‘ବିଷ ଖାଇବାନି କି ଖୁଆଇବାନି’

ଭୁବନେଶ୍ୱର,୧୦।୨(ବ୍ୟୁରୋ): ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଆବଶ୍ୟକ। କିନ୍ତୁ ଆଜିକାଲି ସ୍ବାସ୍ଥ୍ୟକର ଖାଦ୍ୟ ପାଇବା ସହଜ ନୁହେଁ। ବଜାରରେ ମିଳୁଥିବା ପ୍ରତ୍ୟେକ ଖାଦ୍ୟଦ୍ରବ୍ୟରେ ରାସାୟନିକ ସାରର ବ୍ୟବହାର କରାଯାଉଛି, ଯାହା ସ୍ବାସ୍ଥ୍ୟ ପ୍ରତି ହାନିକାର ହେଉଛି। ତେଣୁ ଏପରି ପରିପ୍ରେକ୍ଷୀରେ ଜୈବିକ(ଅର୍ଗାନିକ୍‌) ଖାଦ୍ୟ ପଦାର୍ଥ ଆମ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ କେଉଁ ଜାଗାରୁ ଜୈବିକ ଖାଦ୍ୟ ପଦାର୍ଥ ମିଳିପାରିବ ତାହା ଅଧିକାଂଶ ଲୋକେ ଜାଣନ୍ତି ନାହିଁ। ସେହିପରି ଜୈବିକ ଚାଷୀ ମଧ୍ୟ ସେମାନଙ୍କ ଉତ୍ପାଦନକୁ ବିକ୍ରିବଟା କରିବା ପାଇଁ ସ୍ଥାନ ପାଉନାହିଁ। ତେଣୁ ଚାଷୀ ଓ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଦ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା (ପିସିଓ) ପକ୍ଷରୁ ଏକ ପ୍ରୟାସ ଆରମ୍ଭ ହୋଇଛି। ରବିବାର ପ୍ରେସ୍‌ କ୍ଲବ୍‌ ପରିସରରେ ଆୟୋଜିତ ହୋଇଥିଲା ‘ଅର୍ଗାନିକ୍‌ ଫେୟାର’, ଯେଉଁଥିରେ ଓଡ଼ିଶାର ବିଭିନ୍ନ କୋଣରୁ ଜୈବିକ ଉପାୟରେ ଉତ୍ପାଦନ କରୁଥିବା ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ବିଶେଷ କରି ପନିପରିବାଠାରୁ ଆରମ୍ଭ କରି ମହୁ, ଆଚାର, ବିଭିନ୍ନ କିସମର ଚାଉଳ, ଚକୋଲେଟ୍‌ ଭଳି ଖାଦ୍ୟ ପଦାର୍ଥ, ଜୈବିକ ଖତ ପ୍ରଦର୍ଶିତ ହେବା ସାଙ୍ଗକୁ ବିକ୍ରି ମଧ୍ୟ ହୋଇଥିଲା। ରବିବାର ହୋଇଥିବାରୁ ମେଳାରେ ଭିଡ଼ ଜମିଥିଲା। ଲୋକେ ଉତ୍ସାହର ସହିତ ଉକ୍ତ ଖାଦ୍ୟ ପଦାର୍ଥଗୁଡ଼ିକ କିଣିବା ସହିତ ପ୍ରେସ୍‌ କ୍ଲବ୍‌ର ଏଭଳି ପ୍ରୟାସକୁ କ୍ରଶଂସା କରିଥିଲେ।
ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ ଯୁଗ୍ମଭାବେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ଘୋଷିତ ହୋଇଥିବା ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାବରମତୀ କହିଥିଲେ ଯେ, ଜୈବିକ ଖାଦ୍ୟକୁ ବିକ୍ରିବଟା ପାଇଁ ଚାଷୀଙ୍କୁ ପ୍ଲାଟଫର୍ମ ମିଳୁନି। ଯଦି ବ୍ଲକ୍‌ ସ୍ତରରେ ସେମାନଙ୍କୁ ବିକ୍ରିବଟା ପାଇଁ ଜାଗା ମିଳନ୍ତା ତେବେ ଗାଁ ଲୋକମାନେ ଏସବୁ ଖାଇବା ଆରମ୍ଭ କରନ୍ତେ। ଜୈବିକ ଚାଷ ପ୍ରସାର କରିବା ପାଇଁ ଗଣମାଧ୍ୟମର ବଡ଼ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ‘ବିଷ ଖାଇବାନି କି ବିଷ ଖୁଆଇବାନି’ ଭଳି ସାବରମତୀ ସ୍ଲୋଗାନ ଦେଇଥିଲେ। ପ୍ରଫେସର ରାଧାମୋହନ କହିଥିଲେ ଯେ, ବର୍ତ୍ତମାନ ଯେଉଁ ସାର ବ୍ୟବହାର କରାଯାଉଛି ସେଥିରେ ମୂଳ ଉପାଦନ ହେଉଛି କୋଇଲା, ପେଟ୍ରୋଲିୟମ ଓ ଗ୍ୟାସ୍‌। ସେଗୁଡ଼ିକ ଅକ୍ଷୟ ନୁହେଁ। ଦିନେ ନା ଦିନେ ଏହାର କ୍ଷୟ ହେବ। ତେଣୁ ଏଥିପାଇଁ ବିଚାର କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଆମକୁ ବିଷମୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଜୈବିକ ସାର ଓ ଜୈବିକ ଖାଦ୍ୟକୁ ଆମେ ସମସ୍ତେ ଆପଣେଇବା ଉଚିତ।
ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମେଳା ଉଭୟ ବିକ୍ରେତା ଓ ଗ୍ରାହକଙ୍କ ପାଇଁ ଲାଭବାନ ହେବ ବୋଲି ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଜୈବିକ ଚାଷ ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। କାରଣ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପେଷ୍ଟିସାଇଡ୍‌ ଓ ଫର୍ଟିଲାଇଜର ବ୍ୟବହାର କମ୍‌ ରହିଛି। ଓଡ଼ିଶାରେ କିପରି ଜୈବିକ ଚାଷକୁ ବୃଦ୍ଧି କରାଯାଇପାରିବ, ସେଥିପାଇଁ କାର୍ଯ୍ୟ କରାଯାଉଛି। ୨୦୧୮ରେ ଅର୍ଗାନିକ୍‌ ପଲିସି କରାଯାଇଛି। ଏହି ପିଲିସି ଦ୍ୱାରା ୫ବର୍ଷରେ ୨ଲକ୍ଷ ହେକ୍ଟର ଜମି ଚାଷ କରିବା ଟାର୍ଗେଟ ରହିଛି। ବର୍ତ୍ତମାନ ଓଡ଼ିଶାରେ ୨୦ହଜାର ହେକ୍ଟର ଜମିରେ ଜୈବିକ ଚାଷ ହେଉଛି। ସବୁ ଜିଲାରେ ଜୈବିକ ଚାଷ ହେଉଛି। କିନ୍ତୁ ମାର୍କେଟିଂ ଏକ ବଡ଼ ସମସ୍ୟା। ଯେଉଁମାନେ ଜୈବିକ ଚାଷ କରୁଛନ୍ତି, ସେମାନଙ୍କୁ ସ୍ବତନ୍ତ୍ର ସ୍ଥାନ ମିଳିବା ଉଚିତ୍‌। ତେଣୁ ସବୁ ଜିଲାରେ ମାସକୁ ଥରେ ଏଭଳି ଏକ ପ୍ରଦର୍ଶନୀ କରାଗଲେ ଉପକୃତ ହୋଇପାରିବ। ଏଥିପାଇଁ ଆମେ ସବୁ ଜିଲାପାଳଙ୍କ ସହିତ କଥା ହେବୁ। ଯେଉଁ ଜିଲାଗୁଡ଼ିକରେ ଅଧିକ ଜୈବିକ ଚାଷ ହେଉଛି, ସେଠାରେ ପ୍ରଥମେ ଆରମ୍ଭ କରିବୁ। ଖୁବ୍‌ଶୀଘ୍ର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଚେଷ୍ଟା କରିବୁ ବୋଲି ସୌରଭ ଗର୍ଗ କହିଛନ୍ତି।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜୈବିକ କୃଷି କେନ୍ଦ୍ରର ନିର୍ଦ୍ଦେଶକ ଡ. ଅଜୟ ସିଂ ରାଜପୁତ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ପ୍ରଥମ ଅକ୍ଷର ‘ଓ’ ହେଉଛି ଅର୍ଗାନିକ୍‌। ଓଡ଼ିଶାର ‘ଓ’କୁ କେତେ ଆଗକୁ ନିଆଯାଇପାରିବ ତାହା ଆମର ଲକ୍ଷ୍ୟ ରହିଛି। ଜୈବିକ ଚାଷ କଲେ ଉତ୍ପାଦନ କମ୍‌ ହୁଏ ବୋଲି ଲୋକେ ଚିନ୍ତା କରନ୍ତି। କିନ୍ତୁ ସେଭଳି କିଛି ନୁହେଁ। ଯଦି ଜଣେ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଜାଣିଥିବ, ତେବେ ନିଶ୍ଚୟ ଭାବେ ଲାଭହେବ। ସବୁ କୃଷକ ଏହି ଚାଷକୁ ଆପଣେଇବା ଉଚିତ। ଜୈବିକ ଚାଷ କରୁଥିବା କୃଷକଙ୍କ କେବେ ବି କ୍ଷତି ହେବ ନାହିଁ। କାରଣ ଏହା ମଲ୍‌ଟି କ୍ରପିଂ ହୋଇଥିବାରୁ କେଉଁଥିରୁ ନା କେଉଁଥିରୁ ରିପ୍ଲେସ୍‌ମେଣ୍ଟ ମିଳିଯିବ। ତେବେ ଗାଈ ଓ ଷଣ୍ଢ ହେଉଛି ଜୈବିକ ଚାଷର ମୁଖ୍ୟ ସମ୍ବଳ। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଦ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ତଥା ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ପ୍ରତି ମାସର ଦ୍ୱିତୀୟ ରବିବାର ଏହି ଫେୟାର ଆୟୋଜନ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ କ୍ଲବ୍‌ର କୋଷାଧ୍ୟକ୍ଷ ଜୟାଶିଷ ରାୟ ସଂଯୋଜନା କରିଥିବା ବେଳେ ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ ମେଳା ଆୟୋଜନ ସମ୍ପର୍କରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

ବିଜୟ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର,୪।୫: କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ। ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।...

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

୧୦ରେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୪।୫: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦...

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri