ବିପଦସଙ୍କୁଳ ଅବସ୍ଥାରେ କାନଝାରୀ ଡ୍ୟାମ୍‌

କେନ୍ଦୁଝର, ୨୬।୧୦(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକରେ ପ୍ରାୟ ୩୯ ବର୍ଷ ତଳେ ନିର୍ମିତ କାନଝାରୀ ଡ୍ୟାମର ସ୍ଥାୟିତ୍ୱ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୧୧ରେ ଡ୍ୟାମ୍‌ ନିମ୍ନଭାଗରେ ଥିବା ରାସ୍ତାରେ ଲୁହା ପୋଲ ବନ୍ୟା ଜଳରେ ଭାସିଯିବା ପରଠାରୁ ସମସ୍ତ ଯାନବାହାନ ସେବେଠାରୁ ଡ୍ୟାମ୍‌ ଉପର ଦେଇ ଚଳାଚଳ କରୁଛି। ମାଟି ତିଆରି ବନ୍ଧ ଉପରେ ଭାରିଯାନ ଚଳାଚଳ ନିଷେଧ ବୋଲି ପ୍ରବେଶସ୍ଥଳରେ ଏକ ଫଳକ ଲାଗିଥିଲେ ମଧ୍ୟ ଏବେ ଟ୍ରକ୍‌, ହାଇୱା, ଟ୍ରାକ୍ଟର ଭଳି ଭାରି ଯାନ ଅବାଧରେ ଚଳାଚଳ କରୁଛି। ଏହା ମାଟିବନ୍ଧର ସ୍ଥିତିକୁ ଅଧିକ ଦୁର୍ବଳ କରିଦେଉଥିବା ସ୍ଥାନୀୟ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ଯେ, ୧୯୭୯-୮୦ ମସିହାରେ କାନ୍‌ଝାରୀ ମଧ୍ୟମ ସେଚ ପ୍ରକଳ୍ପ ନିର୍ମାଣ ବେଳେ କେନ୍ଦୁଝର ସଦର,ପାଟଣା ଓ ଘଟଗାଁ ବ୍ଲକର ୧୧ପଞ୍ଚାୟତର ୯୬ ଗ୍ରାମର ୧୦ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରଠାରୁ ୩ ବ୍ଲକର ଚାଷୀ ଏହାଉପରେ ନିର୍ଭର କରି ବର୍ଷର ବିଭିନ୍ନ ସମୟରେ ଧାନଠାରୁ ଆରମ୍ଭ କରି ପନିପରିବା ଓ ଅନ୍ୟାନ୍ୟ ଫସଲ ଚାଷ କରି ଆସୁଛନ୍ତି। କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ଲାଗି ଡ୍ୟାମ୍‌ରେ ଏକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏବେ ଶେଷ ଅବସ୍ଥାରେ ପହଞ୍ଚିଛି। ଏଭଳି ସ୍ଥିତିରେ ଜଳସେଚନ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଏହାର ଦୁଇଟି ଯାକ ମୁଖ୍ୟ କେନାଲର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଏସିଆନ୍‌ ଉନ୍ନୟନ ବ୍ୟାଙ୍କ ସହାୟତାରେ ଗତ ରବି ଋତୁରେ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସକାଶେ ଜଳ ଯୋଗାଣ ବନ୍ଦ ରଖାଯିବାରୁ ସମଗ୍ର ସେଚାଞ୍ଚଳରେ ରବି ଚାଷ ହୋଇ ପାରି ନ ଥିଲା। ଡ୍ୟାମ ନିିକଟସ୍ଥ ପୋଲ ଓ ରାସ୍ତା ବନ୍ୟାରେ ଧୋଇ ହୋଇଯିବା ପରଠାରୁ ମୂଳ ରାସ୍ତା ଓ ପୋଲ ତିଆରି କରି ଗମନାଗମନ ସୁବିଧା କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ହେଲେ ଏଥିପ୍ରତି କାହାର ନଜର ପଡୁ ନ ଥିବାରୁ ମାଟିବନ୍ଧରେ ଯାନବାହାନ ଅବାଧରେ ଚଳାଚଳ କରୁଛି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଏହି କାରଣରୁ ମାଟିବନ୍ଧରେ ଆଭ୍ୟନ୍ତରୀଣ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ଡ୍ୟାମର ସୁରକ୍ଷା ପ୍ରତି କର୍ତ୍ତୃପକ୍ଷ ଆଖି ବୁଜି ନୀରବଦ୍ରଷ୍ଟା ସାଜିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଳ ଥାଉ ଥାଉ ସତର୍କ ନ ହେଲେ କେତେବେଳେ ବି ଅଘଟଣ ଘଟିପାରେ ବୋଲି କାନ୍‌ଝାରୀ ନିକଟସ୍ଥ ବାସିନ୍ଦା ଆଶଙ୍କା ବ୍ୟକ୍ତ କରିି ବିଶେଷଜ୍ଞଙ୍କ ଦ୍ୱାରା ସ୍ଥିତି ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ କାନଝାରୀ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ନାଏକଙ୍କୁ ପଚାରିବାରୁ କହିଛନ୍ତି, ଡ୍ୟାମ ତଳ ରାସ୍ତାରେ ପୋଲ ନିର୍ମାଣ ଲାଗି ୨ ବର୍ଷ ତଲେ ପ୍ରସ୍ତାବ ଉଚ୍ଚଅଧିକାରୀଙ୍କ ନିକଟକୁ ପଠାଯାଇ ଛି। ଖୁବଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ କଟି ଜଣେ ମୃତ

ଢେଙ୍କିକୋଟ, ୧୬ା୯(ଡି.ଏନ୍‌.ଏ.)- ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମ ଚମ୍ପାଡିହି ସାହିର ସୁନାରାମ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତି ସୋମବାର ଅପରାହ୍ନରେ ଏକ ମାଲବାହୀ...

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା, ଡାକ୍ତରଖାନାରେ ଭର୍ତ୍ତି

ପାଟଣା,୧୭ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ବୁଧବାର ଭୋର୍‌ରୁ ଜଣେ ୬୦ ବର୍ଷୀୟା ମହିଳା ହାତୀ ଆକ୍ରମଣରେ ଗୁରୁତର...

ଲୋକଙ୍କ କାମରେ ଲାଗୁନି ଶିଶୁ ପାର୍କ: ଜିଲାପାଳଙ୍କୁ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଦାବିପତ୍ର

ଆନନ୍ଦପୁର,୩୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରବାସୀଙ୍କ ଦୀର୍ଘ ଦିନର ଦାବି ପରେ ବିଆର୍‌ଜିଏଫ୍‌ (ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି) ଯୋଜନାରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ...

ରାସ୍ତା ଅବରୋଧକରି ଗାଡ଼ି ଧୋଇବା ବେଳେ ପୋଲିସ ଚଢ଼ାଉ: ଗାଡି ଧୁଆ ଯନ୍ତ୍ର ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରଦେଇ ଯାଇଥିବା ୨ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ରଖି ଧୋଉଥିବା ବେଳେ ପୋଲିସ ଚଢ଼ାଉକରି...

ପୋତା ଯାଇଥିବା ମୃତଦେହ ଉଦ୍ଧାର କଲା ପୋଲିସ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅତା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତରବରିଆ ଭାବେ ମୃତଦେହ ପୋତି ଦେଇଥିଲେ।...

ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ...

ପୁଅ ପିଠିରେ ଗଧ ଲେଖି ନିସ୍ତୁକ ପିଟିଲେ ବାପା: ଗିରଫ କଲା ପୋଲିସ

ତେଲକୋଇ,୧୨।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୮ ବର୍ଷର ଶିଶୁପୁତ୍ରକୁ ତାଙ୍କ ବାପା ନିସ୍ତୁକ...

ପୋଲ ନିର୍ମାଣ ଗତି ମନ୍ଥର

ଝୁମ୍ପୁରା, ୪।୨(ଡି.ଏନ୍‌.ଏ.)- ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅନତି ଦୂରରେ ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ନିର୍ମାଣ...

Advertisement


Archives

Model This Week

Why Dharitri