ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ, ବାଲିମେଳା ରାସ୍ତା ଅବରୋଧ

କୋରୁକୋଣ୍ଡା, ୧୬।୧୦ (ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି ବାଲିମେଳା ରାସ୍ତାକୁ କୋରୁକୋଣ୍ଡାଠାରେ ଅବରୋଧ କରିଛନ୍ତି ଉତ୍ତେଜିତ ଚାଷୀ । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ ମିଳୁଥିବା ଧାନ ବିକ୍ରି ଟାର୍ଗେଟ କମିବା ସହ ଜଳକର ପୈଠ କରିବା ପରେ ମଧ୍ୟ ଜମିକୁ ଜଳ ଯୋଗାଇ ନ ଦେବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। କୋରୁକୋଣ୍ଡା ଲ୍ୟାମ୍ପ ଅନ୍ତର୍ଗତ
୮୮୬ ଜଣ ଚାଷୀଙ୍କୁ ଟୋକନ ନ ମିଳିବାରୁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଏସବୁ ସମସ୍ୟାର ସମାଧାନ ନ ହେବାରୁ ଚାଷୀ ସେମାବାର ସକାଳୁ କୋରୁକୋଣ୍ଡାଠାରେ ଧାନ ବସ୍ତା ଥୋଇ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଛି। ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲା ଚିଠି: ରାସ୍ତାଘାଟ ପାଲଟିଛି ମୃତ୍ୟୁପଥ ; ପ୍ରତିବର୍ଷ ୨୫୦ ଜଣଙ୍କ ମୃତ୍ୟୁ ଘଟୁଛି

କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ସମ୍ପଦ ଭରି ରହିଛି। ସେଥିପାଇଁ ଏହି ଜିଲାକୁ ଧନଶାଳୀ ଜିଲା ଭାବେ ମାନ୍ୟତା ମିଳିଛି। ଏହା ପରେ ବି ଜିଲାର...

ରାଜ୍ୟ ସଭା ସଦସ୍ୟଙ୍କ କାର୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୫ା୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼-ତମିଆଁ ରାସ୍ତାର ତମିଅଁା ଛକ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ରାଜ୍ୟ ସଭା ସଦସ୍ୟ ନିରଞ୍ଜନ...

ବିଲୁପ୍ତି ପଥେ ଐତିହ୍ୟ କୀର୍ତ୍ତିରାଜି

ଖୋର୍ଦ୍ଧା ଅଫିସ,୧୧ା୫:ଐତିହ୍ୟ ସହର ତଥା ପାଇକ ମାଟିଭାବେ ଖୋର୍ଦ୍ଧା ପରିଚିତ। ଇତିହାସରେ ଏହାର ସ୍ଥାନ ସ୍ବତନ୍ତ୍ର। ତେବେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କିମ୍ବା ଜିଲା ପ୍ରଶାସନର...

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ ଅଫିସ,୧୦ା୧୦: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଉଛି। ସୁରକ୍ଷା...

ବାଲି ବୋଝେଇ ହାଇଓ୍ବା ଧରିଥିଲେ ତହସିଲଦାର: କେମିତି ହେଲା ଫେରାର

ଭଣ୍ଡାରିପୋଖରୀ,୮।୯(ସ୍ବ.ପ୍ର.): ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରୁ ବୁଧବାର ସନ୍ଧ୍ୟାରେ ଏକ ବେଆଇନ ବାଲି ବୋଝେଇ ଗାଡ଼ିକୁ ସ୍ଥାନୀୟ ତହସିଲଦାର ଜବତ କରିଥିଲେ।...

ଦାରିଙ୍ଗବାଡ଼ିରେ ପ୍ରଥମଥର ଫଳିଛି ସେଓ

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳ ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା।...

ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ...

ବାହାନଗା ତହସିଲ ପକ୍ଷରୁ ଉଚ୍ଛେଦ ଆରମ୍ଭ

ବାହାନଗା, ୫ା୧୦(ଡି.ଏନ.ଏ.)-ଘରୁ ବାହାରିବା ଲାଗି ରାସ୍ତା ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଓଡଶାଳ ପଞ୍ଚାୟତର ଝଳଝଳିଆ ଗ୍ରାମର ୩ ପରିବାର ଗତ ୩୦...

Advertisement
Archives

Model This Week