ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ା ବିଭିନ୍ନ ସ୍ଥାନରେ ଶହଶହ ଗଛ ଉପୁଡି ପଡିଛି। ଶଙ୍କରା, ସେଲେଡି, କଇଁତରା, ବାଉଁଶୁଣୀ, ମହଦା ଅଞ୍ଚଳରେ ପ୍ରବଳ କୁଆ ପଥର ମାଡରେ ଶତାଧିକ ଚାଷୀଙ୍କର ରବି ଧାନଫସଲ ନଷ୍ଟ ହୋଇଛି ା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ଯୋଗୁଁ ଗତ ରାତିଠାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି ା ରାମପୁର-ବିନିକା-ସୋନପୁର ମୁଖ୍ୟରାସ୍ତାରେ ଉପୁଡି ପଡିଥିବା ବଡବଡ ଗଛକୁ ବୁଧବାର ସକାଳେ ଅଗ୍ନିଶମ ବିଭାଗ ହଟାଇବା ପରେ ଯାତାୟାତ ସ୍ବଭାବିକ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇ ରହିଥିବା ଯାନବାହନ ଚଳାଚଳ କରିଥିଲା। ସେଲେଡି ଗ୍ରାମର ଗୌରୀ ନାୟକଙ୍କ ଏକ ବଳଦ ଉପରେ ଗଛ ପଡିଯିବାରେ ତାର ମୃତ୍ୟୁ ଘଟିଛି। ଏହି ଗଁାର ବହୁ ଲୋକଙ୍କର ଛପର ଘର ଭାଙ୍ଗି ଯାଇଛି ା ସୋନପୁର-ବିନିକା ରାସ୍ତା ମଧ୍ୟବର୍ତ୍ତୀ ଟାଙ୍ଗିଆଳିସା ବିଦ୍ୟୁତ୍‌ ଗ୍ରୀଡ୍‌ ପାଖରେ ଥିବା ଆମ୍ବଗଛ, ବିଶାଳପାଲି ଉମାବିଷ୍ନୁ ରାଇସ ମିଲ୍‌ ଓ ରାମପୁର ତହସିଲ ନିକଟରେ ଥିବା ପିପଳ ଗଛ ଝଡତୋଫାନରେ ଉପୁଡି ପଡିବାରେ ସମ୍ପୃକ୍ତ ରସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା ା କ୍ଷୟକ୍ଷତି ଆକଳନ କରି ଅବିଳମ୍ବେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନପାଳଙ୍କ ସମ୍ପତ୍ତି ୧. ୪୧ କୋଟି

ସୋନପୁର,୩।୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ବିନିକା ବନପାଳ ଜଗବନ୍ଧୁ ବାରିକଙ୍କ ବାସଭବନ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଚଢାଉ...

ଡକାୟତି ଉଦ୍ୟମ ପଣ୍ଡ, ୩ ଅଣଓଡିଆ ଯୁବକ ଗିରଫ

ସୋନପୁର,୨୭।୮(ନି.ପ୍ର.): ଡକାୟତି ଉଦ୍ୟମ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ସୋନପୁର ଟାଉନ ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ୩ ଜଣ ଧରା ପଡିଥିବା ବେଳେ ଅନ୍ୟ...

ପିଏମ୍‌ଏଓ୍ବାଇ-ଜି ହିତାଧିକାରୀ ଚୟନରେ ଦୁର୍ନୀତି

ସୋନପୁର,୯।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଚରଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି)ରେ ଦୁର୍ନୀତି ହୋଇଛି। ଫୁଲମୁଠି ଗ୍ରାମରେ ଆବାସ ଯୋଜନାରେ ହିତାଧିକାରୀ ଚୟନରେ...

ଆସିଲେନି ଓ୍ବାର୍ଡ ସଭ୍ୟ, ହୋଇପାରିଲାନି ନିର୍ବାଚନ

ଅମରପାଲି,୧୨ା୩(ଡି.ଏନ.ଏ.): ରାଜ୍ୟରେ ସମସ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ବୀରମହାରାଜପୁର ବ୍ଲକର...

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ : କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତିର ବିକ୍ଷୋଭ

ବୌଦ୍ଧ,୨୮।୧୨(ସ୍ବ.ପ୍ର) ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବୌଦ୍ଧ ଜିଲାରେ ୧୦୭ କିଲୋମିଟର ରେଳପଥ ନିର୍ମାଣ ହେବାକୁ ଥିବାବେଳେ ଏହାର ଜମି ଅଧିଗ୍ରହଣ ପ୍ରକିୟା ଆଗେଇ...

ଅଜଣା ଜନ୍ତୁ ଆକ୍ରମଣରେ ୨୫ମେଣ୍ଢା ମୃତ

ଅମରପାଲି, ୧୩।୧୧ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କୁମୁରସିଂହା ଗ୍ରାମରେ ସୋମବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢାଙ୍କର ମୃତ୍ୟୁ...

ଲୋକାର୍ପିତ ହେଲା, କାର୍ଯ୍ୟକ୍ଷମ ହେଉନି

ସୋନପୁର,୨୧।୧୦: ସୁବର୍ଣ୍ଣପୁର ଜିଲା ସଦର ମହକୁମାର ଝୁପୁଡିପଡାରେ ନୂତନ ଭାବେ ନିର୍ମିତ ହୋଇଛି ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର। ଗତ ଜୁନ୍‌...

ମାନବବାଦ କ୍ଷେତ୍ରରେ ଭୀମଭୋଇ ଉଜ୍ଜ୍ୱଳ ଜ୍ୟୋତିଷ୍କ

ସୋନପୁର, ୯।୨(ନି.ପ୍ର.) ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ଓ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ତାଙ୍କ ଦର୍ଶନ ଏବଂ...

Advertisement
Archives

Model This Week