ବିଶ୍ୱ ବଜାରରେ ପହଞ୍ଚୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ

ଭୁବନେଶ୍ୱର,୨୩। ୬: ଖାଦ୍ୟ ସାମଗ୍ରୀ ଯୋଗାଣ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶକୁ ନିୟନ୍ତ୍ରଣ କରାଯାଇ ପାରିବ। ଆମେରିକା, ଚାଇନା କିମ୍ବା ଅନ୍ୟ ଯେକୌଣସି ଦେଶ ହେଉ ପଛେ ଏଭଳି ପଦକ୍ଷେପ ଦ୍ୱାରା ଘରୋଇ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ରାଜ୍ୟର ସ୍ବୟଂସହାୟକ ଗୋଷ୍ଠୀଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀ ଚାଇନାର ସାଂଘାଇ ଏବଂ ଅନ୍ୟ ଅନ୍ତର୍ଜାତୀୟ ସହରଗୁଡିକରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏ ଦିଗରେ ଶିଳ୍ପ ସଂସ୍ଥାଗୁଡିକ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଉଚିତ। ଏଭଳି ସ୍ଥିତିରେ ବିଶ୍ୱକୁ ଏକ ବଜାର ଭାବେ ବିଚାର ନ କରି ପରିବାର ସଦୃଶ ଦେଖିବା, ଗୁଣାତ୍ମକ ସାମଗ୍ରୀ ଓ ପ୍ରଡକ୍ଟରେ ଉଦ୍ଭାବନ ଉପରେ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ରାଜ୍ୟପାଳ ଗଣେଷୀ ଲାଲ କହିଛନ୍ତି। ଶନିବାର ସ୍ଥାନୀୟ ଏକ ହୋଟେଲରେ ଓ୍ବାର୍ଲଡ ଟ୍ରେଡ ସେଣ୍ଟର(ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ପାଳନ ଅବସରରେ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି ଯେ, ସ୍ବଂୟ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ କରାଇବା ଦିଗରେ ଡବ୍ଲ୍ୟୁଟିସି ପଦକ୍ଷେପ ନେଉ।
କ୍ଷୁଦ୍ର ବାଣିଜ୍ୟଗୁଡିକ ଲାଗି ଉତ୍ତମ ପରିବେଶ ସୃଷ୍ଟି ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହି ଅବସରରେ ସୂଚନା ଦେଇଛନ୍ତି। ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ, ପ୍ରାକୃତିକ ସମ୍ପଦ ଠାରୁ ଦକ୍ଷତା ବିକାଶ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା ବର୍ତ୍ତମାନ ଉନ୍ନତ ସ୍ଥିତିରେ ରହିଛି। ଏଥି ଲାଗି ରାଜ୍ୟ ଏକ ରପ୍ତାନି ଯୋଗ୍ୟ ସ୍ଥାନ ହୋଇ ପାରିଥିବା ମିଶ୍ର ମତ ଦେଇଛନ୍ତି। ଭାରତ ଏବଂ ଓଡିଶା ଲାଗି ରହିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ସୁଯୋଗ ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
ଏଥିରେ ଡବ୍ଲ୍ୟୁଟିସି ଭୁବନେଶ୍ୱରର ଅଧ୍ୟକ୍ଷ କ୍ୟାପଟେନ ସୋମେଶ ବାତ୍ରା, ଇପିକଲ୍‌ ଏମ୍‌ଡି ନୀତିନ ଜଓ୍ବାଲେ, ଏମ୍‌ଏସ୍‌ଏମ୍‌ଇ ବିଭାଗ ସ୍ବତନ୍ତ୍ର ସଚିବ ଏଲ୍‌.ଏନ୍‌.ଗୁପ୍ତା,ଡବ୍ଲ୍ୟୁଟିସି ଭୁବନେଶ୍ୱରର ବରିଷ୍ଠ ନିର୍ଦ୍ଦେଶକ ରୂପା ନାୟକ ଏବଂ ସହକାରୀ ନିର୍ଦ୍ଦେଶକ ନିମେଶିଖା ନଟରାଜନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୪୪%

ନୂଆଦିଲ୍ଲୀ,୧୪।୩: ଚଳିତ ବର୍ଷ ଫେବୃୟାରୀ ମାସର ଖୁଚୁରା ମୁଦ୍ରାସ୍ଫୀତି ଫଳାଫଳ ସୋମବାର ପ୍ରକାଶିତ ହୋଇଯାଇଛି। ବିଭାଗୀୟ ସୂଚନା ଅନୁସାରେ ଫେବୃୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର...

ମାର୍ଚ୍ଚରେ ୯୭,୫୯୭ କୋଟି ଟଙ୍କାର ଜିଏସ୍‌ଟି

ନୂଆଦିଲ୍ଲୀ, ୨।୪: ସରକାର ମାର୍ଚ୍ଚ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦ ୯୭,୫୯୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଏହା ଫେବୃୟାରିରେ...

ଲଗାତର ୫ ଦିନ ଲାଗି ତେଲ ଦର ବୃଦ୍ଧି

ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଲୋକଙ୍କ ଲାଗି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଗତ ୫ ଦିନ ହେବ ତେଲ ଦର ଥମିବାର...

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। ହୋଣ୍ଡା ଆମେଜ୍‌ ଫ୍ୟାମିଲି ସେଡାନ୍‌ ବର୍ଗରେ...

ଶସ୍ତା ମୂଲ୍ୟରେ ଅଧିଗ୍ରହଣକୁ ମିଳିବନି ଅନୁମତି

ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ କମ୍ପାନୀଗୁଡିକର ଶେୟାର ମୂଲ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଆକ୍ରମକ ଭାବେ କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ ହେଉଥିବା...

ଇମ୍ଫାକୁ ଫିକି ସିଏସ୍‌ଆର୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ପା)କୁ ଆଉ ଏକ ସମ୍ମାନ ଓ ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ...

ଜୟଆଲୁକ୍କାସ ପକ୍ଷରୁ ଭାଲେଣ୍ଟାଇନ୍‌ ସ୍ବତନ୍ତ୍ର ‘ବି ମାଇନ’ ଉନ୍ମୋଚିତ

ନୂଆଦିଲ୍ଲୀ,୮।୨: ଅନ୍ତରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍‌ ଜୟଆଲୁକ୍କାସ ପକ୍ଷରୁ ଭାଲେଣ୍ଟାଇନ୍ସ ଡେ ସ୍ବତନ୍ତ୍ର କଲେକ୍ସନ ‘ବି ମାଇନ’ର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ବର୍ଷର ଭାଲେଣ୍ଟାଇନ୍‌ ଡେକୁ...

ବ୍ଲାକ୍‌ଷ୍ଟୋନ କିଣିବ କ୍ୟାଫେ କଫି ଡେର ଟେକ୍‌ ପାର୍କ

ବେଙ୍ଗାଲୁରୁ,୧୬-୮: କଫି ଚେନ୍‌ ଅପରେଟନର କଫି ଡେ ଏଣ୍ଟରପ୍ରାଇଜେସ୍‌ ବେଙ୍ଗାଲୁରୁ ସ୍ଥିତ କମ୍ପାନୀର ଗ୍ଲୋବାଲ ଭିଲେଜ ଟେକ୍‌ ପାର୍କକୁ ବ୍ଲାକ୍‌ଷ୍ଟୋନକୁ ବିକ୍ରି କରିଦେବ ବୋଲି ବୁଧବାର...

Advertisement
Archives

Model This Week