ବିଭିନ୍ନ ଦାବି ନେଇ ମୋଦିସେନା ସେବାସଂଘର ଧାରଣା

ଚାନ୍ଦବାଲି,୮।୭(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଅଧୀନସ୍ଥ ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଦିସେନା ସେବା ସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ ୫ଦଫା ଦାବି ନେଇ ସୋମବାର ସେବା ସଂଘର ଶତାଧିକ ସମର୍ଥକ ଚାନ୍ଦବାଲି ତହସିଲ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦାବି ସମ୍ପର୍କରେ ସେବାସଂଘ ପକ୍ଷରୁ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଓ ଜିଲା ପ୍ରଶାସନକୁ ଅବଗତ କରିବା ସହିତ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ମାତ୍ର ଏଥିରେ କୌଣସି ସୁଫଳ ନ ମିଳିବାରୁ ଗଣଧାରଣା ଆରମ୍ଭ ହୋଇଛି।ସେମାନଙ୍କ ଦାବିକୁ ସମର୍ଥନ ଜଣାଇ ଚାନ୍ଦବାଲିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଧାରଣାସ୍ଥଳରେ ବସି ରହିଥିବାର ଦେଖିବାକୁ ମିଳିଛି। ଧାମରା ଆଦାନୀ ବନ୍ଦରରେ ସ୍ଥାନୀୟ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି, ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ନିଯୁକ୍ତି, ବିପଦସଂକୁଳ ବୈତରଣୀ ନଦୀର ବିଜୁସେତୁର ମରାମତି, ଚାନ୍ଦବାଲି ବ୍ଲକରେ ବିଭିନ୍ନ ଲୋକ ହିତକର ଯୋଜନାର ସଫଳ ରୂପାୟନ, ଚାନ୍ଦବାଲିରେ ସବ୍‌ଜଜ୍‌ କୋର୍ଟ ସ୍ଥାପନ ଭଳି ଦାବି କରାଯାଇଛି। ବିଶ୍ୱକେଶରୀ ମହାନ୍ତି, ମହେଶ୍ୱର ରାଉଳ, ଧନେଶ୍ୱର ରାଉତ, ଅମୀୟ କୁମାର ସାହୁ, କୃଷ୍ଣଚନ୍ଦ୍ର ନାୟକ, ସୁଶୀଲ କୁମାର ବାରିକ୍‌ ପ୍ରମୁଖ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦଫା ଦାବିରେ ନିଖିଳ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ : ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

କେନ୍ଦୁଝର,୧୪।୬(ସ୍ବ.ପ୍ର.): ୫ ଦଫା ଦାବିରେ ନିଖିଳ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଆହ୍ବାନରେ ଶୁକ୍ରବାର କେନ୍ଦୁଝର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହୋଇଛି।...

କାଳ ହେଲା ଫୋନ୍‌ କଲ୍‌

ବାହାନଗା,୨୫ା୧(ଡି.ଏନ.ଏ.)- ଶନିବାର ରାତିରେ ଆସିଲା ଏକ ଫୋନ୍‌ କଲ୍‌। କାହାକୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା...

ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ନାହିଁ ଭରସା

ବାଲେଶ୍ୱର ଅଫିସ,୧୨ ।୩ ବାଲେଶ୍ୱର ପୌରପାଳିକାରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଘର ଘର ବୁଲି...

ରୂପ୍‌ସା ଜଙ୍କଶନରେ ଫୁଟ୍‌ ଓଭରବ୍ରିଜ ନିର୍ମାଣ ତ୍ୱରାନ୍ବିତ:ଅନୁଧ୍ୟାନ କଲେ ଡିଆରଏମ୍‌

ରୂପ୍‌ସା, ୨୧।୭(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନରେ ଚାଲିଥିବା ଫୁଟ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ଶେଷ...

ବିଜେଡି ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ହାଇସ୍କୁଲ ପଡ଼ିଆରେ ବୁଧବାର ପୂର୍ବାହ୍ନରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି...

ପୁଣି ଫୁଲିଲାଣି ସୁବର୍ଣ୍ଣରେଖା

ବାଲିଆପାଳ, ୩।୧୦: ଚାଷ ଜମିରୁ ବନ୍ୟାଜଳ ଛାଡ଼ିବା ୩ଦିନ ନ ପୁରୁଣୁ ଶୁକ୍ରବାରଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ୩ବର୍ଷର ସୋହିନୀ

ଖୋର୍ଦ୍ଧା/ ବାଲେଶ୍ୱର ଅଫିସ, ୧୫।୧୨- ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩...

ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ

ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି...

Advertisement
Archives

Model This Week