ବୁଡ଼ାପାଲି ହାଇସ୍କୁଲ: ପଢ଼ାକୁଠି ଅଭାବ, ବାରନ୍‌ଡାରେ ପଢ଼ୁଛନ୍‌ ଛାତ୍ରୀଛାତ୍ର

ବିଜେପୁର, ୬।୨ (ଡି.ଏନ୍‌.ଏ.)-  ଗାଁଗଁଲିନୁ ସହରତକ୍‌ ଛୁଆକୁ ସରକାରୀ ସ୍କୁଲ ମୁହାଁ କରବାକେ ରାଏଜ୍‌ ସରକାର ଭିନ୍‌ ଭିନ୍‌ ଯୋଜନା କାଯକାରୀ କରୁଛନ୍‌। ମାହାଲିଆ ପେଁଟ୍‌ସାଟ୍‌, ଜୁତା, ବହିପତର, ବେଲାକେ ପୁଷ୍ଟିକର ଖାଏଦ୍‌ ସଂଗେ ସୁଁଦର ପଢ଼ାକୁଠି ତିଆରି ଲାଗି କୋଟି କୋଟି ଟଁକା ସାରୁଛନ୍‌। ହେଲେ ବିଭାଗୀୟ କରମଚାରୀକଁର୍‌ ଅବହେଲା, ଉଦାସୀନତା ଲାଗି କେନ୍‌ଠାନେ ପଢ଼ାକୁଠି ତ କେନ୍‌ଠାନେ ଶିକ୍ଷକ ଅଭାବୁ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ଖେଲ୍‌ଢ଼େପ ହେଉଛେ।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ବିଜେପୁର ବ୍ଲକ ବୁଡ଼ାପାଲି ପଁଚେତ୍‌ ସଦରରେ ଅଂଚଲରେ ଶିକ୍ଷାର ବଢ଼ତି ଲାଗି ୧୯୩୬ ସାଲେ ଇ ସ୍କୁଲ ଥାପନା ହେଇଥିଲା। ଇ ସ୍କୁଲରେ ପାଠ୍‌ ପଢ଼ିଥିବାର ପିଲାଛୁଆମାନେ ଏହେଦେ ଭିନ୍‌ ଭିନ୍‌ ବିଭାଗଥି ଚାକରି କରି ଅଂଚଲର ନଁା ରଖିଛନ୍‌। ଦିନେ ଅଂଚଲର ଶିକ୍ଷାର ବଢ଼ତି ଲାଗି ଥାପନା କରାଯାଇଥିବାର ଇ ହାଇସ୍କୁଲର ହାଲ୍‌ ଏହେଦେ ଅଁାଖିଥି ନାଇଁଦେଖ୍‌ଲେ ବିଶୁଆସ କରି ନାଇଁପାରେ। ଏହେଦେ ୧ମରୁ ୧୦ମ ଶ୍ରେଣୀ ତକ୍‌ ରହିଥିବାର ଇ ହାଇସ୍କୁଲରେ କୁଲ ୩୧୦ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ସ୍କୁଲର ଦୁଇଟା କୁଠି ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଥିଲାବେଲେ କୁଲ ୬ଟା ନ କୁଠି ରହିଛେ। ଯେନଥିର୍‌ଲାଗି ୩ଟା ଶ୍ରେଣୀର ଛାତ୍ରୀଛାତ୍ର ସ୍କୁଲ ବାରନ୍‌ଡାଥି ବସି ପାଠ୍‌ ପଢ଼ୁଥିବାର ଅଭିଯୋଗ ହେଉଛେ। ସେନ୍‌ତା କୁଠା ଅଭାବ ଲାଗି ସାଇନ୍ସ ଲାବୋରେଟୋରୀ, ଲାଇବ୍ରେରୀର ବହିପତର ଛାତ୍ରୀଛାତ୍ର ବେଭାର କରି ନାଇଁପାରୁଥିବାର ଅଭିଯୋଗ ହେଉଛେ। ହାଇସ୍କୁଲରେ ଇହାଦେ ୧୧ ଝନ୍‌ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିଲେ ବି କୁଠା ଅଭାବୁ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ଖେଲଢ଼େପ ହେଉଥିବାର ଅଭିଯୋଗ ହେଉଛେ। ଇଆଡ଼େ ସରକାର ସ୍କୁଲମାନକେ ଉଚ ମାନର ଶିକ୍ଷା ଦିଆଯାଉଥିବାର କଥା କହୁଛନ୍‌। ହେଲେ କୁଠା ଅଭାବୁ ଇଠାନେ ଛାତ୍ରୀଛାତ୍ର କେନ୍‌ଥେଇ ପଢ଼ୁଥିବେ ଇଥ୍‌ରୁ ବୁଝାପଡ଼ୁଛେ ବଲି ଅଂଚଲରେ ଚରଚା ହେଉଛେ। ସେନ୍‌ତା ସ୍କୁଲରେ ଭଂଗା ଦଦ୍‌ରା କୁଠାମାନ ବିପଦ୍‌ ଅବସ୍‌ତାରେ ରହିଥିଲେ ବି ସେଟା ଭଂଗା ନାଇଁଯିବାର। ଏନ୍‌ତାଥି ଛାତ୍ରୀଛାତ୍ର ସବୁବେଲେ ଭଏଭିତ ଅବସ୍‌ତାରେ ରହୁଛନ୍‌। ସ୍କୁଲର ସମସିଆ ବାବ୍‌ଦେ ବିଭାଗୀୟ ଅଧ୍‌କାରୀମାନକୁ ଗୁହାରି କରି ଥକି ଗଲୁଁନ, ହେଲେ କିଛି ଲାଭ ନାଇଁ ହେବାର ବଲି ସ୍କୁଲ ପରିଚାଲନା କମିଟି ଅଭିଯୋଗ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା ଅଫିସ, ୧ା୩- ବାରିପଦା ମଣ୍ଡଳ କାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲା ସିକମପୁର ଅଞ୍ଚଳର ସୁରଜ...

ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର...

ଲଗାଣ ବର୍ଷାରେ ଭାଙ୍ଗିଲା ଘର: କାନ୍ଥ ପଡି ୨ ଗୁରୁତର

ସୋନପୁର,୧୩।୮(ନି.ପ୍ର.): ସୋନପୁର ସହର ୨ ନମ୍ବର ଓ୍ବାର୍ଡର କଳିଙ୍ଗନଗରଠାରେ ଗୁରୁବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲଗାଣ ବର୍ଷାରେ ମାଟି କାନ୍ଥ ଓଦା ହୋଇ ପଡି...

ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ

ଖପ୍ରାଖୋଲ,୨୫।୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା କୃଷି ସମବାୟ ସମିତି ଜୁରିଆ ଧାନମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ଶହଶହ ବସ୍ତା ଧାନ। ଏହି...

କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଣିଗାରେଡ଼ି ସନ୍ଦେହରେ ହୋଇଥିଲା ହତ୍ୟା

ଚୌଦ୍ୱାର,୨୪।୧୦(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଡଧୁଆ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଘନ ସୋରେନ(୬୫)ଙ୍କ ମୃତଦେହ ଉଦ୍ଧାର ଘଟଣାର ଚୌଦ୍ୱାର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି।...

ସାନିଟାଇଜ୍‌ ହେଲା ଡାକ୍ତରଖାନା

ବାହାନଗା, ୨୨ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

ବିଜୁଳି କାଟ୍‌କୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ଅସନ୍ତୋଷ: ତାତିଲେ ଅଧ୍ୟାପିକା, ଅଧ୍ୟାପକ

ଅନୁଗୋଳ ଅଫିସ, ୨୬।୪- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଖାତା ମୂଲ୍ୟାୟନ ହେଉଛି। ପ୍ରଥମ ପର୍ଯ୍ୟାୟ ୮ ତାରିଖରୁ ଆରମ୍ଭ ହୋଇଥିବାବେଳେ...

ବ୍ରହ୍ମପୁର ପୋଲିସ ହାବୁଡ଼ରେ ଇରାନିଅନ୍‌ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ: ନକଲି ପୋଲିସ ପରିଚୟ ଦେଇ କରୁଥିଲେ ଲୁଟ୍‌

ବ୍ରହ୍ମପୁର ଅଫିସ, ୨।୧୦ – ବ୍ରହ୍ମପୁର ପୋଲିସ ହାବୁଡରେ ପଡ଼ିଛନ୍ତି ଇରାନିଅନ୍‌ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସିକନ୍ଦର ଅଲ୍ଲୀ। ସେ କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର ଓ...

Advertisement
Archives

Model This Week