ବୁଦ୍ଧିଆ ଗାଈ

ରୋସମଣ୍ଡ ୟଙ୍ଗ୍‌ ‘ଦି ସିକ୍ରେଟ ଲାଇଫ୍‌ ଅଫ୍‌ କାଓଜ’ ପୁସ୍ତକ ଲେଖିଛନ୍ତି। ଗାଈମାନଙ୍କ ସମ୍ପର୍କରେ ଏହା ଏକ ଚମତ୍କାର ପୁସ୍ତକ। ସନ୍‌ଡେ ଟାଇମ୍‌ସର ସବୁଠୁ ଅଧିକ ବିକ୍ରି ହୋଇଥିବା ୧୦ଟି ପୁସ୍ତକ ମଧ୍ୟରେ ଏହା ଅନ୍ତର୍ଭୁକ୍ତ। ଛୋଟ ହେଲେ ବି ଏହା ଏକ ଭଲ ବହି। । ଇଂଲଣ୍ଡରେ ‘କିଟ୍‌ସ ନେଷ୍ଟ’ ଫାର୍ମରେ ପାଳନ କରିଥିବା ଗାଈ ଓ ସେମାନଙ୍କ ସହ ତାଙ୍କ ସମ୍ପର୍କକୁ ଏହି ପୁସ୍ତକରେ ରୋସମଣ୍ଡ ବର୍ଣ୍ଣନା କରିଛନ୍ତିି। ସେ ଯଥାସମ୍ଭବ ଗାଈମାନଙ୍କ ପ୍ରତି ଦୟା ଓ କରୁଣା ଭାବ ପ୍ରଦର୍ଶନ କରୁଥିଲେ ଓ ସେମାନଙ୍କ ଯନତ୍ ନେଉଥିଲେ । ସେମାନଙ୍କୁ ଏକ ପ୍ରାକୃତିକ ପରିବେଶରେ ରଖିଥିଲେ। ଏହା ଥିଲା ସରଳତା ଓ ପ୍ରେମ, ଖେଳ ଓ ଖୁସିର ଏକ ଭିନ୍ନ ବିଶ୍ୱ। ଏହି ବିଶ୍ୱକୁ ରୋସାମଣ୍ଡ ନିରୀକ୍ଷଣ କରିଛନ୍ତି ଓ ଏଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ସେ ତାଙ୍କ ଫାର୍ମର ସବୁ ଗାଈଙ୍କ ନାମ ଜାଣିବା ସହ ସେମାନଙ୍କ ଗୁଣ ବିଷୟରେ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ରୋସମଣ୍ଡ ପ୍ରତ୍ୟେକ ଗାଈ ସହ ତାଙ୍କ ସମ୍ପର୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଗାଈମାନେ ବି ମଣିଷଙ୍କ ଭଳି ଭିନ୍ନ ଭିନ୍ନ ପ୍ରକୃତିର ବୋଲି ସେ ଲେଖିଛନ୍ତି। ସେମାନେ ଭାରି ବୁଦ୍ଧିଆ ହୋଇପାରନ୍ତି କିମ୍ବା ଧୀରେ ଧୀରେ ବୁଝିପାରନ୍ତି। ସେମାନଙ୍କଠାରେ କମ୍‌ ଅହଂକାର, ବିଚାରଶୀଳତା, ଗର୍ବ, ଲଜ୍ଜା କିମ୍ବା ଆବିଷ୍କାରଶୀଳତା ଗୁଣ ବି ଲକ୍ଷ୍ୟ କରାଯାଏ। ଯଦିଓ ଅଧିକାଂଶ ଗାଈଙ୍କ ଦିନ ଖାଇବାରେ କଟେ ତଥାପି ଛୁଆର ଯନତ୍ ନେବା, ଲୁଚକାଳି ଖେଳିବା ଆଦି ବିଭିନ୍ନ କାର୍ଯ୍ୟକଳାପ ପାଇଁ ସେମାନେ ସବୁବେଳେ ସମୟ ପାଇଥାଆନ୍ତି। ସେମାନେ ନିଜ ପରିବାରରେ ଖୁସି ଚାହିଁଥାନ୍ତି। ମା’ଗାଈ ଯେତେବେଳେ ବାଛୁରୀକୁ କ୍ଷୀର ଖୁଆଇବାରୁ ବିରତି ନେବାକୁ ଚାହେଁ ବା ନିଏ ସେତେବେଳେ ବୁଢୀଗାଈ (ଗାଈର ମା’) ବାଛୁରୀକୁ ଭଲ ବନ୍ଧୁ ଭାବେ ଆଦରି ନେଇ ତା’ର ଯନତ୍ ନେଇଥାଏ। ଗାଈମାନେ ଖୁସି ଓ ଉତ୍ସାହିତ ଥିଲେ ଚାରିଗୋଡ ଟେକି ଉପରକୁ ଡେଇଁଥାନ୍ତି। ଗାଈମାନେ ସମସ୍ୟାରେ ଥିଲେ ସାହାଯ୍ୟ ପାଇଁ କିଭଳି ତାଙ୍କ ପାଖକୁ କିମ୍ବା ତାଙ୍କ ଭାଇଙ୍କ ପାଖକୁ ଆସନ୍ତି ଏବଂ ବାଛୁରୀ ସମ୍ପର୍କରେ ଓ ସେମାନଙ୍କୁ ଭଲ ଲାଗୁ ନ ଥିବା କଥା ଜଣାନ୍ତି ତା’ ବିଷୟରେ ରୋସାମଣ୍ଡ ଉଲ୍ଲେଖ କରିଛନ୍ତି। ସେମାନେ ସମସ୍ତେ ନିଜ ନିଜ ନାମ ଜାଣନ୍ତି ଏବଂ ନାମ ଧରି ଡାକିଲେ ଦୂରରେ ଥିଲେ ମଧ୍ୟ ପାଖକୁ ଆସନ୍ତି। ସେମାନେ କିଛି ଜିନିଷ ଯଦି ପାଇବାକୁ ଚାହାନ୍ତି ତୁମ ପାଖରୁ ସେହି ଜିନିଷକୁ ଏକ ଲୟରେ ଚାହିଁ ରହନ୍ତି ଓ ତୁମେ ବୁଝି ତାହା ଦେଖିବା ଯାଏ ସେମାନେ ଏଭଳି ଚାହିଁ ରହନ୍ତି।
ଆମର ଯେଭଳି ଭିନ୍ନ ଭିନ୍ନ ସ୍ବର ରହିଛି ଗାଈମାନଙ୍କର ଠିକ୍‌ ସେମିତି ସ୍ବର( ହମ୍ବା) ରହିଛି। ଉତ୍ତେଜିତ ହୋଇ ମା’ଗାଈ ହମ୍ବାଳିବା ମାନେ ସେ ତା’ବାଛୁରୀକୁ ଖୋଜୁଛି ବୋଲି ବୁଝିବାକୁ ହେବ। ଭୟ,ଅବିଶ୍ୱାସ, କ୍ରୋଧ, ଭୋକ ତଥା ଦୁଃଖରେ ଥିଲେ ଏହି ପ୍ରତ୍ୟେକ ଅବସ୍ଥାରେ ଗାଈ ଭିନ୍ନ ଭିନ୍ନ ସ୍ବରରେ ହମ୍ବାଳନ୍ତି। ପୂରା କମ୍‌ ସ୍ବରରେ ହମ୍ବାଳିବା ଅର୍ଥ ସେ ତୁମକୁ କିଛି ପ୍ରଶ୍ନ ପଚାରୁଛି। ଗାଈ ମଣିଷଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଜାଣିପାରନ୍ତି। ସେମାନଙ୍କ ପ୍ରତି ଯେଉଁମାନେ ଦୟାଳୁ ସେମାନଙ୍କୁ ମନେରଖନ୍ତି। ଯନତ୍ ନେବାକୁ ଯେଉଁମାନେ ଅନିଚ୍ଛା ପ୍ରକାଶ କରନ୍ତି ସେମାନଙ୍କୁ ମଧ୍ୟ ମନେ ରଖିଥାନ୍ତି। ଗାଈ ସହଜରେ ଅପମାନ ଅନୁଭବ କରନ୍ତି। ଯଦି ତୁମେ ସେମାନଙ୍କୁ ଅପମାନିତ କରିବା ପରେ ପୁଣି ସେମାନଙ୍କ ସହ ବନ୍ଧୁତା ଆଣିବା ଲାଗି କଠିନ ପ୍ରୟାସ ନ କର ତେବେ ସେମାନେ ତୁମକୁ ଅଣଦେଖା କରନ୍ତି। ଶେଷରେ ଏମିତି ହୁଏଯେ ସେମାନେ ତୁମକୁ ଭୁଲି ଯାଆନ୍ତି। ସେମାନେ ବି ସାରା ଜୀବନ ବନ୍ଧୁତା କରିପାରନ୍ତି। ଜିଦିଆ, ନମ୍ର କିମ୍ବା ଉଗ୍ର ସ୍ବଭାବର ହୋଇପାରନ୍ତି। ଏ ସବୁ ସତ୍ତ୍ୱେ ମଧ୍ୟ ସେମାନେ ବୁଦ୍ଧିମାନ। ତୁମେ ଯେଉଁ ଭଳି ତୁମ କୁକୁରକୁ ଦେଖୁଛ ଠିକ୍‌ ସେମିତି ଯଦି ଗାଈକୁ ଦେଖିବ ତେବେ ସେମାନେ ତୁମର ଭଲ ବନ୍ଧୁ ପାଲଟିଯିବେ। ଗାଈ ପରସ୍ପରଙ୍କୁ ଭଲ ପାଆନ୍ତି। ସେମାନଙ୍କର ବନ୍ଧୁ ଓ ଶତ୍ରୁ ମଧ୍ୟ ଥାଆନ୍ତି। ତୁମେ ଯଦି ସେମାନଙ୍କୁ ବୁଝିପାରିବ ବା ସେମାନଙ୍କ କଥା ଶୁଣି ତେବେ ସେମାନେ ତୁମ ସହ ସମ୍ପର୍କ ସ୍ଥାପନ କରିବେ। ସେମାନେ ସମସ୍ୟା ସମାଧାନ କରିପାରନ୍ତି। ଅର୍ଥାତ୍‌ ସେମାନଙ୍କ ବୁଦ୍ଧି ଭାରି ତୀକ୍ଷ୍ଣ। ସେମାନେ ଯେତେବେଳେ କିଛି ସମସ୍ୟାରେ ଥିବା ଅନୁଭବ କରନ୍ତି ସେତେବେଳେ ବୁଦ୍ଧି ପ୍ରୟୋଗ କରିଥାଆନ୍ତି। ସଞ୍ଜୟ ଗାନ୍ଧୀ ଆନିମଲ କେୟାର ସେଣ୍ଟରରେ ଥିବା ଗାଈ ସମସ୍ୟାରେ ଥିଲେ ଅଡାର ଗେଟ୍‌ କିଭଳି ଖୋଲିବେ ତା’ର ଉପାୟ ପାଇଯାଆନ୍ତି ଓ ତାହାକୁ ଖୋଲି ବାହାରକୁ ଆସିବା ଲକ୍ଷ୍ୟ କରାଯାଏ। ସେମାନଙ୍କର ଖାଦ୍ୟ ପସନ୍ଦ ମଧ୍ୟ ରହିଛି। ଗୋଶାଳା କିମ୍ବା ଡାଏରୀ ଫାର୍ମରେ ପ୍ରତିଦିନ ଗାଈଙ୍କୁ ଏକା ପ୍ରକାର ଅରୁଚିକର ଖାଦ୍ୟ ଦିଆଯିବା କଥା କେବେ ଶୁଣିଛନ୍ତି କି? ଦିଲ୍ଲୀ ବାହାରେ ଥିବା ଏକ ଗୋଶାଳାକୁ ମୁଁ ଯେତେବେଳେ କିଛି ଗାଈଙ୍କୁ ଭଲରେ ଓ ସ୍ବାଧୀନ ଭାବେ ରହିବାକୁ ପଠାଉଥିଲି ସେତେବେଳେ ସେହି ଗାଈମାନଙ୍କ ସାଥିରେ ରହୁଥିବା ଆମର ଅତିପ୍ରିୟ ରାଧିବାଈ ନାମ୍ନୀ ଗାଈଟି ଆମ ସମସ୍ତଙ୍କୁ ବହୁବାର ଆକ୍ରମଣ କରିଛି। ତା’ ସାଥୀମାନେ ଗୋଶାଳାକୁ ନ ଯାଆନ୍ତୁ ବୋଲି ସେ ଏଭଳି ଆକ୍ରମଣ କରୁଥିଲା। ସେମାନେ ଭଲ ମା’। ସେମାନେ ବାଛୁରୀର ଦେହ ସାରା ଚାଟନ୍ତି। ଏହା ଶାନ୍ତ ମନୋଭାବର ସଙ୍କେତ। ଆମ ପାଖକୁ ଆସିଥିବା ଏକ ଗାଈ ଛୁଆ ଜନ୍ମ କରିଥିଲା ଓ ତା ଗର୍ଭାଶୟ ଜନ୍ମ ଜନିତ ଯନ୍ତ୍ରଣା ଯୋଗୁ ବାହାରକୁ ବାହାରି ଆସିଥିଲା। କିନ୍ତୁ ସେ ଭୀଷଣ ଯନ୍ତ୍ରଣାରେ ତା ବାଛୁରୀ ସହ ରାସ୍ତାରେ ଦୁଇଦିନ ଶୋଇ ରହିି ବାଛୁରୀକୁ ଚାହିଁରହିଥିଲା। ଏପରି କି ଷ୍ଟିଚ୍‌ କରିବାବେଳେ ମଧ୍ୟ ତା’ ନଜର ବାଛୁରୀ ଉପରୁ ହଟି ନ ଥିଲା। ବାଛୁରୀକୁ ବୋତଲରେ ପିଇବାକୁ ଦିଆଯାଉଥିଲା। ସେ ଭଲ ହୋଇଗଲା ପରେ ତା’ ବାଛୁରୀକୁ କ୍ଷୀର ପିଆଇବାରେ ଲାଗି ଯାଇଥିଲା।
ମଣିଷଙ୍କ ଆବଶ୍ୟକତା ଭଳି ଗୋଜାତୀୟ ପ୍ରାଣୀଙ୍କର ମଧ୍ୟ ଅନେକ ଆବଶ୍ୟକତା ରହିଛି। ମଣିଷଙ୍କ ଭଳି ବିଷାଦରୁ ମୁକ୍ତି , ପର୍ଯ୍ୟାପ୍ତ ବାସସ୍ଥାନ, ଶୁଦ୍ଧ ଖାଦ୍ୟ ଓ ପାଣି, ବ୍ୟାୟାମ କରିବାର ସ୍ବାଧୀନତା, ବୁଲିବା, ବାହାରକୁ ଚାଲିବାକୁ ଯିବା କିମ୍ବା ଠିଆ ହୋଇ ଚାହିଁବାକୁ ଏମାନେ ଭଲ ପାଆନ୍ତି। ପ୍ରତ୍ୟେକ ପ୍ରାଣୀ ତା’ ନିଜ ଜାତିର ପ୍ରାଣୀଙ୍କ ସହ ସାଥୀ ହୋଇ ଏକାଠି ରହିବାକୁ ଚାହାନ୍ତି। ଏଣୁ ଗୋଟିଏ ଗାଈକୁ ମଧ୍ୟ ତା ଅଧିକାର ଉପଭୋଗ କରିବା ଲାଗି ଛାଡି ଦେବା ଦରକାର। ଏହା ତା ସମୟ ଅନୁସାରେ ତାକୁ ନିଜ ବାଟରେ କରିବାକୁ ଦେବା ଦରକାର, ଆମ ସମୟ ଅନୁସାରେ ନୁହେଁ। ଗୋଟିଏ ପିଲାର ଯେଭଳି ଯନତ୍ ନିଆଯାଏ ଗୋଟିଏ ବାଛୁରୀର ଯନତ୍ ସେଭଳି ନେବାରେ କିଛି ବି କମ୍‌ ହେବା ଉଚିତ ନୁହେଁ। ଖରାପ ଯନତ୍ ନିଆଯାଉଥିବା ବାଛୁରୀଟି ଏକ ଅବହେଳିତ, ରୋଗଣା, ନିଃସଙ୍ଗ ତଥା ଶଂକିତ ଅବସ୍ଥାରେ ଥିବା ପିଲାଟି ସହ ସମାନ। ଯଦି କୌଣସି ଭୟ ଅନୁଭବ କରନ୍ତି ତେବେ ଗୋଠରେ ଗୋଟିଏ ହେଲେ ବି ଗାଈ ଶୋଇପାରନ୍ତିନି। ଯଦି ଭୟର ଉତ୍ସ ଅଳ୍ପ ହୋଇଥାଏ ତେବେ ଗାଈ ବାଛୁରୀମାନଙ୍କୁ ତାହା ଜଣାଇଦିଅନ୍ତି ଯାହାଦ୍ୱାରା ସେମାନେ ଶୋଇପାରନ୍ତି। ଏହି ସମୟରେ କିନ୍ତୁ ବୟସ୍କ ଗାଈମାନେ ବାଛୁରୀକୁ ଜଗି ରହନ୍ତି।
ବିଶ୍ୱରେ ଭାରତ ଏକ ମାତ୍ର ଦେଶ ଯେଉଁଠି ଗାଈଙ୍କୁ ସ୍ବତନ୍ତ୍ର ଭାବେ ପାଳନ କରାଯାଏ। ଗାଈର ଧାର୍ମିକ ଗୁରୁତ୍ୱ ଥିବାରୁ ସେମାନଙ୍କ ସେବା ଯନତ୍ ଲାଗି ବ୍ୟୟ କରାଯାଏ। ସେମାନଙ୍କ ପାଇଁ ସ୍ବତନ୍ତ୍ର ଗୋଶାଳା ନିର୍ମାଣ କରାଯାଏ। କିନ୍ତୁ ଗାଈକୁ ଆମେ ଗୋଟିଏ ବିଚାରଶୀଳ ଜୀବର ମାନ୍ୟତା ଦେଇ ନ ଥାଉ। ଏପରିକି ଗାଈମାନଙ୍କ ପାଇଁ ଗୋଶାଳା ଏକ କାରାଗାର ପାଲଟିଯାଏ, ଯେଉଁଠି ସେମାନେ ଅବ୍ୟବସ୍ଥିତ ଗୋଠରେ ଠିଆ ହୋଇରହନ୍ତିି ଓ ସେଇଠି ଟଳିପଡ଼ନ୍ତି। ସେମାନଙ୍କର ସେଠାରେ କୌଣସି ନାଁ ନାହିଁ କି ନିଜସ୍ବ ପରିଚୟ ନାହିଁ। ମିଳିତ ପ୍ରୟାସରେ ଭାରତରେ ଗୋଶାଳା ଉପରେ ମୁଁ ଏକମାତ୍ର ମାନୁଆଲ (ନିୟମ ପୁସ୍ତିକା) ଲେଖିଛି । ଗାଈ କ’ଣ ପସନ୍ଦ କରନ୍ତି, କାହାକୁ ସେମାନେ ଭୟ କରନ୍ତି , କିଭଳି ସେମାନଙ୍କର ନିକଟତର ହେବ ଏବଂ ସେମାନଙ୍କ ମାନସିକତାକୁ ଜାଣିବ, ସେ ସମ୍ପର୍କରେ ସେଥିରେ ଏକ ଅଧ୍ୟାୟ ରହିଛି। ଏପରି କି ଘରେ କିଛି ଗାଈ ରଖିଥିବା ଲୋକମାନେ ବି ସେମାନଙ୍କ ସ୍ବଭାବ ବା ବିଶେଷତା ସମ୍ପର୍କରେ ଭଲ ଭାବେ ଜାଣିବା ଉଚିତ। କିନ୍ତୁ ଗାଈଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରିବା କିମ୍ବା ସେମାନଙ୍କ ମନ କଥା ବଝିବା କଥା ଲୋକେ ଚିନ୍ତା କରନ୍ତି ନାହିଁ। ବରଂ ଗାଈଙ୍କୁ ଦିନସାରା ବାନ୍ଧି ରଖନ୍ତି, କ୍ଷୀର ଦୁହନ୍ତି। ଜନ୍ମ ହେବା ପରେ ବାଛୁରୀକୁ ତା’ ମା’ଠାରୁ କିଛି ଦୂରରେ ବାନ୍ଧିଦିଅନ୍ତି। ସମ୍ଭବତଃ କେବଳ ଘାସ ଚିନ୍ତା କରୁଥିବା ପ୍ରାଣୀ ଭାବେ ଏହା ଏକ ଖୁଣ୍ଟରେ ବନ୍ଧା ହୋଇଥାଏ। ପ୍ରାଣୀମାନଙ୍କର କୌଣସି ଅନୁଭବ ନାହିଁ ବୋଲି ଜଣେ ଭାବିବା ସହଜ । ସେମାନଙ୍କ ଆବଶ୍ୟକତା କଥା ଚିନ୍ତା ନ କରି ଜଣେ ଲାଭ ପାଇଁ ସେମାନଙ୍କୁ ପାଳନ କରିପାରନ୍ତି। ତଥାପି ସେହି ବ୍ୟକ୍ତି ତାଙ୍କ ଘରେ ଥିବା ଛୋଟ ଗାଈର ମୂର୍ତ୍ତିକୁ ପୂଜା କରିବେ।
ରୋସମଣ୍ଡଙ୍କ ବହିକୁ ସ୍କୁଲ ଶିକ୍ଷାରେ ବାଧ୍ୟତାମୂଳକ କରିବା ଉଚିତ। ମୁଖ୍ୟତଃ ଯେଉଁ ଦୟାଳୁ ବ୍ୟକ୍ତି ଗୋଶାଳା ଚଳାଉଛନ୍ତି ସେମାନେ ବି ଏହାକୁ ପଢ଼ିବା ଦରକାର। ପ୍ରାଣୀମାନଙ୍କୁ ବଞ୍ଚାଇବାକୁ ହେଲେ ସେମାନେ ହିଁ ମଣିଷ ଓ ଠିକ୍‌ ଆମର ଅନ୍ୟ ଏକ ରୂପ ବୋଲି ଅନୁଭବ କରିବାକୁ ହେବ। ଯିଏ ପ୍ରାଣୀମାନଙ୍କୁ ଖାଉଛନ୍ତି ସେମାନେ ନିଜକୁ ଖାଉଛନ୍ତି , ଏହା ମଧ୍ୟ ଚିନ୍ତା କରିବା ଆବଶ୍ୟକ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?