ସରଳ ଜୀବନ

ଦ୍ୱିତୀ ଚନ୍ଦ୍ର ସାହୁ

ଦେଖିଲି ଜଣେ ବୟସ୍କ ମଣିଷ ମୁହଁରେ ଗାମୁଛା ଘୋଡେଇ ଗାଁ ଆଡକୁ ଚାଲିଛି। ହାତରେ ଖାଲି ଗୋଟେ ବାଡି। ସନ୍ଧ୍ୟା ଭ୍ରମଣରେ ଫେରୁଥିଲି ଘରକୁ।
ଲକ୍‌ଡାଉନ୍‌ ଜନିତ ଅବସାଦ ମେଣ୍ଟାଇବାକୁ ଘର ପଛ ପାଖ ରାସ୍ତାକୁ ବୁଲିବାକୁ ବାଛି ଥାଏ । ପାଖ ଏକ ଗାଁର ଲୋକ ହୋଇଥିବ ଭାବି ପଚାରିଲି- ‘ମଉସା! କୁଆଡେ ଯାଉଛ?’ ‘ନାଇଁ ଆଜ୍ଞା! ଏ ବଜାରକୁ ଯାଉଛି।
ମୋର ଖଇନି ସରିଗଲା ଆଜ୍ଞା ! ପାଟିରେ ଖଇନି ନ ଥିଲେ ଏବେ ଆଉ ଚଳୁନି !’ ଉତ୍ତର ଦେଲା ସେ।
କଥାକୁ ଲମ୍ବେଇବାକୁ ଯାଇ ପଚାରିଲି- ‘ତୁମେ ସବୁ ଧୂଆଁ ପିଉଛ ପରା ! ଆଉ ଖଇନି କି ପାଇଁ ଖୋଜୁଛ ?’
‘ନାଇଁ ଆଜ୍ଞା ! ସବୁବେଳେ ସେଟା ପିଇ ହେଉନି। ଇଟା ତ ବଜାରରେ ସୁବିଧାରେ ମିଳି ଯାଉଛି। ନେଇଗଲେ ପାଟିରେ ପକେଇଦେଲେ କାମ ସରିଲା !’
ଏମିତି ଉତ୍ତର ପାଇବା ପରେ ଟିକେ ଦରଦ ହୋଇ ପଚାରିଲି – ‘ଆଉ ଏ ଲକ୍‌ଡାଉନ୍‌ରେ ତୁମର ଗାଁରେ ଚଳିବା କିପରି? ବେଶି ଅସୁବିଧା କରିଦେଲା ମଉସା କରୋନା ସମସ୍ତଙ୍କୁ!’ ଭାବୁଥିଲି ବୁଢା ମଣିଷ ଆକ୍ତାମାକ୍ତା ହୋଇ ତା’ର ଦାରିଦ୍ର୍ୟର ଇସ୍ତାହାରକୁ ଖୋଲିବ। ତା’ର ପ୍ରତି ପୃଷ୍ଠାକୁ ପଢିବ ଗୋଟି ଗୋଟି !
ଆଉ ସେସବୁ ଶୁଣି ଆମଭଳି ଶିକ୍ଷିତ ମଣିଷ ଆହାଃ ପଦେ କହି ଖୁସିରେ ପହଁରିବ। ବୁଢା ସିଧା ସିଧା କହିଲା – ‘ନାଇଁ ବାବୁ ! ରୋଗ ଲାଗି ସିନା ଘରୁ ବାହାରିବା କଷ୍ଟ ହେଲା। ଆମର ପର୍ବପର୍ବାଣି ବନ୍ଦ ହୋଇଗଲା । ହେଲେ ଆମର କିଛି ଅସୁବିଧା ନାଇଁ! ସରକାର ତ ଚାଉଳ ଦେଲା। ପଇସା ବି ଦେଲା ଆଗରୁ। ଘରେ ଡଙ୍ଗର ତଳି ଖାଲୁଆ ଜମିର ପାଚି ଅଛି। ବାଡିରେ ପରିବାପତ୍ର। ଲେମ୍ବୁ ପାଇଁ ବି ଚିନ୍ତା ନାହିଁ। ଘରେ ତେନ୍ତୁଳି ଅଛି। ଚାର କୋଳି ବି ମିଳୁଛି। ସରଗି ମଞ୍ଜିକୁ ବି ଗୁଟଉଛୁ। ଏବେ ମହୁଲ ଫୁଲ ବି ଛିଡୁଛି। ତାକୁ ଗୁଟେଇ ରଖିଛୁ। ମହୁଲ ସରୁଛି କି ନାଇଁ ଆମ୍ବରେ ଆମ୍ବୁଲ ବି ତିଆରି କରୁଛୁ। ତା’ ପରେ ଆମ୍ବ ପାଚିଲେ ଚମ୍ପେଇତ, ଆମ୍ବଶଢା ହେବ। ଖାଇବା ତେଲ ପାଇଁ ଟୁଲ ମଞ୍ଜି ବି ଆଗକୁ ମିଳିବ। ଇଟାମଣେ ସରିବ କି ନାଇଁ ଡଙ୍ଗର ଚାଷ କରି ମାଣ୍ଡିଆ, ମକା, ଜହ୍ନା, ବାଜରା, କାଙ୍ଗୁ ଲଗେଇବାର ପାଳି। ସେ ଲାଗି ଡଙ୍ଗର ବି ସଜ କରୁଛୁ। ଆମକୁ ତିରୁବାଟୁ ନାଇଁ କା ! ସକାଳୁ ମାଇକିନାମାନେ ତୁମ ଗାଁକୁ ତେନ୍ତୁଳି, ଆମ୍ବୁଲ, ଚାର କୋଳି, ଭାଲିଆ ପାଣ୍ଡୁ, ପିତଳ କନ୍ଦା, ଲଙ୍ଗଳ କନ୍ଦା, ମୁନିଗାଁ ଶାଗ, ବରଡା ଶାଗ, ଗୁରୁଡି ଶାଗ ଇମିତିକା ଜିନିଷ ଧରି ବିକିବାକୁ ଆଣି ଏ ଛକରେ ବସିଗଲେ ସବୁ ସରିଯାଉଛି। ବେଳ ଟିକେ ଗଡିଲା ବେଳକୁ ପଳଉଛି। ସକାଳୁ ସକାଳୁ ଦୁକାନରୁ କ’ଣ ଟିକେ କିଣାକିଣି କରି ପଳେଇଗଲେ ଆଉ କିଛି ଲୁଡା ପଡୁନି। ଆମର ତୁମର ଭଳି ବେଶି ଲୁଡାନି ବାବୁ ! ଭାତ, ମାଣ୍ଡିଆ ଜାଉ ପାଖରେ କିସ ଟିକେ ତାଟିଆରେ ମିଳିଗଲେ ଖୁସି। ଖାଇ କି ଡଙ୍ଗର ପାହାଡ ଆଉ ଗାଁ ଭିତରେ ସରିଯାଉଛି ବେଳ ! ପରବ ହେଲେ କା ଆମର ଖର୍ଚ୍ଚ ବେଶି ! ସିଟା ତ ଏ କରୋନା ଲାଗି ବନ୍ଦ। ଆଉ କିସ ବାବୁ ଇମିତିକା ଚାଲିଛି। ବଞ୍ଚିବାକୁ ଚିନ୍ତା ନାଇଁ କା ଆମକୁ ! ‘ତାର ସରଳ ଅଥଚ ସଫା ଉତ୍ତର କିନ୍ତୁ ଚମକେଇ ଦେଲା। ବାଧ୍ୟ କଲା ନିଜକୁ ଚିନ୍ତା କରିବାକୁ।
କେତେ ବାସ୍ତବବାଦୀ ହୋଇ ବଞ୍ଚୁଛି’ ଜଙ୍ଗଲ ପାହାଡର ମଣିଷମାନେ ! ସ୍ବାଭାବିକ ଦିନରେ ଯେମିତି, କରୋନାଜନିତ ଲକ୍‌ଡାଉନ୍‌ରେ ବି ସେମିତି। ଫରକ କିଛି ନାହିଁ। ଅଳ୍ପରେ ଅନେକ ଭଳି ନିଜ ପାଖର ସମ୍ବଳକୁ ନେଇ ଜିଇପାରୁଛନ୍ତିି ଅତି ସହଜରେ। ଅଥଚ ଆମେ ଘରେ ଥିବା ମଣିଷକୁ ବହୁତ ଚିନ୍ତା। ଲକ୍‌ଡାଉନ୍‌ରେ ଆମର ଅଜସ୍ର ରୁଚି। ସକାଳ ପାହିଲେ ଆମେ ଖୋଜୁଛୁ ରେସିପି। ନୂଆ ନୂଆ କେବେ କରି ନ ଥିବା ଆଇଟମ ସବୁ ନେଟରୁ ଦେଖି ତିଆରି କରୁଛୁ। ତା’ପାଇଁ ଆବଶ୍ୟକ ଜିନିଷ ଲାଗି ଯେମିତି ହେଉ କୋଉ ଗଳା ବାଟ ଦେଇ ଦୋକାନକୁ ଯାଇ ଆଣିଲେ ଘରେ ଶାନ୍ତି। ଅବଶ୍ୟ ଏଇକ୍ରମରେ ପରିବାର ମଧ୍ୟରେ ଭାଗୀଦାରି, ସୁସମ୍ପର୍କ ସ୍ଥାପନ, ଅବସର ବିନୋଦନ ସର୍ବୋପରି ପାରିବାରିକ ମିଳନର ମହାର୍ଘ୍ୟ ସୁଖ ମିଳୁଛି। ହଜିଯାଉଥିବା ପାରିବାରିକ ଖୁସି ଫେରି ଆସିଛି। ବ୍ୟକ୍ତିଗତ ସମ୍ପର୍କ ବି ବଢିଛି। ଏକଥା ବି ଆପଣମାନେ କହି ପାରନ୍ତି ଡଙ୍ଗର ପାହାଡରେ ରହୁଥିବା ମଣିଷଙ୍କ ଜୀବନଶୈଳୀ ଏବଂ ଆମର ଜୀବନଚର୍ଯ୍ୟା ଅଲଗା ଅଲଗା। ତା’ର ତୁଳନାତ୍ମକ ଚିତ୍ର ଉପସ୍ଥାପନା କରିବା ଉଚିତ ନୁହେଁ। ଏକଥା ସତ। କିନ୍ତୁ ଆମେ ଯେଉଁ ମଣିଷମାନେ ଗାଁର ମାଟି କାଦୁଅରେ ବଢିଛୁ, ନଈନାଳର ବୋହୁଥିବା ପାଣିରେ ବାଳୁ୍‌ଙ୍ଗା ଗାଧୋଇଛୁ, କାଦୁଅମାଦୁଅ ହୋଇ ମାଛ ଧରିଛୁ, ଲଙ୍ଗଳ କଣ୍ଟି ଧରି ବିଲରେ ମାତିଛୁ, ପୂନେଇପରବରେ ମତପୁରିଆ ହୋଇଛୁ ସେମାନେ ଏବେକାର ପରିବର୍ତ୍ତିତ ରୂପରେ ବଞ୍ଚତ୍ବା ଶିଖିଗଲା ପରେ ସତରେ ଏଣିକି ଆଉ ଅଳ୍ପରେ ବଞ୍ଚିପାରୁଛୁ !
ଏତିକି କଥା କରିପାରୁନୁ ବୋଲି ଜୀବନଜୀବିକା ଦାୟରେ ପ୍ରବାସୀ ଫେରନ୍ତାମାନେ ଉତ୍‌ପାତିଆଣ ବଶତଃ ହେଉ କି ନିଜର ବଦଳେଇଥିବା ଭେକ ଦୃଷ୍ଟିରୁ ହେଉ ସଂଗରୋଧ କେନ୍ଦ୍ରରେ ଗଣ୍ଡଗୋଳ କରୁଛୁ। ମାତ୍ର ଚଉଦଦିନିଆର ସାମୟିକ ରହଣିକୁ ଗ୍ରହଣ କରିପାରୁନୁ। ଖାଦ୍ୟକୁ ପିଙ୍ଗି ବିଶୃଙ୍ଖଳା କରୁଛୁ। ଘର ଭିତରର ମଣିଷ ହୁଅନ୍ତୁ କି ସେ ପ୍ରବାସୀ ଘର ବାହୁଡାମାନେ ହୁଅନ୍ତୁ, ତଥାକଥିତ ସରଳ ଜୀବନକୁ କେତେ ଗ୍ରହଣ କରିପାରିଛୁ ! ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜୀବନଚର୍ଯ୍ୟା ଅପେକ୍ଷା ଜୀବନ ରଖିବା ବଡ କଥା। ବିଳାସବ୍ୟସନ ଅପେକ୍ଷା ବିଚାରବନ୍ତ ହେବା ଗୁରୁତ୍ୱ। ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବା ଏବେ ପ୍ରମୁଖ ପ୍ରସଙ୍ଗ। ଅନ୍ତତଃ ଏତିକି କଥା ସେହି ନିଚ୍ଛକ ମଣିଷମାନଙ୍କଠାରୁ କିଛିଦିନ ପାଇଁ ହେଲେ ବି ଶିଖିବା ଆବଶ୍ୟକ। ନୁହେଁ କି !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri