ବିନା ଲକ୍ଷଣରେ ବି ରହିପାରେ ଭୂତାଣୁ: ୩୫ ଆକ୍ରାନ୍ତ ପାଖରେ ଦେଖାଯାଉନି ସାଧାରଣ ଲକ୍ଷଣ; ଲକ୍‌ଡାଉନ୍‌ ପାଇଁ ମିଳିଛି ସଫଳତା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏହାକୁ ନେଇ ଚିନ୍ତା ବଢ଼ିଥିଲେ ମଧ୍ୟ ଇତିମଧ୍ୟରେ ୧ ୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ପ୍ରଥମେ ଦୁଇଜଣ ଓ ଶୁକ୍ରବାର ଆଉ ୧୦ଜଣ ରୋଗୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୩୭ଜଣ ଏବେ କୋଭିଡ୍‌-୧୯ ହସ୍ପିଟାଲରେ ରହିଛନ୍ତି। ୨ଜଣଙ୍କୁ ଡାକ୍ତରଙ୍କ ଚିକିତ୍ସା ଆବଶ୍ୟକ ରହିଥିବାବେଳେ ୩୫ଜଣ ଆକ୍ରାନ୍ତ ପାଖରେ କରୋନାର ସାଧାରଣ ଲକ୍ଷଣ ନାହିଁ। ସେମାନଙ୍କ ପାଖରେ ଜ୍ୱର, ଥଣ୍ଡା, କାଶ, ଛିଙ୍କ ଆଦି ଦେଖାଯାଉନାହିଁ। କିଛିଦିନ ପରେ ଆଉ କେତେଜଣ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଥିବା ଓଡ଼ିଶା ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି। ଶନିବାର ସେ କହିଛନ୍ତି, ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲା। ତେଣୁ ବିନା ଲକ୍ଷଣରେ ମଧ୍ୟ କରୋନା ଭୂତାଣୁ ରହିପାରେ ବୋଲି ଶାଳିନୀ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍‌ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି...

ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି...

ଝାରସୁଗୁଡାରେ ଦମ୍ପତିଙ୍କୁ କରୋନା

ଝାରସୁଗୁଡା ଅଫିସ,୧୧ା୬-ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳରୁ ଗୁରୁବାର ଆଉ ୨ କରୋନା ରୋଗୀ (ଦମ୍ପତି) ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ...

ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ପ୍ରସଙ୍ଗ: ସତ୍ୟପାଠରେ ତଥ୍ୟ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୩ା୬: ଉଚ୍ଚ ନ୍ୟାୟାଳୟରେ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଦ୍ୱାରା କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଜଷ୍ଟିସ ସଙ୍ଗମ କୁମାର ରାଉତ ଓ ଜଷ୍ଟିସ...

ପିଏମ୍‌ଏଓ୍ବାଇ-ବିପିଜିଓ୍ବାଇ ଲୋଗୋ କଳି

ଭୁବନେଶ୍ୱର,୧ା୪(ବ୍ୟୁରୋ):ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍‌ଏୱାଇ-ଜି)ରେ ବିଜୁ ପକ୍କାଘର ଯୋଜନା (ବିପିଜିୱାଇ) ଲୋଗୋ ଲଗାଯାଉଛି। ଏହା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା। ଏଥିରେ ବିପିଜିଓ୍ବାଇ ଲୋଗୋ ନ ଲଗାଇବାକୁ...

ଧରାକୋଟରେ ଆନ୍ଧ୍ର ପୋଲିସର ଚଢ଼ାଉ: ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟରେ ହାଜର ନିର୍ଦ୍ଦେଶ

ଧରାକୋଟ,୨୬ା୧୧(ଡି.ଏନ.ଏ.)-ଧରାକୋଟ ଥାନା ବାଦଗଡ଼ ଗ୍ରାମର ୨ ଜଣ ଯୁବକଙ୍କୁ ବେଆଇନ୍‌ ଗଞ୍ଜେଇ ଚାଲାଣ ଅଭିଯୋଗରେ ଆନ୍ଧ୍ର ଜିଆରପି (ବିଜୟଓ୍ବାଡ଼ା) ପୋଲିସ ନଂ. ୮୬/୧୩ ଅନୁଯାୟୀ କୋର୍ଟଚାଲାଣ...

ଲୋକ ସଭାରେ ଉଠିଲା ଓଡ଼ିଶା ପିଏମ୍‌ଏଓ୍ବାଇ ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଦୁର୍ନୀତି ହୋଇଥିବା ନେଇ ଲୋକ ସଭାରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ଅପରାଜିତା ନିଜ ନିର୍ବାଚନମଣ୍ଡଳୀ...

ତାରାତାରିଣୀଙ୍କ ଯାତ୍ରାରେ ମୁଣ୍ଡନ ବନ୍ଦ

ଛତ୍ରପୁର,୩।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଓ ଏହାର ସ୍ଥିତି ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣା କରାଯାଇଛି ା ଜିଲାକୁ...

Advertisement
Archives

Model This Week