Posted inଫୁରସତ

ବିବାହର ଅଢେଇ ମାସ ପରେ ଥାନାରେ ପହଞ୍ଚିଲେ ୬୬ ବର୍ଷୀୟ ବୃଦ୍ଧ

ଗାଜିଆବାଦ,୨୪।୬: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ରୋଚକ ଘଟଣା ଘଟିଛି। ବିବାହର ଦେଢ ମାସ ପରେ ଥାନାରେ ପହଞ୍ଚିଛନ୍ତି ଜଣେ ୬୬ ବର୍ଷୀୟ ବୃଦ୍ଧ। ସ୍ତରୀଙ୍କ ଯୋଗୁ ସେ ବରବାଦ୍‌ ହୋଇଯାଇଥିବା ପୋଲିସକୁ ଜଣାଇଛନ୍ତି। ଉକ୍ତ ବୃଦ୍ଧ ଜଣଙ୍କ ଜଣେ ବଡ ବ୍ୟବସାୟୀ। କିଛିଦିନ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ସେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ଅଢେଇ ମାସ ପରେ ଯୁବତୀ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ୟାଶ୍‌ ନେଇ ପଳେଇଛନ୍ତି। ଏବେ ଛାଡପତ୍ର ନାଁରେ ୨୦ ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ବୃଦ୍ଧ ଜଣଙ୍କ ପୋଲିସ ଆଗରେ କହିଛନ୍ତି। ପୋଲିସ ଛାନ୍‌ଭିନ୍‌ ପରେ ଜଣାପଡିଥିଲା ଉକ୍ତ ଯୁବତୀ ଜଣଙ୍କ ବୃଦ୍ଧଙ୍କୁ ବିବାହ କରିବା ପୂର୍ବରୁ ଅନ୍ୟ ୮ ଜଣଙ୍କୁ ବିବାହ କରି ଛାଡିଦେଇଛନ୍ତି।
ସୂଚନାଯୋଗ୍ୟ, ଗାଜିଆବାଦର ଅବନ୍ତିକାରେ ରହୁଥିବା ବ୍ୟବସାୟୀ ଯୁଗଳ କିଶୋର କିଛି ବର୍ଷ ପୂର୍ବେ ନିଜ ସ୍ତ୍ରୀଙ୍କୁ ହରାଇଥିଲେ। ପରେ ନିଜ ପରିବାରଠାରୁ ଅଗଲା ହୋଇ ରହୁଥିଲେ। ବୃଦ୍ଧ ଅବସ୍ଥାରେ ସାହାରା ଦେବା ପାଇଁ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯, ଅଗଷ୍ଟ ୧୧ରେ ମୋନିକା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ଅଢେଇ ମାସ ପରେ ମୋନିକା ୬ ଲକ୍ଷ ଟଙ୍କାର ଗହଣା ଏବଂ କ୍ୟାଶ୍‌ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣା ଘରର ସିସିଟିଭିରେ କଏଦ୍‌ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଠି ଦ୍ୱିତୀୟ ବିବାହ ଗ୍ରହଣଯୋଗ୍ୟ

ଭାରତରେ ଦ୍ୱିତୀୟ ବିବାହ ଆଇନ ସମ୍ମତ ନୁହେଁ। ପ୍ରଥମ ସ୍ତ୍ରୀ ଥିବା ପର୍ଯ୍ୟନ୍ତ ଜଣେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ହେଲେ ରାଜସ୍ଥାନ ବାଡମେର ଜିଲା...

ଗୁମ୍ଫା ବୁଲିବା ପାଇଁ ଟିକଟ ଦାମ ୨ ଲକ୍ଷ ଟଙ୍କା…

ଦୁନିଆର ଭୟଙ୍କର ଗୁମ୍ଫା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ ଲକ୍ଷ ଟଙ୍କାର ଟିକଟ କିଣିବାକୁ ପଡ଼େ। ଏହା ଶୁଣିଲେ ହୁଏତ ଯେ କେହି ଆଶ୍ଚର୍ଯ୍ୟ ହେବା...

ଏକା ସହ ଜାଳିଦେଲେ ୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ, ଆଉ ତା’ ପରେ..

ହାଇଦ୍ରାବାଦ,୨୪।୭: ସାରା ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନହାନି ମଧ୍ୟ ଘଟୁଛି। ଭାରତରେ ମଧ୍ୟ ଏବେ...

ଇଲେକ୍ଟ୍ରିକ୍‌ ମାଛ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଆମେରିକା: ମାଛ ପୁଣି ଇଲେକ୍ଟ୍ରିକ୍‌। ଶୁଣି ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ମାଛ ଦେଖିବାକୁ ମିଳିଛି ଆମେରିକାରେ। ମିଗୁଏଲ୍‌ ଓ୍ବାଟ୍‌ସନ୍‌ ନାମକ ଏହି ଇଲେକ୍ଟ୍ରିକ୍‌ ଇଲ୍‌...

୮୦୦ ଟଙ୍କାରେ ଶିକ୍ଷକତା କରୁଥିଲେ ନୀତା ଅମ୍ବାନୀ: ମାଗଣା ମ୍ୟାଚ୍‌ ଟିକେଟ ଦେଇ ଜଣେ ବ୍ୟକ୍ତି କହିଥିଲେ ଏଭଳି; ଆଉ ତା’ ପରେ

ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ନିଜର ଫ୍ୟାଶନ୍‌ ଏବଂ ସଉକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ବିଷୟରେ ବହୁତ କମ୍‌...

ରସୁଣ ବଡ଼ କଷଣ

ଖାଦ୍ୟ ପ୍ରକ୍ରିୟାର ଏକ ଅଂଶ। ଏହାର ମଧ୍ୟ ସ୍ବାସ୍ଥ୍ୟ ଅନୁକୂଳ ଗୁଣ ରହିଛି। ତରକାରିରେ ରସୁଣକୁ ମସଲା ଭାବରେ ବ୍ୟବହାର କରାଯାଇଥାଏ। ହେଲେ ଏମିତି ଗୋଟିଏ...

କାହିଁକି ବିବାହ କଲେ ନାହିଁ ମୁକେଶ ଖାନ୍ନା; ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୩।୧୦: ବହୁଚର୍ଚ୍ଚିତ ‘ଶକ୍ତିମାନ’ ସିରିୟଲର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏବେ ଖବରର ଶିରୋନାମାରେ ରହୁଛନ୍ତି। ‘ଦି କପିଳ ଶର୍ମା ଶୋ’କୁ ନେଇ ଦେଇଥିବା...

ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌, ଆଇଫେଲ୍‌ ଟାଓ୍ବାରଠାରୁ ବି ଅଧିକ ଉଚ୍ଚ

ଶ୍ରୀନଗର,୧୪।୩: ଭାରତର ଜମ୍ମୁ-କଶ୍ମୀର ରାଜ୍ୟରେ ବିଶ୍ୱର ସବୁଠୁ ଉଚ୍ଚା ରେଲ୍‌ଓ୍ବେ ଆର୍କ ବ୍ରିଜ୍‌ (Railway Arch Bridge) ତିଆରି କରାଯାଉଛି। ଏହି ରେଲ୍‌ଓ୍ବେ ବ୍ରିଜ୍‌ ପ୍ୟାରିସର...

Advertisement
Archives

Model This Week