ବିରୋଧୀ ଦଳ ନେତାଙ୍କ ଅଭିଯୋଗ: କେନ୍ଦୁପତ୍ର ତୋଳାଳି ପଇସା ପାଉ ନାହାନ୍ତି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କେନ୍ଦୁପତ୍ର ତୋଳାଳିଙ୍କୁ ସେମାନଙ୍କ ନ୍ୟାଯ୍ୟ ପତ୍ର ମିଳୁନାହିଁ। ସେମାନେ ଯେତିକି ପାଉଣା ପାଇବା କଥା ତାହା ପାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅଛନ୍ତି। ସେହି ଗରିବ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କ କଲ୍ୟାଣ ପାଇଁ ତୁରନ୍ତ ଅର୍ଥ ଖର୍ଚ୍ଚ କରନ୍ତୁ। ସରକାରଙ୍କ ପାଖରେ ୮୦ କୋଟି ଟଙ୍କା ଅଛି। ଏହାକୁ ସେମାନଙ୍କ ପାଇଁ ଖର୍ଚ୍ଚ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦାବି କରିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, କେନ୍ଦୁପତ୍ର ତୋଳାଳି ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ। ଏହାଛଡ଼ା ସେମାନଙ୍କ ଅନ୍ୟ କୌଣସି ଆୟ ନାହିଁ। ସରକାର ସେମାନଙ୍କ ଟଙ୍କା ଦେଉ ନ ଥିବାରୁ ସେମାନେ ତାଙ୍କ ଝିଅଙ୍କ ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟ କରିପାରୁ ନାହାନ୍ତି। ଯେଉଁ ଅଫିସର କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ଦେଉ ନାହାନ୍ତି ସେମାନଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ କିଶୋର ମହାନ୍ତି କହିଥିଲେ ଯେ, ପଶ୍ଚିମ ଓଡ଼ିଶାରେ କେନ୍ଦୁପତ୍ର ତୋଳାଳିମାନେ ଟଙ୍କା ପାଉ ନ ଥିବାରୁ ରାଜରାସ୍ତାକୁ ଓହ୍ଲାଇଲେଣି। ସରକାର ସେମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ। ବିରୋଧୀ ଦଳ ନେତାଙ୍କ ଅଭିଯୋଗ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, କେନ୍ଦୁପତ୍ରରୁ ଯେଉଁ ଅର୍ଥ ଆଦାୟ କରାଯାଉଛି ସେଥିରୁ ତୋଳାଳି ଓ ବନ୍ଧାଳିଙ୍କ କଲ୍ୟାଣ ପାଇଁ ଶତପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଜାଗାରେ କେନ୍ଦୁପତ୍ର ଉଠିନାହିଁ ଓ ପଇସା ପାଇ ନାହାନ୍ତି। ବିଭାଗୀୟ ଅତିରିକ୍ତ ସଚିବ ଏବଂ ବନ ସଂରକ୍ଷକ (କେନ୍ଦୁପତ୍ର)ଙ୍କୁ ଡାକି ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ ପ୍ରେସ୍‌ ଲେଖି ଚାଲାଣ କରୁଥିଲେ କଫ ସିରପ୍‌

ବରଗଡ଼ ଅଫିସ୍‌,୨୫।୬: ପୋଲିସକୁ ଚଖ୍‌ମା ଦେବା ପାଇଁ କଫ ସିରପ୍‌ ଚାଲାଣରେ ବ୍ୟବହାର ହେଉଥିଲା ପ୍ରେସ୍‌ ଲେଖାଥିବା ଗାଡି। ବିଶେଷ ସୂତ୍ରରୁ ଖବର ପାଇ ଓଆର୦୨ବିଏଫ୍‌/୫୯୯୮...

ପଙ୍କୋଦ୍ଧାର ଏକାଦଶୀ ପାଇଁ ଲୋକନାଥ ପୀଠ ପ୍ରସ୍ତୁତ

ପୁରୀ ଅଫିସ, ୧୮ା୨: ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଏହା ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ବର୍ଷକରେ ଏହି ଗୋଟିଏ ଦିନ...

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଡିଜିପି ଅଭୟ

ପୁରୀ ଅଫିସ,୧୩।୧୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା...

ଭୁବନେଶ୍ୱରକୁ ଜୀବନ୍ତ ସହର ଭାବେ ବିକଶିତ କରିବାକୁ ଚାଲିଛି ପ୍ରୟାସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ୭୩ ବର୍ଷରେ ପାଦ ଦେଇଛି। ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ମନ୍ଦିରମାଳିନୀ...

ବିଜେଡିରେ ଯୋଗଦେଲେ ଶିକ୍ଷାବିତ୍‌ ଶାନ୍ତି ମଞ୍ଜରୀ ଦେଇ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍‌ ଶାନ୍ତି ମଞ୍ଜରୀ ଦେଇ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି । ସେ ନିଜେ ଜଣେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ...

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: କାହିଁକି ହଷ୍ଟେଲ୍‌ ଛାଡିଲେ ୬ ଛାତ୍ରୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା କରୁଛି। ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି...

ଭୟରେ ଜଙ୍ଗଲରେ ଲୁଚିଲେ ଗ୍ରାମବାସୀ

ଯୋଡା, (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡା ବ୍ଲକର ବାମେବାରୀ ଥାନା ବଳଦା ପଞ୍ଚାୟତ ଅନ୍ତର୍ଗତ ଗୁରୁଡ଼ାଠାରେ ରବିବାର ରାତିରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୪ ଆହତ...

କରୋନା ସଂକ୍ରମଣ ଭୟ: ବ୍ରହ୍ମପୁର ସୀମା ସିଲ୍‌

ବ୍ରହ୍ମପୁର ଅଫିସ,୧୩।୭-ସାରା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଗଞ୍ଜାମ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହାକୁ ନେଇ...

Advertisement
Archives

Model This Week