କାଶୀନଗର, ୧୮।୪(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ଏନଏସିର ପଟେଲରୋଡରେ ଏକ ଲେଭଲ କ୍ରସିଂ ରହିଛି। ଏହି ଲେଭଲ କ୍ରସିଂ ଦେଇ ଦିନକୁ ୭ଥର ଟ୍ରେନ ଯିବା ଆସିବା କରେ। ଦ୍ରୁତଗାମୀ ରାଜ୍ୟରାଣୀ ଏକ୍ସପ୍ରେସ ସହ ପୁରୀ-ଗୁଣୁପୁର, ବିଶାଖାପାଟଣା- ଗୁଣୁପୁର ପାସେଞ୍ଜର ଏହି ଲେଭଲ କ୍ରସିଂ ଦେଇ ଯାଏ । କାଶୀନଗର ସହରର ପଟେଲରୋଡ ମୁଖ୍ୟରାସ୍ତା ହୋଇଥିବାରୁ ଏହି ରୋଡ ଦେଇ ବହୁ ଲୋକ ଯିବାଆସିବା କରନ୍ତି । ଗାଡି ମୋଟର ବି ବହୁ ସଂଖ୍ୟାରେ ଯାତାୟତ କରିଥାଏ । ଅଥଚ ଦିନରାତି କେବେ ବି ଗେଟ ପଡେ ନାହିଁ । ଫଳରେ ସବୁବେଳେ ବିପଦର ଆଶଙ୍କା ଲାଗିରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାଶୀନଗର ନାରୋଗେଜ ଥିବାବେଳେ ବି ଗେଟ ନ ପଡିବା ଯୋଗୁ ଏକାଧିକବାର ଦୁର୍ଘଟଣା ଘଟିଥିଲା। ବ୍ରହ୍ମପୁରରୁ ଗୁଣୁପୁର ଆସୁଥିବା ଏକ ପ୍ରାଇଭେଟ ବସ ଟ୍ରେନ ସହ ଧକ୍କା ଖାଇବା ଫଳରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏବେ ବ୍ରଡଗେଡ ଲାଇନ ହେବା ପରେ ବି କେହି ଗେଟମ୍ୟାନ ନ ରହିବା ଓ ଟ୍ରେନ ଆସିବା ସମୟରେ ଗେଟ ନ ପଡିବା ଯୋଗୁ ଜନଅସନ୍ତୋଷ ପ୍ରକାଶ ପାଇଛି । ଏକ ପ୍ରାଇଭେଟ କମ୍ପାନୀ ଜରିଆରେ ମାର୍ଚ୍ଚ ପୂର୍ବରୁ କେତେକ ଗେଟ ମିତ୍ରମାନେ ନିଯୁକ୍ତ ପାଇ ଲେଭଲ କ୍ରସିଂ ଗେଟ ପକାଉଥିଲେ। ବର୍ତ୍ତମାନ କମ୍ପାନୀ ସେମାନଙ୍କୁ ଚାକିରିରୁ ବାହାର କରିଦେଇଥିବା ଯୋଗୁ ଆଉ କେହି ଗେଟ ପକାଇବାକୁ ରହୁନାହାନ୍ତି । ରେଳ ବିଭାଗ ଲୋକଙ୍କ ଜୀବନ ସହ ନ ଖେଳି ଖୁବଶୀଘ୍ର ଗେଟମ୍ୟାନ ନିଯୁକ୍ତି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର
ଆମ୍ବାଦୋଳା,୨୧।୬(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ସୁକଲାଭଟା ଗ୍ରାମରେ ଗୁରୁବାର ଗୁଣି ଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି । ମୃତକ ଦ୍ୱୟ ହେଲେ...

ଟ୍ରେନ୍ରେ ତାମିଲନାଡୁରୁ ଫେରିଲେ ୧୭୩ ପ୍ରବାସୀ
ରାୟଗଡ଼ା ଅଫିସ,୩୧ା୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ତାମିଲନାଡ଼ୁରୁ ବାହାରିଥିବା ଏକ ସ୍ବତନ୍ତ୍ର ଟ୍ରେନ୍ ରବିବାର ସନ୍ଧ୍ୟାରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଥିଲା। ଏଥିରୁ ମାଲକାନଗିରି ଜିଲାର ୫...

ଗର୍ଭବତୀ ଥିବା ଭିନ୍ନକ୍ଷମ ଝିଅକୁ ଘରୁ ତଡ଼ିଦେଲେ ପରିବାର: ଅଳିଆଗଦାରେ ଶିଶୁପୁତ୍ର ପ୍ରସବ
କୋରାପୁଟ,୨୪ା୪(ସ୍ବ.ପ୍ର.) ଗର୍ଭବତୀ ଥିବା ଜଣେ ମୂକ ବଧିର ମହିଳାଙ୍କ ପ୍ରସବ ବେଦନା ହେବା କ୍ଷଣି ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଲେ। ମହିଳା ଜଣକ ଘର...

ହଜିବାକୁ ବସିଲାଣି କମାରଶାଳ
ଟିକିରି,୨୭ା୩(ଡି.ଏନ୍.ଏ.):କମାରଶାଳରେ ଆଉ ଆଗଭଳି ଶବ୍ଦ ଶୁଣୁନି। ପୂର୍ବରୁ ଲୋକେ ଦା’, ଟାଙ୍ଗିଆ, କୋଡ଼ି, ଆଦି ତିଆରି କରିବାକୁ କମାରଶାଳ ଆସୁଥିଲେ। ଏବେ ଆଉ ସେ ସବୁ...

ଜୀବେ ନିଷ୍ଠୁରତା ନିରାକରଣ ଆଇନ ସଚେତନତା
ରାୟଗଡ଼ା ଅଫିସ,୨୨।୨: ରାୟଗଡା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ହାଡିବନ୍ଧୁ ଭୋଇଙ୍କ...

ବେତାର ନାଟକ ବିଭାଗ: ଶିଶୁ କଳାକାର ଅନୁଷ୍କା ମନୋନୀତ
ଝରିଗାଁ,୨୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଉମରକୋଟସ୍ଥିତ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ସାଇ ଅନୁଷ୍କା ମହାରଣା ଆକାଶବାଣୀ ଜୟପୁର ଦ୍ୱାରା ଆୟୋଜିତ ବେତାର ନାଟକ...

ଜଙ୍ଗଲ ଜମି ପଟ୍ଟା ଯୋଗାଇବାରେ ପ୍ରଶାସନ ବିଫଳ, ପଟ୍ଟା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବି
ମାଲକାନଗିରି, ୩ା୭(ଡି.ଏନ୍.ଏ.): ଦୀଘବର୍ଷ ଧରି ମାଲକାନଗିରି ଜିଲାରେ ବସବାସ କରି ଆସୁଥିବା ଅନୁସୂଚିତ ଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ପ୍ରଶାସନ କାଳ ବିଳମ୍ବ କରୁଥିବାରୁ...

ସ୍ଥାୟୀ ଥଇଥାନ ଦାବିରେ ଭାଜପାର ୧୨ ଘଣ୍ଟିଆ ବନ୍ଦ ପାଳନ
ରାୟଗଡା ଅଫିସ, ୨୫।୧୦: ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ଏବଂ ଜମି ପଟ୍ଟା ପ୍ରଦାନ ଦାବିରେ ସୋମବାର ରାୟଗଡ଼ା ଜିଲା ଭାଜପା ପକ୍ଷରୁ ୧୨ ଘଣ୍ଟା...