‘ବିଷ ଖାଇବାନି କି ଖୁଆଇବାନି’

ଭୁବନେଶ୍ୱର,୧୦।୨(ବ୍ୟୁରୋ): ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଆବଶ୍ୟକ। କିନ୍ତୁ ଆଜିକାଲି ସ୍ବାସ୍ଥ୍ୟକର ଖାଦ୍ୟ ପାଇବା ସହଜ ନୁହେଁ। ବଜାରରେ ମିଳୁଥିବା ପ୍ରତ୍ୟେକ ଖାଦ୍ୟଦ୍ରବ୍ୟରେ ରାସାୟନିକ ସାରର ବ୍ୟବହାର କରାଯାଉଛି, ଯାହା ସ୍ବାସ୍ଥ୍ୟ ପ୍ରତି ହାନିକାର ହେଉଛି। ତେଣୁ ଏପରି ପରିପ୍ରେକ୍ଷୀରେ ଜୈବିକ(ଅର୍ଗାନିକ୍‌) ଖାଦ୍ୟ ପଦାର୍ଥ ଆମ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ କେଉଁ ଜାଗାରୁ ଜୈବିକ ଖାଦ୍ୟ ପଦାର୍ଥ ମିଳିପାରିବ ତାହା ଅଧିକାଂଶ ଲୋକେ ଜାଣନ୍ତି ନାହିଁ। ସେହିପରି ଜୈବିକ ଚାଷୀ ମଧ୍ୟ ସେମାନଙ୍କ ଉତ୍ପାଦନକୁ ବିକ୍ରିବଟା କରିବା ପାଇଁ ସ୍ଥାନ ପାଉନାହିଁ। ତେଣୁ ଚାଷୀ ଓ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଦ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା (ପିସିଓ) ପକ୍ଷରୁ ଏକ ପ୍ରୟାସ ଆରମ୍ଭ ହୋଇଛି। ରବିବାର ପ୍ରେସ୍‌ କ୍ଲବ୍‌ ପରିସରରେ ଆୟୋଜିତ ହୋଇଥିଲା ‘ଅର୍ଗାନିକ୍‌ ଫେୟାର’, ଯେଉଁଥିରେ ଓଡ଼ିଶାର ବିଭିନ୍ନ କୋଣରୁ ଜୈବିକ ଉପାୟରେ ଉତ୍ପାଦନ କରୁଥିବା ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ବିଶେଷ କରି ପନିପରିବାଠାରୁ ଆରମ୍ଭ କରି ମହୁ, ଆଚାର, ବିଭିନ୍ନ କିସମର ଚାଉଳ, ଚକୋଲେଟ୍‌ ଭଳି ଖାଦ୍ୟ ପଦାର୍ଥ, ଜୈବିକ ଖତ ପ୍ରଦର୍ଶିତ ହେବା ସାଙ୍ଗକୁ ବିକ୍ରି ମଧ୍ୟ ହୋଇଥିଲା। ରବିବାର ହୋଇଥିବାରୁ ମେଳାରେ ଭିଡ଼ ଜମିଥିଲା। ଲୋକେ ଉତ୍ସାହର ସହିତ ଉକ୍ତ ଖାଦ୍ୟ ପଦାର୍ଥଗୁଡ଼ିକ କିଣିବା ସହିତ ପ୍ରେସ୍‌ କ୍ଲବ୍‌ର ଏଭଳି ପ୍ରୟାସକୁ କ୍ରଶଂସା କରିଥିଲେ।
ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ ଯୁଗ୍ମଭାବେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ଘୋଷିତ ହୋଇଥିବା ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାବରମତୀ କହିଥିଲେ ଯେ, ଜୈବିକ ଖାଦ୍ୟକୁ ବିକ୍ରିବଟା ପାଇଁ ଚାଷୀଙ୍କୁ ପ୍ଲାଟଫର୍ମ ମିଳୁନି। ଯଦି ବ୍ଲକ୍‌ ସ୍ତରରେ ସେମାନଙ୍କୁ ବିକ୍ରିବଟା ପାଇଁ ଜାଗା ମିଳନ୍ତା ତେବେ ଗାଁ ଲୋକମାନେ ଏସବୁ ଖାଇବା ଆରମ୍ଭ କରନ୍ତେ। ଜୈବିକ ଚାଷ ପ୍ରସାର କରିବା ପାଇଁ ଗଣମାଧ୍ୟମର ବଡ଼ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ‘ବିଷ ଖାଇବାନି କି ବିଷ ଖୁଆଇବାନି’ ଭଳି ସାବରମତୀ ସ୍ଲୋଗାନ ଦେଇଥିଲେ। ପ୍ରଫେସର ରାଧାମୋହନ କହିଥିଲେ ଯେ, ବର୍ତ୍ତମାନ ଯେଉଁ ସାର ବ୍ୟବହାର କରାଯାଉଛି ସେଥିରେ ମୂଳ ଉପାଦନ ହେଉଛି କୋଇଲା, ପେଟ୍ରୋଲିୟମ ଓ ଗ୍ୟାସ୍‌। ସେଗୁଡ଼ିକ ଅକ୍ଷୟ ନୁହେଁ। ଦିନେ ନା ଦିନେ ଏହାର କ୍ଷୟ ହେବ। ତେଣୁ ଏଥିପାଇଁ ବିଚାର କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଆମକୁ ବିଷମୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଜୈବିକ ସାର ଓ ଜୈବିକ ଖାଦ୍ୟକୁ ଆମେ ସମସ୍ତେ ଆପଣେଇବା ଉଚିତ।
ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମେଳା ଉଭୟ ବିକ୍ରେତା ଓ ଗ୍ରାହକଙ୍କ ପାଇଁ ଲାଭବାନ ହେବ ବୋଲି ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଜୈବିକ ଚାଷ ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। କାରଣ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପେଷ୍ଟିସାଇଡ୍‌ ଓ ଫର୍ଟିଲାଇଜର ବ୍ୟବହାର କମ୍‌ ରହିଛି। ଓଡ଼ିଶାରେ କିପରି ଜୈବିକ ଚାଷକୁ ବୃଦ୍ଧି କରାଯାଇପାରିବ, ସେଥିପାଇଁ କାର୍ଯ୍ୟ କରାଯାଉଛି। ୨୦୧୮ରେ ଅର୍ଗାନିକ୍‌ ପଲିସି କରାଯାଇଛି। ଏହି ପିଲିସି ଦ୍ୱାରା ୫ବର୍ଷରେ ୨ଲକ୍ଷ ହେକ୍ଟର ଜମି ଚାଷ କରିବା ଟାର୍ଗେଟ ରହିଛି। ବର୍ତ୍ତମାନ ଓଡ଼ିଶାରେ ୨୦ହଜାର ହେକ୍ଟର ଜମିରେ ଜୈବିକ ଚାଷ ହେଉଛି। ସବୁ ଜିଲାରେ ଜୈବିକ ଚାଷ ହେଉଛି। କିନ୍ତୁ ମାର୍କେଟିଂ ଏକ ବଡ଼ ସମସ୍ୟା। ଯେଉଁମାନେ ଜୈବିକ ଚାଷ କରୁଛନ୍ତି, ସେମାନଙ୍କୁ ସ୍ବତନ୍ତ୍ର ସ୍ଥାନ ମିଳିବା ଉଚିତ୍‌। ତେଣୁ ସବୁ ଜିଲାରେ ମାସକୁ ଥରେ ଏଭଳି ଏକ ପ୍ରଦର୍ଶନୀ କରାଗଲେ ଉପକୃତ ହୋଇପାରିବ। ଏଥିପାଇଁ ଆମେ ସବୁ ଜିଲାପାଳଙ୍କ ସହିତ କଥା ହେବୁ। ଯେଉଁ ଜିଲାଗୁଡ଼ିକରେ ଅଧିକ ଜୈବିକ ଚାଷ ହେଉଛି, ସେଠାରେ ପ୍ରଥମେ ଆରମ୍ଭ କରିବୁ। ଖୁବ୍‌ଶୀଘ୍ର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଚେଷ୍ଟା କରିବୁ ବୋଲି ସୌରଭ ଗର୍ଗ କହିଛନ୍ତି।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜୈବିକ କୃଷି କେନ୍ଦ୍ରର ନିର୍ଦ୍ଦେଶକ ଡ. ଅଜୟ ସିଂ ରାଜପୁତ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ପ୍ରଥମ ଅକ୍ଷର ‘ଓ’ ହେଉଛି ଅର୍ଗାନିକ୍‌। ଓଡ଼ିଶାର ‘ଓ’କୁ କେତେ ଆଗକୁ ନିଆଯାଇପାରିବ ତାହା ଆମର ଲକ୍ଷ୍ୟ ରହିଛି। ଜୈବିକ ଚାଷ କଲେ ଉତ୍ପାଦନ କମ୍‌ ହୁଏ ବୋଲି ଲୋକେ ଚିନ୍ତା କରନ୍ତି। କିନ୍ତୁ ସେଭଳି କିଛି ନୁହେଁ। ଯଦି ଜଣେ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଜାଣିଥିବ, ତେବେ ନିଶ୍ଚୟ ଭାବେ ଲାଭହେବ। ସବୁ କୃଷକ ଏହି ଚାଷକୁ ଆପଣେଇବା ଉଚିତ। ଜୈବିକ ଚାଷ କରୁଥିବା କୃଷକଙ୍କ କେବେ ବି କ୍ଷତି ହେବ ନାହିଁ। କାରଣ ଏହା ମଲ୍‌ଟି କ୍ରପିଂ ହୋଇଥିବାରୁ କେଉଁଥିରୁ ନା କେଉଁଥିରୁ ରିପ୍ଲେସ୍‌ମେଣ୍ଟ ମିଳିଯିବ। ତେବେ ଗାଈ ଓ ଷଣ୍ଢ ହେଉଛି ଜୈବିକ ଚାଷର ମୁଖ୍ୟ ସମ୍ବଳ। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଦ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ତଥା ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ପ୍ରତି ମାସର ଦ୍ୱିତୀୟ ରବିବାର ଏହି ଫେୟାର ଆୟୋଜନ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ କ୍ଲବ୍‌ର କୋଷାଧ୍ୟକ୍ଷ ଜୟାଶିଷ ରାୟ ସଂଯୋଜନା କରିଥିବା ବେଳେ ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ ମେଳା ଆୟୋଜନ ସମ୍ପର୍କରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଭାପାଇବ ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ

କଟକ ରୋଡ,୧୯।୯(ଡି.ଏନ୍‌.ଏ.): ଚଳିତବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ନବମ ବର୍ଷରେ ପହଞ୍ଚିଛି। ପୂର୍ବରୁ ବିଭିନ୍ନ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ପୂଜା...

ପୁଣି ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ୍‌ ଦୁଷ୍ମନ୍ତ

ଭୁବନେଶ୍ୱର,(ବ୍ୟୁରୋ),୯ା୫: ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଣ ମାମଲାରେ କ୍ରାଇମବ୍ରାଞ୍ଚ ଖିଅ ଖୋଜିବାକୁ ଚେଷ୍ଟା ଜାରି...

ଗତବର୍ଷ ତୁଳନାରେ ଏ ବର୍ଷ ବଢ଼ିଛି ୪୭ ପ୍ରତିଶତ ଅଧିକ ଧାନ ସଂଗ୍ରହ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ଚାଷୀଙ୍କଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଗତବର୍ଷ...

ମନୀଷ ଅନୁରାଗ ମୃତ୍ୟୁ ମାମଲା: ବନ୍ଧା ହେଲେ ହୋଟେଲ ମ୍ୟାନେଜର

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ହୋଟେଲ ସାଉଥ୍‌ ସିଟିର ମ୍ୟାନେଜର ସୌଭିକ ଜେନାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅନ୍ୟପକ୍ଷରେ...

ଆରପାରିରେ ନାଟ୍ୟକାର ବିଜୟ ମିଶ୍ର: ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୨୬ା୪(ବ୍ୟୁରୋ)- ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ ଓ ନାଟ୍ୟକାର ଡ. ବିଜୟ ମିଶ୍ର ଆଉ ନାହାନ୍ତି। ରବିବାର ଅପରାହ୍ନରେ ସେ ଚିରଦିନ ପାଇଁ...

ଆଜି ଟୁଇନ୍‌ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦେଖାଯାଉନି

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ସକାଳେ ଟୁଇନ୍‌ ସିଟି ଅର୍ଥାତ୍‌ କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳୁ ଅତି ନିକଟରୁ ମଧ୍ୟ ମୁହଁକୁ ମୁହଁ ଦେଖାଯାଉନି।...

ବର୍ଜ୍ୟ ପରିଚାଳନା ପାଇଁ କରିବେ ସଚେତନ

ଭୁବନେଶ୍ୱର, ୧ା୧୨(ବ୍ୟୁରୋ) ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)ରେ ନିୟୋଜିତ ସ୍ବଚ୍ଛସାଥୀମାନଙ୍କୁ ଶୁକ୍ରବାର ବିଏମ୍‌ସି ଉତ୍ତର ଜୋନାଲ ଅଫିସ୍‌ରେ ତାଲିମ ଦିଆଯାଇଛି। ୧୧ଟି ଓ୍ବାର୍ଡରୁ ୩୮ ଜଣ...

ପ୍ରବାସୀ ଜାଣିପାରିବେ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ ସେଣ୍ଟର ସମ୍ପର୍କିତ ତଥ୍ୟ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ସଠିକ୍‌ ତଥ୍ୟ ଓ ପରିଚାଳନା ପାଇଁ ଓଡିଶା ସ୍ପେଶ ଆପ୍ଲିକେସନସ୍‌ ସେଣ୍ଟର ତରଫରୁ ଏକ ଭୌଗୋଳିକ ତଥ୍ୟ ବ୍ୟବସ୍ଥା ଜିଆଇଏସ୍‌ ପ୍ରସ୍ତୁତ କରିଛି।...

Advertisement
Archives

Model This Week