Posted inଜାତୀୟ

ବିହାରରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୧୭: ଗୟାରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧୮ା୬: ମୌସୁମୀର ଲୁଚକାଳି ଖେଳ ସହ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ଜାରି ରହିଛି। ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ବିହାର ଆଦି ରାଜ୍ୟଗୁଡ଼ିକରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଦୁର୍ବିଷହ ହୋଇପଡ଼ିଛି। ବିହାରରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିବାବେଳେ ଗୟା ଜିଲାରେ ସୋମବାର ୧୪୪ ଧାରା ଜାରି କରାଯାଇଛି। ଜଲାପାଳ ଅଭିଷେକ ସିଂ ଲୋକଙ୍କୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରଭିତରେ ରହିବା ଲାଗି ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମୟରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନରେଗା କାର୍ଯ୍ୟ ପୂର୍ବାହ୍ନ ୧୦.୩୦ ପରେ ବନ୍ଦ ରଖାଯିବ ଓ କୌଣସି ସଭାସମିତି ଖୋଲାରେ କରାଯାଇ ପାରିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସବୁ ସରକାରୀ ବିଦ୍ୟାଳୟକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପ୍ରକାଶଥାଉ କି, ଗ୍ରୀଷ୍ମପ୍ରବାହ ଯୋଗୁ ଏପର୍ଯ୍ୟନ୍ତ ବିହାରରେ ଏଥିଯୋଗୁ ୧୧୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଗତ ୪୮ ଘଣ୍ଟା ମଧ୍ୟରେ ମୁଙ୍ଗେରରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଔରଙ୍ଗାବାଦରେ ରୌଦ୍ରତାପଜନିତ ମୃତ୍ୟୁସଂଖ୍ୟା ୬୦ରେ ପହଞ୍ଚିଥିବାବେଳେ ଗୟାରେ ୩୫, ନଓ୍ବାଡ଼ାରେ ୭, ନାଳନ୍ଦାରେ ୬, କଇମୁରରେ ୨, ସମସ୍ତିପୁର ଓ ଆରାରେ ଜଣେ ଲେଖାଏ ପ୍ରାଣ ହରାଇଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଭଳି ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଥିବାବେଳେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏଭଳି ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି କହି ତାତି କମିବା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ଲାଗି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri