ବିଶୋଧନ ହେଲା ବାରିପଦା ସହର

ବାରିପଦା ଅଫିସ, ୩ା୪- କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ସକାଳୁ ବାରିପଦା ସହରରେ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଷ୍ଟିଲ ଗୋଲେଇଠାରୁ ବାଲେଶ୍ୱର ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ସାନିଟାଇଜ କରାଯାଇଥିଲା। ସୋଡ଼ିୟମ ହାଇପୋକ୍ଲୋରାଇଟ କେମିକାଲ ମିଶା ପାଣିକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରରେ ସିଞ୍ଚନ କରିଥିଲେ। ଅନ୍ୟ ଏକ ଗାଡ଼ିରେ ବାରିପଦା ପିଆରଏମ୍‌ ମେଡିକାଲକୁ ମଧ୍ୟ ସାନିଟାଇଜ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସାନିଟାଇଜ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଲକଡାଉନ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ଏହା ଜାରି ରହିବ। ଶନିବାର ବାଲେଶ୍ୱର ଗୋଲେଇ ଠାରୁ ପାଲବଣି , ରବିବାର ଷ୍ଟେଶନ ବଜାର ଏହା ପରେ ସହରର ବିଭିନ୍ନ ସ୍ଥାନରେ ସାନିଟାଇଜ କରାଯିବ ବୋଲି ଜିଲା ଅଗ୍ନିଶମ ଅଧିକାରୀ ପ୍ରକାଶ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ରାଜପଥ ନିର୍ମାଣକୁ ପ୍ରଫୁଲ ସାମନ୍ତରାଙ୍କ ବିରୋଧ: ସାମୁଦ୍ରିକ ପରିବେଶ ପାଇଁ ଘାତକ

ବ୍ରହ୍ମପୁର ଅଫିସ୍‌,୬।୧୨: ଗଞ୍ଜାମ ଜିଲା ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୨୪୦ କି.ମି. ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇୱେ) ନିର୍ମାଣକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି ।...

ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଫୁଲବାଣୀ ଅଫିସ,୧୬ା୧୨-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଏମ୍‌ପି ଡା. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବିଭିନ୍ନ ଉଦ୍‌ଘାଟନ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା...

କଳ୍ପନା ଦାଶ, ବବ୍‌ଲି ହତ୍ୟା ଘଟଣା: ଡେମୋ ଦେଖାଇଲେ ଡ୍ରାଇଭର ବର୍ଦ୍ଧନ

ଝାରସୁଗୁଡ଼ା ଅଫିସ,୧୭ା୨: ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ ରାସ୍ତାରେ ୨୦୧୬ରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ଅତି...

ଉପଜିଲାପାଳରୁ ଏମ୍‌କେସିଜିର ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର ଅଫିସ,୨୦।୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲର ପ୍ରଶାସନିକ ଅଧିକାରୀ ଭାବେ ରାଜେନ୍ଦ୍ର ମିଞ୍ଜ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଭଞ୍ଜନଗର ଉପ-ଜିଲାପାଳ...

ପଥଚାରୀଙ୍କ ପାଇଁ କାଳ ପେଲେଟ

ଯାଜପୁର ଅଫିସ,୨୩।୭: ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କର୍ତ୍ତୃପକ୍ଷଙ୍କ ମନମାନି ଅଣାୟତ୍ତ ହେବାରେ ଲାଗିଛି। ଯାଜପୁରରୋଡ-ଡୁବୁରୀ ରାସ୍ତାର ବିଆର୍‌ପିଏଲ୍‌ କାରଖାନା ସମ୍ମୁଖରେ ଲୁହାପଥର ଗୋଲି...

୧୫ଦିନ ସମୟ ଦେଲା ପ୍ରଶାସନ

ବାଲିଆପାଳ, ୨୧।୫(ସ୍ବ.ପ୍ର.) ବାଲିଆପାଳ ତହସିଲ କୁମ୍ଭାରୀ ପଞ୍ଚାୟତ ତାପୁଣ୍ଡିଆ ଗ୍ରାମର ସ୍କୁଲ ସମ୍ମୁଖ ଗୋଚର ଜମିରେ ଥିବା ବହୁଦିନର ପୁରୁଣା ଦୋକାନ ଘରକୁ ଶୁକ୍ରବାର ପ୍ରଶାସନ...

ଡମ୍ପରକୁ ଧକ୍କା ଦେଲା ଟ୍ରକ୍‌ : ୨ ଗୁରୁତର

ରେମୁଣା,୨୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗଉଡ଼ୁଣୀ ପୋଖରୀ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଡମ୍ପରକୁ ଟ୍ରକ୍‌ ଧକ୍କା ଦେବାରୁ ଟ୍ରକ୍‌ ଡ୍ରାଇଭ...

କରୋନା ଲକ୍‌ ଡାଉନ୍‌ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି

ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର...

Advertisement
Archives

Model This Week