ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ; ରାତିତମାମ ଉଜାଗର ରହିବେ ମହାପ୍ରଭୁ

ପୁରୀ ଅଫିସ, ୨୪ା୧୨: ଆସନ୍ତା ୨୬ ତାରିଖ ପୌଷ ଅମାବାସ୍ୟାରେ ହେବ ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ। ଗୁରୁବାର ସକାଳ ୮ଘଣ୍ଟା ୨୦ ମିନିଟ୍‌ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ ୩ ଘଣ୍ଟା ୯ ମିନିଟ୍‌ ପର୍ଯ୍ୟନ୍ତ ରହିବ। ସକାଳ ୯ଟା ୪୬ ମିନିଟ ୭ ସେକେଣ୍ଡରେ ମୋକ୍ଷ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେବେ ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ବୁଧବାର ରାତି ୮ଟା ୨୦ ମିନିଟ୍‌ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ। ଶିଶୁ, ବୃଦ୍ଧ, ରୋଗୀମାନଙ୍କ ପକ୍ଷେ ଏହି ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ଦେବନୀତି, ପାକ ଓ ଅନ୍ନଭୋଜନ କରାଯାଇପାରିବ। ଏହି ପରାଗ ଦର୍ଶନ ମେଷ, ବୃଷ, ମିଥୁନ, ଧନୁ, ମକର, ମୀନ ଏହି ୬ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଶୁଭ। ସେହିପରି କର୍କଟ, ସିଂହ, କନ୍ୟା, ତୁଳା, ବିଛା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ନିମନ୍ତେ ପରାଗ ଦର୍ଶନ ଶୁଭ ବୋଲି କହିଛନ୍ତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ।

ଅନ୍ୟପକ୍ଷରେ ସୂର୍ଯ୍ୟୋପରାଗ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛିି। ଚନ୍ଦ୍ରଗ୍ରହଣ ହେଉ ଅବା ସୂର୍ଯ୍ୟୋପରାଗ ସ୍ପର୍ଶ ସମୟରେ କୌଣସି ଦେବଦେବୀ ମନ୍ଦିରରେ ଦେବନୀତି କରାଯାଏ ନାହି। ଶ୍ରୀମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଯେହେତୁ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଗ୍ରହରୂପୀ ଜନାର୍ଦ୍ଦନ, ତେଣୁ ତାଙ୍କର ଗ୍ରହଣ କିମ୍ବା ପରାଗ ସ୍ପର୍ଶ ପରେ ଦେବନୀତି ଆରମ୍ଭ ହୋଇଥାଏ। ଏହିଦିନ ମହାସ୍ନାନ ଓ ଖଇକୋରା ଭୋଗ ସହ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ତେବେ ସୂର୍ଯ୍ୟୋପରାଗ ପରିପ୍ରେକ୍ଷୀରେ ଗୁରୁବାର ରାତିରେ ଶ୍ରୀମନ୍ଦିରରେ ପହୁଡ଼ ହେବ ନାହିଁ। ଅର୍ଥାତ୍‌ ରାତିତମାମ ଉଜାଗର ରହିବେ ମହାପ୍ରଭୁ। ଶ୍ରଦ୍ଧାଳୁମାନେ ବି ଦାରୁବିଗ୍ରହଙ୍କୁ ଦର୍ଶନ କରିପାରିବେ। ୨୬ ତାରିଖ ସକାଳେ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କର ପରାଗ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ପରାଗ ସାଦା ବେଶ ପରେ ପରାଗ ଭୋଗ, ମଇଲମ ବେଶ, ଗୋପାଳବଲ୍ଲଭ, ପହିଲି ଭୋଗ ଓ ସକାଳ ଧୂପ ନୀତି ହେବ। ଏହାପରେ ଗୁରୁବାର ମାଜଣା ଓ ଏକାନ୍ତ ଆଦି ଅନ୍ୟାନ୍ୟ ନୀତି କରାଯିବା ଲାଗି ନିର୍ଘଣ୍ଟ ହୋଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ମଶାରି ଟାଙ୍ଗି ଧାରଣା

ପୁରୁଣା ଭୁବନେଶ୍ୱର,୧୫ା୨(ଡି.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମ ଓ୍ବାର୍ଡ ନଂ.୫୯ ଅନ୍ତର୍ଗତ କଣ୍ଡରା ପୋଖରୀର ପୁନରୁଦ୍ଧାର ପାଇଁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ...

ଭାଇଜାନଙ୍କ ଫିଲ୍ମ ‘ରାଧେ’ରେ ଓଡ଼ିଆ ଅଭିନେତା ରାମ ସିର୍କା

କେନ୍ଦୁଝର, ୨୫ା୩ : ଇଛା ଥିଲେ ହାସଲ କରିହେବ ସବୁ କିଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆଦିବାସୀ ଯୁବକ...

କରୋନା ପ୍ରତିରୋଧ ଲାଗି ସ୍କାଉଟ ଗାଇଡ୍‌ ବ୍ରିଗେଡ ଗଠନ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ପକ୍ଷରୁ ସ୍କାଉଟ ଗାଇଡ୍‌ ବ୍ରିଗେଡ ଗଠନ...

ଆଉ ୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୬।୦୨(ବ୍ୟୁରୋ): ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୫୬କୁ ବୃଦ୍ଧି ପାଇଛି...

ମୟୂରଭଞ୍ଜ ବ୍ୟବସାୟୀ ସଂଘର ବୈଠକ

ବାରିପଦା ଅଫିସ, ୨୯ା୪- ମୟୂରଭଞ୍ଜ ବ୍ୟବସାୟୀ ସଂଘ ପକ୍ଷରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶ ତଥା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନାର...

ଗ୍ରାମବାସୀଙ୍କ ଜମିରୁ ଖୋଳାଯାଉଛି ମାଟି, ମୋରମ

ଟାଙ୍ଗୀ, (କଟକ)୮ା୪(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ତହସିଲ ଅଧୀନ ମଣିଆ ମୌଜାରେ ମାଟି, ମୋରମ ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ରାସ୍ତା ଓ ରେଳପଥ ସମ୍ପସାରଣ...

ଟ୍ରକ୍‌ କରିଡର ଏବେ ମରଣଯନ୍ତା :ହାତ ଟେକିଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ

ପାରାଦୀପ,୨୧।୧୦(ଡି.ଏନ୍‌.ଏ.): ପାରାଦୀପର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪ କି.ମି. ଟ୍ରକ୍‌ କରିଡର (ଟ୍ରକ୍‌ ଚଳାଚଳ କରୁଥିବା ରାସ୍ତା) ଏବେ ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ...

ହଷ୍ଟେଲରେ ରାତ୍ରିଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୭।୨(ସ୍ବ.ପ୍ର.): ସଦର ବ୍ଲକ ତଳକୁସୁମିତା ଗ୍ରାମରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ବୁଧବାର ରାତ୍ରିଭୋଜନ ଖାଇ ଝାଡ଼ାବାନ୍ତିରେ ୯...

Advertisement
Archives

Model This Week