ବୁଲ୍‌ବୁଲ୍‌ ପ୍ରଭାବ: ଜଗତ୍‌ସିଂହପୁର ଜିଲାର ଧାନ,ପରିବା ଫସଲ ଅଧିକ କ୍ଷତିଗ୍ରସ୍ତ

ଜଗତ୍‌ସିଂହପୁର ଅଫିସ,୧୦ା୧୧: ବାତ୍ୟା ବୁଲ୍‌ବୁଲ ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ତଳିଆ ଅଞ୍ଚଳ ଲୋକେ ପ୍ରଭାବିତ ହେବା ସହ ବ୍ୟାପକ ଧାନ ଓ ପନିପରିବା କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ଧାନ ଥୋଡ ଧରୁଥିବାରୁ ପବନ ମାଡରେ ଏହା ନଷ୍ଟ ପ୍ରାୟ ହୋଇଯାଇଛି। ଜିଲାର ସମସ୍ତ ଅଞ୍ଚଳରେ ଗଛ ଭାଙ୍ଗିଥିବା ବେଳେ ପାରାଦୀପ, କୁଜଙ୍ଗ, ତିର୍ତ୍ତୋଲ, ଏରସମା ଓ ବାଲିକୁଦା ଅଞ୍ଚଳରେ ଏହି ସଂଖ୍ୟା ଅଧିକ ବୋଲି ଆକଳନ କରାଯାଇଛି। ୮ତାରିଖରୁ ବର୍ଷା ଓ ପବନ ଲାଗି ରହିବାରୁ ଜିଲାର ତଳିଆ ତଥା ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଓ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲାପାଳ ପାରାଦୀପରେ ରହି ଲୋକଙ୍କୁ ସ୍ଥାନାନ୍ତରଣ, ରନ୍ଧା ଖାଦ୍ୟ ପ୍ରଦାନ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା, ବାତ୍ୟାଜନିତ ଭାଙ୍ଗି ପଡିଥିବା ଗଛକୁ କାଟି ସଫା କରିବା ଆଦି କାର୍ଯ୍ୟ ତଦାରଖ କରିଥିଲେ ।

ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୫୪୬ ଜଣଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପାରାଦୀପ ପୌର ପରିଷଦ ଦ୍ୱାରା ମେରାଇନ ଆକ୍ବାରିୟମକୁ ୮୬ଜଣ, ପାରାଦୀପ ମ୍ୟୁନିସିପାଲ୍‌ଟି ହାଇସ୍କୁଲରେ ୨୦୦, ତିର୍ତ୍ତୋଲ ବ୍ଲକର ତର୍ଜଙ୍ଗା ହାଇସ୍କୁଲରେ ୨୦୦ ଓ ଜଗତ୍‌ସିଂହପୁରସ୍ଥିତ ଶ୍ରୀକୃଷ୍ଣ ଏକାଡେମୀକୁ ୬୦ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଲୋକଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଦିଆଯାଇଥିଲା। ପାରାଦୀପରେ କ୍ରକୋଡାଇଲ୍‌ ପାର୍କଠାରୁ ମାଉସୀ ମା’ଛକ ରାସ୍ତା, ମଧୁବନ ରାସ୍ତା, କ୍ରକୋଡାଇଲ ପାର୍କ ରାସ୍ତାଠାରୁ ସବ୍‌ଷ୍ଟେସନ୍‌ ଛକ ରାସ୍ତାରେ ଗଛ ଭାଙ୍ଗି ପଡିଥିବାରୁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତା ସଫା କରାଯାଇଥିଲା। ଜିଲାପାଳ ଶୁକ୍ରବାର ଷଣ୍ଢକୁଦ, ବଙ୍ଗାଳିସାହି ଆଦି ଅଞ୍ଚଳ ପରିଦର୍ଶନ କରି ସ୍ଥାନାନ୍ତରଣ ପ୍ରକ୍ରିୟା ତଦାରଖ କରିଥିଲେ। ଶୁକ୍ରବାର ରାତିରେ ପାରାଦୀପରେ ପବନର ବେଗ ଅଧିକ ଥିଲା। ଏହାର ପ୍ରଭାବରେ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିବା ବେଳେ ଆଉ କେତେକ ସ୍ଥାନରେ ବଙ୍କା ହୋଇ ଯାଇଥିଲା। ତାର ମଧ୍ୟ ଅନେକ ସ୍ଥାନରେ ଛିଡିଥିବାରୁ ବିଦ୍ୟୁତ ସରବରାହ ବ୍ୟାଘାତ ଘଟିଛି। ବର୍ଷା କମିବା ପରେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ତୁରନ୍ତ ମରାମତି କରିବେ ବୋଲି ସୂଚନା ଦିଆଯାଇଛି। ଏରସମା ବସ୍‌ ଷ୍ଟାଣ୍ଡରେ ଗୋଟିଏ ଗଛ ଭାଙ୍ଗି ପଡିଥିବାରୁ ସମସ୍ୟା ହୋଇଥିଲା। ସୌଭାଗ୍ୟ ଅଗ୍ନିଶମ ବିଭାଗ କର୍ମଚାରୀ ଏହାକୁ କାଟି ସଫା କରି ଦେଇଛନ୍ତି। ଖବର ଲେଖାହେବା ବେଳକୁ ପାଗରେ ସୁଧାର ଆସିଛି। ଜଗତ୍‌ସିଂହପୁର ସମେତ ବିରିଡ଼ି, ରଘୁନାଥପୁର, ନାଉଗାଁ ଆଦି ଅଞ୍ଚଳରେ ବର୍ଷା ଓ ପବନ ଆଦୌ ନ ଥିବା ବେଳେ ଅନ୍ୟ ବ୍ଲକ ଅଞ୍ଚଳରେ କମିଥିବା ଜଣାଯାଇଛି। ତେବେ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ସଜାଗ ରହିଛି। ଜିଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଏହାକୁ ତଦାରଖ କରୁଛନ୍ତି। ବର୍ଷା ଓ ପବନ ଯୋଗୁ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ କୃଷି ବିଭାଗର ଅଧିକାରୀମାନେ ପାଗ ବଦଳିଲେ ଆକଳନ କରି ରିପୋର୍ଟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଗତ ୮ ତାରିଖ ସକାଳୁ ଜିଲାରେ କୋହଲିଆ ପାଗ ସାଙ୍ଗକୁ ଝିପ ଝିପ ବର୍ଷା ଆରମ୍ଭ ହୋଇଥିଲା। ଶନିବାର ପୂର୍ବାହ୍ନ ସୁଦ୍ଧା ବର୍ଷା, ପବନ ଲାଗି ରହିଥିଲା। ପରିସ୍ଥିତିର ମୁକାବିଲା ପାଇଁ ୧ ଏନ୍‌ଡିଆର୍‌ଏଫ୍‌ ଦଳ(୨୫ ଜଣିଆ) ପାରାଦୀପରେ ପହଞ୍ଚତ୍ଥିଲେ। ଏହାବାଦ୍‌ ଜଗତ୍‌ସିଂହପୁର ଓ ପାରାଦୀପରେ ପୃଥକ ଭାବେ ୨ଟି ଓଡ୍ରାଫ୍‌ ଦଳ ନିୟୋଜିତ ହୋଇଥିଲେ। ଅଗ୍ନିଶମ ବିଭାଗର ୨ଟି ଦଳ ମଧ୍ୟ ପ୍ରସ୍ତୁତ ରହିଥିଲେ। ବର୍ଷା, ପବନ ଯୋଗୁ ଧାନ ଓ ପନିପରିବା ନଷ୍ଟ ହେବା ଭୟରେ ଚାଷୀ ଚିନ୍ତାରେ ଥିବା ବେଳେ ବାସ୍ତବରେ ସେମାନଙ୍କ ଆଶଙ୍କା ସତରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?