Posted inଜାତୀୟ

କରୋନା କରାଇଦେଲା ପାସ୍‌

ଲକ୍ଷ୍ନୌ,୧୮।୩: ସାରା ଦେଶରେ କରୋନା ଭାଇରସ୍‌କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପ୍ରକୋପରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକତ୍ରିତ ହୋଇ କାର୍ଯ୍ୟ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ କେତେକ କଟକଣା ଜାରି କରାଯାଇଛି। ତଥାପି ଦିନକୁ ଦିନ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଯୋଗୁ ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ କରାଯିବା ସହ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ବୁଧବାର ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବୈଷୟିକ ଶିକ୍ଷା ପରିଷଦ ଅନୁସାରେ ବିନା ପରୀକ୍ଷାରେ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ଯାଏ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାସ୍‌ କରିଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଅର୍ଥାତ୍‌ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାମାନେ ଏବେ ବିନା ପରୀକ୍ଷା ଦେଇ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଶିକ୍ଷା) ରେଣୁକା କୁମାର ସୂଚନା ଦେଇଛନ୍ତି। ପ୍ରାଥମିକ ସ୍କୁଲ ଗୁଡ଼ିକରେ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୨୩ରୁ ୨୮ ମଧ୍ୟରେ ହେବାର ଥିଲା। କିନ୍ତୁ କରୋନା ଭାଇରସ୍‌ ଯୋଗୁ ରାଜ୍ୟରେ ସମସ୍ତ ସ୍କୁଲକୁ ଏପ୍ରିଲ ୨ ଯାଏ ଛୁଟି ଘୋଷଣା କରାଯିବା ସହ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେଣୁ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୯ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଚେନ୍ନାଇ,୧୪ା୫: କୋଭିଡ୍‌-୧୯ ପାଇଁ ଦୀର୍ଘଦିନ ହେଲା ଦେଶରେ ବିମାନ ଚଳାଚଳ ବନ୍ଦ ରହିଥିବାବେଳେ ସରକାର ଏୟାରଲାଇନ୍ସ ଏୟାର ଇଣ୍ଡିଆ ଆସନ୍ତା ୧୯ରୁ ଜୁନ୍‌ ୨ ପର୍ଯ୍ୟନ୍ତ...

ନେତାମାନଙ୍କୁ ବାଟକୁ ଆଣିବା ପାଇଁ ଆବଦ୍ଧାବସ୍ଥାରେ କଶ୍ମୀର ହାଜତରେ: ଚାପୁଡ଼ା, ଗୋଇଠା ଓ ମୂଷା

ଶ୍ରୀନଗର,୩ା୧୨: ଜମ୍ମୁ ଓ କଶ୍ମୀର ସ୍ବାୟତ୍ତତା ହରାଇବାର ଦୁଇ ସପ୍ତାହ ପରେ ରାଜଧାନୀ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଆସୁଥିବା ୧୫୦ ବର୍ଷ ପୁରୁଣା ଷାଣ୍ମାସିକ ପରମ୍ପରାର ଉଚ୍ଛେଦ...

ଦେଶରେ ୧୫୦ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ,୭।୧: ଭାରତରେ କୋଭିଡ୍‌ ଟିକାକରଣ ଶୁକ୍ରବାର ୧୫୦ କୋଟି ଡୋଜ୍‌ ଅତିକ୍ରମ କରିଛି। ଏହା ଏକ ଐତିହାସିକ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।...

ସୁଶାନ୍ତ ମୃତ୍ୟୁ ମାମଲା: ଏମ୍ସ ରିପୋର୍ଟକୁ ନେଇ ମୁହଁ ଖୋଲିଲେ ସଞ୍ଜୟ

ମୁମ୍ବାଇ,୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜନୈତିକ ବାକ୍‌ଯୁଦ୍ଧ ଲାଗି ରହିଛି । ସିବିଆଇ ଦ୍ୱାରା ଗଠନ କରାଯାଇଥିବା ଏମ୍ସ...

୧.୭୫ ଲକ୍ଷ କୋଟିର ବିନିବେଶ ଲକ୍ଷ୍ୟ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗତ...

ଲକଡାଉନ୍ ପରେ ହଟସ୍ପଟ୍ ଉପରେ କଡ଼ା ନଜର ରଖିବା ପାଇଁ ହେବ ସର୍ଭେଲାନ୍ସ

ନୂଆଦିଲ୍ଲୀ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।  ଏହା ଏପ୍ରିଲ୍...

ଚନ୍ଦ୍ରୟାନ-୨ର ବିଫଳତାରେ ଜୋର୍‌ରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୭।୯: ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ବିଫଳତା ନେଇ ଉତ୍ତରପ୍ରଦେଶ ମନ୍ତ୍ରୀ ଜୋର୍‌ରେ କାନ୍ଦି ଉଠିଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ମନ୍ତ୍ରୀ ମୋହସିନ୍‌...

ସେନା କର୍ମଚାରୀଙ୍କ କଲ୍ୟାଣ ଲାଗି ଏକ ପ୍ରୟାସ

ସେନା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ୧୯୪୯ରୁ ପ୍ରତିବର୍ଷ ୭ ଡିସେମ୍ବରରେ ସଶସ୍ତ୍ର ସେନା ପତାକା ଦିବସ ଭାରତରେ ପାଳନ କରାଯାଉଛି। ଦେଶର ଏକତା...

Advertisement
Archives

Model This Week