ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ା ବିଭିନ୍ନ ସ୍ଥାନରେ ଶହଶହ ଗଛ ଉପୁଡି ପଡିଛି। ଶଙ୍କରା, ସେଲେଡି, କଇଁତରା, ବାଉଁଶୁଣୀ, ମହଦା ଅଞ୍ଚଳରେ ପ୍ରବଳ କୁଆ ପଥର ମାଡରେ ଶତାଧିକ ଚାଷୀଙ୍କର ରବି ଧାନଫସଲ ନଷ୍ଟ ହୋଇଛି ା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ଯୋଗୁଁ ଗତ ରାତିଠାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି ା ରାମପୁର-ବିନିକା-ସୋନପୁର ମୁଖ୍ୟରାସ୍ତାରେ ଉପୁଡି ପଡିଥିବା ବଡବଡ ଗଛକୁ ବୁଧବାର ସକାଳେ ଅଗ୍ନିଶମ ବିଭାଗ ହଟାଇବା ପରେ ଯାତାୟାତ ସ୍ବଭାବିକ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇ ରହିଥିବା ଯାନବାହନ ଚଳାଚଳ କରିଥିଲା। ସେଲେଡି ଗ୍ରାମର ଗୌରୀ ନାୟକଙ୍କ ଏକ ବଳଦ ଉପରେ ଗଛ ପଡିଯିବାରେ ତାର ମୃତ୍ୟୁ ଘଟିଛି। ଏହି ଗଁାର ବହୁ ଲୋକଙ୍କର ଛପର ଘର ଭାଙ୍ଗି ଯାଇଛି ା ସୋନପୁର-ବିନିକା ରାସ୍ତା ମଧ୍ୟବର୍ତ୍ତୀ ଟାଙ୍ଗିଆଳିସା ବିଦ୍ୟୁତ୍‌ ଗ୍ରୀଡ୍‌ ପାଖରେ ଥିବା ଆମ୍ବଗଛ, ବିଶାଳପାଲି ଉମାବିଷ୍ନୁ ରାଇସ ମିଲ୍‌ ଓ ରାମପୁର ତହସିଲ ନିକଟରେ ଥିବା ପିପଳ ଗଛ ଝଡତୋଫାନରେ ଉପୁଡି ପଡିବାରେ ସମ୍ପୃକ୍ତ ରସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା ା କ୍ଷୟକ୍ଷତି ଆକଳନ କରି ଅବିଳମ୍ବେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନାବାଳକ ଶ୍ରମିକ: ଡିପ୍‌ ବୋର୍‌ୱେଲ ପ୍ରକଳ୍ପ ଅଧା

ଅମରପାଲି,୨୨ା୮(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜଳସେଚନର ବିଶେଷ ସୁବିଧା ନାହିଁ। ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା…

Amarpali Nodal UP School: ୭ ଦିନରେ ଜଣେ ଶିକ୍ଷକଙ୍କ ଅବସର, ୨ ବଦଳି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚେତାବନୀ

ଅମରପାଲି,୨୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅମରପାଲି ନୋଡାଲ ୟୁପି ସ୍କୁଲ। ଏହି ସ୍କୁଲ ଏବେ ଶିକ୍ଷକ ଅଭାବରେ ଘାଣ୍ଟି…

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ରୁଆ-ବିହୁଡ଼ା ପୂର୍ବରୁ ମାଟି ମା’ଙ୍କ ଅନୁମତି ନେବାର ନିଆରା ପରମ୍ପରା: ଗାଁ ଗାଁରେ ଉତ୍ସାହ

ବୀରମହାରାଜପୁର, ୧୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଏଠାକାର ଚାଷୀଙ୍କ ଜୀବନ ଓ ଲୋକସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri