Posted inଜାତୀୟ

ବିହାରରେ ବ୍ୟାପୁଛି ମସ୍ତିଷ୍କଜ୍ୱର:୧୦୦ ଊର୍ଦ୍ଧ୍ୱ ଶିଶୁଙ୍କ ପ୍ରାଣ ଗଲାଣି

ପାଟନା,୧୭ା୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୨୦ଜଣ ଶିଶୁଙ୍କ ପ୍ରାଣ ନେଇଛି ଏହି ରୋଗ। ସ୍ଥିତି ଉଦବେଗଜନକ ଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ଦୁଇ ହସ୍ପିଟାଲକୁ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛଥିଲେ। ଏହି ରୋଗକୁ ଏଡାଇବା ପାଇଁ କେନ୍ଦ୍ରୀୟ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଜୁନ ୧ରୁ ୧୭୮ ଶିଶୁ ଏସକେଏମସିଏଚରେ ଏବଂ ୭୨ ଶିଶୁ କେଜ୍ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ସରକାରୀ ସ୍ତରରେ ମୃତ୍ୟୁସଂଖ୍ୟା ୭୨ ବୋଲି ଘୋଷଣା କରାଯାଇଥିଲେ ହେଁ ପ୍ରକୃତରେ ୧୦୦ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଆଉ କେତେଜଣ ଶିଶୁ ଗାଁରେ ପ୍ରାଣ ହରାଇବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି। ଏବେ ଡାକ୍ତରଖାନାରେ ୧୧୫ଜଣ ଶିଶୁ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭାଜପା ଭରସା

ନୂଆଦିଲ୍ଲୀ,୨୨ା୫(ପି.ଟି.): ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ଭାଜପା ସପକ୍ଷରେ ଜନମତ ରହିଥିବା ଭବିଷ୍ୟବାଣୀ କରିଥିବାବେଳେ ୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭରସା କରିଛି ଗୈରିକ ଦଳ। ୨୦୧୪ ସାଧାରଣ...

କିରଣ ବେଦୀଙ୍କୁ ହିଟଲରଙ୍କ ଭଉଣୀ ସହ ତୁଳନା କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୦।୧୧:ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଜର୍ମାନ ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଭଉଣୀ ସହ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ। ରାଜ୍ୟର ଉପରାଜ୍ୟପାଳ ଭାବେ...

ମାନ ସରକାରଙ୍କ ବଡ ନିଷ୍ପତ୍ତି: ଫେରାଇ ନିଆଗଲା ଚନ୍ନିଙ୍କ ପରିବାର, କ୍ୟାପଟେନଙ୍କ ପୁଅଙ୍କ ସମେତ ୧୮୪ ଭିଭିଆଇପିଙ୍କ ସୁରକ୍ଷା

ଚଣ୍ଡିଗଡ଼,୨୩ ।୪: ପଞ୍ଜାବ ସରକାର ଶୁକ୍ରବାର ବିଳମ୍ବିତ ରାତିରେ ୧୮୪ ଜଣ ଭିଭିଆଇପିଙ୍କ ପୋଲିସ ସୁରକ୍ଷାରେ କାଟଛାଟ କରିଛି । ଏବେ କେବଳ ସେହି ବ୍ୟକ୍ତିମାନଙ୍କୁ...

ମୋଦିଙ୍କ କେଦାରନାଥ ଗସ୍ତକୁ ନେଇ ଆପତ୍ତି: ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ଟିଏମ୍‌ସି

କୋଲକାତା, ୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତକୁ ନେଇ ଆପତ୍ତି ଉଠାଇ ନିର୍ବାଚନ କମଶନଙ୍କ ନିକଟରେ ଫେରାଦ ହୋଇ ତୃଣମୂଳ କଂଗ୍ରେସ।...

୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ରେ ଦେବାକୁ ପଡ଼ିପାରେ ୨୫ ଗୁଣା ଅଧିକ ଫି

ନୂଆଦିଲ୍ଲୀ,୫।୧୦: ଏଣିକି ୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ ପାଇଁ ୨୫ ଗୁଣା ଅଧିକ ଫି ଦେବାକୁ ପଡ଼ିପାରେ। ଏନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କୁ...

ବିହାର ନିର୍ବାଚନ: ୯୪ ଆସନରେ ମଙ୍ଗଳବାର ମତଦାନ

ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ମତଦାନ ମଙ୍ଗଳବାର କରାଯିବ। ଏସବୁ ଆସନ ମଧ୍ୟରୁ ୫୦ ଏବେ ଏନ୍‌ଡ଼ିଏ ଦଖଲରେ ରହିଛି।...

ଲାଲୁଙ୍କୁ କିଡ୍‌ନୀ ଦାନ କରିବାକୁ ଆଗେଇ ଆସିଲେ ପ୍ରିୟଙ୍କା

ପାଟନା,୧୯।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗ କରୁଛନ୍ତି। ହେଲେ...

ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି

ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍‌ଘାଟନୀ...

Advertisement
Archives

Model This Week