ଯିବାକୁ ଡରୁଛନ୍ତି ଲୋକେ: ଅଧିକାଂଶ ଘଟଣାରେ ରଖାଯାଉନି ଏତଲା

ରଣପୁର,୧୧ା୧ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଚାଲିଛି ଦଲାଲଙ୍କ ରାଜ୍‌। ସେମାନଙ୍କ ବିନା ସହଯୋଗରେ ନ୍ୟାୟ ମିଳୁନି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ...

କରୋନା ଭୟ: ଛତ୍ରପୁର ସବ୍‌ଜେଲରେ ହେବ ଯାଞ୍ଚ

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ସବଜେଲ୍‌କୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀ ପରିଦର୍ଶନ କରିଛନ୍ତି। ଅନ୍ତେବାସୀଙ୍କ କରୋନା ଲକ୍ଷଣ ଅଛି କି ନାହିଁ ସେନେଇ...

ଧାମରାରେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ପ୍ରଭାବରେ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦବାଲି ଓ ଧାମରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ନେଇ କ୍ଷୟକ୍ଷତିର ଆକଳନ...

ପାରାଦୀପ: ଘୋଷଣାରେ ଅଟକିଛି ବହୁ ପ୍ରକଳ୍ପ

ପାରାଦୀପ,୨ା୬(ସ୍ବ.ପ୍ର.): ଓଡ଼ିଶାର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନୂତନ ପ୍ରକଳ୍ପ କରିବେ ବୋଲି ଘୋଷଣା...

ସ୍କୁଲ ବାରଣ୍ଡାରେ ଅସହାୟ ପରିବାର

ସିମୁଳିଆ, ୧୩।୩(ଡି.ଏନ.ଏ.) – ଘରଦ୍ୱାର ନାହିଁ। ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ଏକ ପରିବାର।...

ବାର୍ଡ ଫ୍ଲୁ ସନ୍ଦେହ: ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ

ବାଲୁଗାଁ, ୨୮।୧(ଡି.ଏନ.ଏ ): ଭୁବନେଶ୍ୱରରେ ବାର୍ଡ଼ ଫ୍ଲୁ ଭୁତାଣୁ ଚିହ୍ନଟ ହେବାପରେ ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ବ୍ୟାପିବା ଆଶଙ୍କା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା...

ହୋଟେଲ ଉପରେ ଚଢାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ପୁରୁଷୋତ୍ତମପୁର, ୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ଏକ ହୋଟେଲ ଉପରେ ଗୁରୁବାର ଅପରାହ୍ନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ...

ଢେଙ୍କାନାଳରେ ହେବ ହେଲିପ୍ୟାଡ୍‌

ଢେଙ୍କାନାଳ ଅଫିସ୍‌, ୫।୬: ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା, ଭିଭିଆଇପିଙ୍କ ଗସ୍ତ ସୁଗମ ଲାଗି ଢେଙ୍କାନାଳରେ ନିର୍ମିତ ହେବ...

Advertisement
Archives

Model This Week