Posted inଖେଳ

ବିସିସିଆଇ ଏଜିଏମ୍‌ ଡିସେମ୍ବର ୧ରେ

ନୂଆଦିଲ୍ଲୀ,୧୦ା୧୧ (ପି.ଟି.)- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୧ରେ ହେବ। ଗତ ଅକ୍ଟୋବର ୨୩ରେ ମୁମ୍ବାଇରେ ବିସିସିଆଇର ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଏଜିଏମ୍‌ ମୁମ୍ବାଇରେ ଅନୁଷ୍ଠିତ ହେବ। ଏନେଇ ଚିଠି ହସ୍ତଗତ ହୋଇଥିବା ଏକ ରାଜ୍ୟ ଆଶୋସିଏଶନର ଜଣେ ପ୍ରଭାବଶାଳୀ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ଲାଗି ସର୍ତ୍ତରଖି ସୂଚନା ଦେଇଛନ୍ତି। ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ।
ଲୋଧା ସଂସ୍କାର ତାଲିକାରେ ସ୍ଥାନ ପାଇଥିବା ୭୦ବର୍ଷ ବୟସ ସୀମା, ୬ ବର୍ଷ କାର୍ଯ୍ୟକାଳ ପରେ ୩ବର୍ଷ କୁଲିଂ ଅଫ୍‌ ପିରିୟଡ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ କାର୍ଯ୍ୟନିର୍ବାହୀମାନଙ୍କ କ୍ଷମତା ହ୍ରାସ ଆଦି ବିଷୟ ସଦସ୍ୟମାନେ ବୈଠକରେ ଉଠାଇ ପାରନ୍ତି। ତେବେ ୨୦୧୮ ଅଗଷ୍ଟ ୯ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ରେଜିଷ୍ଟ୍ରି ହୋଇଥିବା ସମ୍ବିଧାନରେ କୌଣସି ସଂଶୋଧନ ଆଣିବାକୁ ହେଲେ ପରିବର୍ତ୍ତନ ପାଇଁ ବିସିସିଆଇକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ପଡ଼ିବ। ଯାହା ଜଣାପଡୁଛି ବିସିସିଆଇର ପୂର୍ବତନ କର୍ମକର୍ତ୍ତାମାନେ କ୍ଷମତାକୁ ଫେରିବା ଲାଗି ଚାହୁଁଛନ୍ତି। ଲୋଧା ସଂସ୍କରର ପ୍ରତିଟି ପ୍ରମୁଖ ପ୍ରସ୍ତାବର ସମୀକ୍ଷା ହେବ। ଏହି ନିୟମଗୁଡ଼ିକର ପ୍ରତ୍ୟାହାର ପାଇଁ ବିସିସିଆଇ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିପାରେ ବୋଲି ଏକ ରାଜ୍ୟ ଆସୋସିଏଶନର ଜଣେ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତରଖି ଏ ବିଷୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଜଗତକୁ ଝଟ୍‌କା, ୫୧ଟି ଶତକ ଲଗାଇଥିବା ମହାନ ବ୍ୟାଟ୍ସମ୍ୟାନଙ୍କ ପରଲୋକ

କ୍ରିକେଟ ଜଗତର ମହାନ ଖେଳାଳି ଓ୍ବେଷ୍ଟଇଣ୍ଡିଜର ସାର୍‌ ଏଭର୍ଟନ ଓ୍ବିକ୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର ଗଡ୍‌ଫାଦର୍‌...

ପ୍ରଶଂସକଙ୍କଠୁ ଦୂରେଇ ରହିବ ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୧୦।୩- ଆସନ୍ତା ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଭାରତ ଗସ୍ତରେ ଥିବା...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତର ନୂଆ ଜର୍ସି ଲଞ୍ଚ୍‌

ନୂଆଦିଲ୍ଲୀ,୧୩।୧୦: ଆଇସିସି ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କ୍ରିକେଟ ବୋର୍ଡ ଅଫ କ୍ରିକେଟ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ କରିଛି। ଏହି ଜର୍ସି...

ରାଇନା କହିଲେ- ଏହି ଖେଳାଳି ଭାରତୀୟ ଟିମ୍‌ର ଆଗାମୀ ଏମ୍‌ଏସ୍‌ ଧୋନୀ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀ ଏକ ଉପଲବ୍ଧିଠାରୁ କମ୍‌ ନୁହଁନ୍ତି। ଟିମ୍‌ ପ୍ରତି ତାଙ୍କ ଯୋଗଦାନକୁ କାହା ସହ ତୁଳନା କରାଯାଇପାରିବ...

ସିଏସ୍‌କେର ଜୋହାନ୍ସବର୍ଗ ଫ୍ରାଞ୍ଚାଇଜ୍‌ର ନାମ ଘୋଷଣା

ଚେନ୍ନାଇ, ୨ା୯ (ପି.ଟି.): ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ (ଏସ୍‌ଏ ୨୦) ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଲିମିଟେଡ୍‌ (ସିଏସ୍‌କେ-ସିଏଲ୍‌)ର ଜୋହାନ୍ସବର୍ଗଭିତ୍ତିକ ଫ୍ରାଞ୍ଚାଇଜ୍‌ ନାମ ଜୋବର୍ଗ ସୁପର...

ଟ୍ରକ ଡାଲାରେ ବସି କ୍ରିକେଟ ଖେଳିବାକୁ ଯାଉଥିଲେ ଏହି ଖେଳାଳି

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା...

ଆଇପିଏଲ-୨୦୨୩ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା: ବୁମରା ଖେଳିବା ନେଇ ଅନିଶ୍ଚିତତା…

କୋଲକାତା,୨୭।୨ : ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଉତ୍ସାହର ସହିତ ଆଇପିଏଲ-୨୦୨୩ କୁ ଅପେକ୍ଷା କରିଛନ୍ତି। ପ୍ରଶଂସକମାନେ ଚାହୁଁଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବିଜୟ...

ଅନ୍ତିମ ଦୁଇ ଟେଷ୍ଟ ଲାଗି ଭାରତୀୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ, ୧୭।୨ : ଚଳିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇ...

Advertisement
Archives

Model This Week