ବିବାହର ୧୮ ଦିନ ପରେ ବି ବିଦା ହୋଇପାରୁନି ଝିଅ

ଅଲିଗଡ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯିଏ ଯେଉଁଠାରେ ରହିଛନ୍ତି ସେଠାରେ ହିଁ ଫସି ହୋଇ ଯାଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଏକ ବରଯାତ୍ରୀ ଫସି ଯାଇଥିବା ବେଳେ ବିବାହର ୧୮ ଦିନ ପରେ ବି ଝିଅ ବିଦା ହୋଇପାରିନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଅଲିଗଡରେ। ସୂଚନାଯୋଗ୍ୟ, ଅତରୋଲି କୋତଓ୍ବାଲି ଅଞ୍ଚଳର ବିଧିପୁର ଗାଁରେ ରହୁଥିବା ନରପତ ସିଂହ ଆର୍ଯ୍ୟଙ୍କ ଝିଅର ବାହାଘର ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହୋଇଥିଲା। ଝାଡଖଣ୍ଡର ଧାନବାଦ ଜିଲାର ତୋପଞ୍ଚାଚି ଗାଁରୁ ବିଧିପୁର ଗାଁକୁ ବରଯାତ୍ରୀ ଆସିଥିଲା। ରୀତିନୀତି ଅନୁଯାୟୀ ବିବାହ ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ସକାଳ ପାହିଲେ ଝିଅ ବିଦା ହୋଇ ନୂଆ ଘର ସଂସାର କରିବ ବୋଲି ସମସ୍ତେ ସ୍ବପ୍ନ ଦେଖିଥିଲେ। ହେଲେ ସମସ୍ତଙ୍କ ଆଶା ଆଶାରେ ହି ରହିଯାଇଥିଲା। କାରଣ ଏହାରି ଭିତରେ ସାରା ଦେଶରେ ଜନତା କର୍ଫ୍ୟୁ ଓ ଲକ୍‌ଡାଉନ୍‌ ଘୋଷଣା ହୋଇଯାଇଥିଲା। ଫଳରେ ବର ଓ ବରଯାତ୍ରୀ ଆଉ ନିଜ ଘରକୁ ଫେରି ପାରି ନ ଥିଲେ। ଏନେଇ ପ୍ରଶାସନକୁ ଅବଗତ କରାଯାଇଥିଲା। ଏହାପରେ ପ୍ରଶାସନର ଏକ ଟିମ୍‌ ଉକ୍ତ ଗାଁରେ ପହଞ୍ଚି ସମସ୍ତ ବରଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲା। ଏଥିସହ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଓଳି ଝିଅ ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଉଥିବା ବେଳେ ଆଉ ଗୋଟିଏ ଓଳି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତେବେ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ଏପ୍ରିଲ ୧୪ରେ ଏହାର ଅବଧି ଶେଷ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ରେ ବରକନ୍ୟା ଓ ବରଯାତ୍ରୀ ନିଜ ରାଜ୍ୟକୁ ଫେରିଯିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ। ହେଲେ ସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ସମସ୍ତ ବରଯାତ୍ରୀଙ୍କ ଯାଞ୍ଚ କରାଯାଇଛି ଏବଂ ସେମାନେ ସମସ୍ତେ ସୁସ୍ଥ ମଧ୍ୟ ଅଛନ୍ତି। ତେବେ ଲକ୍‌ଡାଉନ୍‌ ଶେଷ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଥିଲେ। କିନ୍ତୁ ମଙ୍ଗଳବାର ଏହି ଲକ୍‌ଡାଉନ୍‌ର ଅବଧି ବୃଦ୍ଧି ପାଇଛି। ମଙ୍ଗଳବାର ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମୋଦି ଲକ୍‌ଡାଉନ୍‌ର ଅବଧିକୁ ମେ’ ୩ଯାଏ ବୃଦ୍ଧି କରିଛନ୍ତି। ଫଳରେ ବରଯାତ୍ରୀ ଓ ଝିଅ ବିଦା ହେବା ଏବେ କଷ୍ଟକର ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଶୀ ପୂର୍ବର ୨୪ ଘଣ୍ଟା…

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଦୋଷୀମାନଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ ତିହାର ଜେଲ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏବେ...

ମହାରାଷ୍ଟ୍ରରେ ଅଟକି ରହିଛନ୍ତି ୨୦ ଲକ୍ଷ ପ୍ରବାସୀ ଶ୍ରମିକ

ମୁମ୍ବାଇ,୧୭।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌...

‘କେଜ୍‌ରିଓ୍ବାଲଙ୍କୁ ଗାଦି ଛାଡିବାକୁ ପଡିବ’

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ରବିବାର ଦିଲ୍ଲୀର ରାମଲିଲା ମଇଦାନରୁ ଏମସିଡି ନିର୍ବାଚନ ବିଗୁଲ ବଜାଇଛନ୍ତି। ସେ ‘ପଞ୍ଚ ପରମେଶ୍ୱର...

ଲକ୍‌ଡାଉନରେ ରେକର୍ଡ କଲା ପାର୍ଲେ-ଜି !

ନୂଆଦିଲ୍ଲୀ,୯।୬: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଜାରି ରହିଥିବା ଲକ୍‌ଡାଉନ ଯୋଗୁ ପ୍ରାୟତଃ ସମସ୍ତ ବ୍ୟବସାୟୀ କ୍ଷତି ସହିଛନ୍ତି। ଏମିତିକି କିଛି କିଛି ବ୍ୟବସାୟ...

ଦୁର୍ବଳ ହେବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୧୩।୪ : ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇଛି। ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ଏହାର ପ୍ରଭାବ...

ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ

ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ...

ସରକାରୀ କାର୍ଯ୍ୟାଳୟରେ ମୋବାଇଲ ଫୋନ୍‌ ବନ୍ଦ ହେବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ, ୧୫।୩ : ସରକାରୀ କର୍ମଚାରୀଙ୍କୁ ଅଫିସ ସମୟରେ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଆଯିବା ଉଚିତ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଜଷ୍ଟିସ...

ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ...

Advertisement
Archives

Model This Week