ବିଶ୍ୱକୁ ଲାଗିବ ୩.୬ ଲକ୍ଷ କୋଟି ଡଲାର ଝଟକା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବ ଯୋଗୁ ସାରା ବିଶ୍ୱରେ ଅଢେଇ କୋଟି ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା କରାଯାଇଛି। ଏହି ସମୟରେ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ୩.୬ ଲକ୍ଷ କୋଟି ଡଲାରର ଝଟକା ଲାଗିବ ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, କରୋନା ଯୋଗୁ ଶ୍ରମ ସଙ୍କଟ ବଢିବ। ଭାରତରେ ଅଟୋମୋବାଇଲ, ରିୟଲ ଇଷ୍ଟେଟ, ବିମାନ ଚଳାଚଳ କ୍ଷେତ୍ର, ସିନେମା ଏବଂ ମନୋରଞ୍ଜନ ଶିଳ୍ପ, ପର୍ଯ୍ୟଟନ ସହ ଅନ୍ୟ କିଛି କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହେବେ। ଏହି କ୍ଷେତ୍ରଗୁଡିକରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ନିଯୁକ୍ତି ଉପରେ ସଙ୍କଟର କଳାବାଦଲ ଏବେ ଛାଇ ରହିଛି। ଜାନୁୟାରୀ ଏବଂ ଫେବୃୟାରୀ ମାସରେ ଚୀନରେ ଏହି ମହାମାରୀ ବ୍ୟାପିବା ଯୋଗୁ ୫୦ ଲକ୍ଷ ଲୋକ ଚାକିରି ହରାଇଥିବା ସୂଚନା ରହିଛି। କରୋନା ଯୋଗୁ ହୋଟେଲ, ଟୁର ଏବଂ ଟ୍ରାଭେଲ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ନିଯୁକ୍ତି ଉପରେ ବେଶି ପ୍ରଭାବ ପଡିବ।
ଗ୍ଲୋବାଲ ହଣ୍ଟ ଇଣ୍ଡିଆ ଏଜେନ୍ସି ରିପୋର୍ଟ ମୁତାବକ ଭାରତର ଅଣ ସଙ୍ଗଠିତ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ରହିବ। ମାତ୍ର କରୋନା ଯୋଗୁ ବଜାର ସ୍ଥିତିରେ ଶୀଘ୍ର ନ ସୁଧାର ହୁଏ ତେବେ ଆଗାମୀ ୨ରୁ ୩ ମାସ ମଧ୍ୟରେ ସଙ୍ଗଠିତ କ୍ଷେତ୍ରରେ ୨୦% ଲୋକଙ୍କ ଚାକିରୀ ସଙ୍କଟ ସ୍ଥିତିକୁ ଆସିଯିବ। ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏଶନ ସଭାପତି ଅରବିନ୍ଦର ଖୁରାନା କହିଛନ୍ତି ଯେ, ଆଗାମୀ ୨୦ ଦିନରେ ଯୋଗାଣ ସ୍ବାଭାବିକ ନ ହେଲେ ସ୍ଥିତି ବିଗିଡିଯିବ। ଚାଇନା କମ୍ପୋନେଣ୍ଟ ଉପରେ ନିର୍ଭର କରୁଥିବା ମୋବାଇଲ, ଇଲେକଟ୍ରୋନିକ୍ସ, ହୋମ ଆପ୍ଲାଏନ୍ସ ଭଳି କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି ଆକଳନ କରାଯାଇଛି। ଷ୍ଟକ ଶେଷ ହେଉଥିବାରୁ ମାନୁଫାକଚରିଂଠାରୁ ରିଟେଲରଙ୍କ ପର୍ଯ୍ୟନ୍ତ କାମ ପ୍ରାୟ ଠପ୍‌ ହୋଇଯିବ। ଏହା ଫଳରେ ବେରୋଜଗାରୀ ମଧ୍ୟ ବଢିପାରେ। ମୋବାଇଲ ରିଟେଲିଂ କ୍ଷେତ୍ରରେ ଶ୍ରମଶକ୍ତି ହ୍ରାସ ହୋଇପାରେ। ଅଧିକାଂଶ ଟିଭି କମ୍ପାନୀ ୬୦% ଚାଇନା କମ୍ପୋନେଣ୍ଟକୁ ନେଇ କାମ କରୁଥିବାରୁ ସ୍ଥିତିରେ ସୁଧାର ନ ଆସିଲେ ଛଟେଇ କରିବା ନେଇ ଯୋଜନା କରୁଛନ୍ତି। ବିମାନ ଚଳାଚଳ କ୍ଷେତ୍ରରେ ୬୦୦ ନିୟୁତ ଡଲାର କ୍ଷତି ଆକଳନ କରାଯାଇଛି। ଏହାବାଦ ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ଉପରେ ସଙ୍କଟ ଅଧିକ ରହିଛି। ଏହାବାଦ ଆମେରିକାରେ ଦ୍ୱିତୀୟ ତ୍ରୈମାସରେ ୪୫ ଲକ୍ଷ ଲୋକ ଚାକିରି ହରାଇପାରନ୍ତି ବୋଲି ଅନୁମାନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପୁଣି ୧୦ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୮: ଚଳିତ ମାସରେ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଚଳିତ ସପ୍ତାହ ବୁଧବାର ଦର ବୃଦ୍ଧି ହୋଇ ନ ଥିବା ବେଳେ ଗୁରୁବାର...

ଜାନୁୟାରୀରୁ ନାନୋ ଉତ୍ପାଦନ ବନ୍ଦ

ନୂଆଦିଲ୍ଲୀ,୩-୭: ଟାଟା ମୋଟର୍ସର କ୍ଷୁଦ୍ର କାର ନାନୋର ଉତ୍ପାଦନ ଚଳିତବର୍ଷ ଜାନୁୟାରୀରୁ ବନ୍ଦ ରହିଛି। ଅନ୍ୟପକ୍ଷରେ କମ୍ପାନୀ ଫେବୃୟାରୀରେ ଗୋଟିଏ ହେଲେ ଏହି କାର୍‌ ବିକ୍ରି...

ୟୁବିଆଇର ବାର୍ଷିକ ସାଧାରଣ ବୈଠକ: ରିଟେଲ,କୃଷି,ଏମ୍‌ଏସ୍‌ଏମ୍‌ଇ ଋଣକୁ ୟୁବିଆଇର ଫୋକସ

କଲିକତା,୨୯-୬ – ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଏହାର ୧୦ମ ବାର୍ଷିକ ସାଧାରଣ ବୈଠକ କଲିକତାଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ...

କିଣା ୨୫ ବିକା ୧୦୦ରୁ ଅଧିକ…

ନୂଆଦିଲ୍ଲୀ,୧୪।୧୨ : ଭାରତରେ ବଢ଼ିଥିବା ପେଟ୍ରୋଲ ଡିଜେଲ ଦାମ କମିବାର ନା ଧରୁନି। ସରକାର ରୁଷିଆଠାରୁ ବ୍ୟାରେଲ ପିଛା ୪୯ ଡଲାରରେ ଅଶୋଧିତ ତୈଳ କିଣୁଛନ୍ତି।...

ଅକ୍ଟୋବର ପହିଲାରୁ ସମସ୍ତ ପ୍ରକାର ଋଣ ଶସ୍ତା କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୯:ଦେଶର ସର୍ବବୃହତ୍‌ ବ୍ୟାଙ୍କ କୁହାଯାଉଥିବା ଏସ୍‌ବିଆଇ ପାର୍ବଣ ପୂର୍ବରୁ ନିଜର ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅକ୍ଟୋବର ପହିଲାରୁ ସମସ୍ତ ଫ୍ଲୋଟିଂ...

ବିଓଏମ୍‌ର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଏମ୍‌ର ବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷ)...

ଅଟୋ କମ୍ପୋନେଣ୍ଟ ସେକ୍ଟରରେ ମାନ୍ଦାବସ୍ଥା ମାଡ;ନିଯୁକ୍ତି ହରାଇବେ ୧୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ,୨୫-୭: ଅଟୋ ଉଦ୍ୟୋଗ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଟୋ କମ୍ପୋନେଣ୍ଟ କମ୍ପାନୀ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ପରିସ୍ଥିତି ଏପରି...

ରାଜ୍ୟଗୁଡ଼ିକ ପାଇଁ ସ୍ଥିତି ଅଧିକ ଚ୍ୟାଲେଞ୍ଜିଂ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ସଙ୍କଟାପନ୍ନ ହୋଇଛି। କୋଭିଡ୍‌-୧୯ ଯୋଗୁ ରାଜ୍ୟଗୁଡିକର ବିତ୍ତୀୟ ସ୍ଥିତି ମଧ୍ୟ ଦୋହଲିଯାଇଛି। ଟିକସ ସଂଗ୍ରହ ଉନ୍ନତ ନ ଥିବା...

Advertisement
Archives

Model This Week