Posted inଜାତୀୟ

କରୋନା କରାଇଦେଲା ପାସ୍‌

ଲକ୍ଷ୍ନୌ,୧୮।୩: ସାରା ଦେଶରେ କରୋନା ଭାଇରସ୍‌କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପ୍ରକୋପରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକତ୍ରିତ ହୋଇ କାର୍ଯ୍ୟ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ କେତେକ କଟକଣା ଜାରି କରାଯାଇଛି। ତଥାପି ଦିନକୁ ଦିନ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଯୋଗୁ ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ କରାଯିବା ସହ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ବୁଧବାର ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବୈଷୟିକ ଶିକ୍ଷା ପରିଷଦ ଅନୁସାରେ ବିନା ପରୀକ୍ଷାରେ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ଯାଏ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାସ୍‌ କରିଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଅର୍ଥାତ୍‌ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାମାନେ ଏବେ ବିନା ପରୀକ୍ଷା ଦେଇ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଶିକ୍ଷା) ରେଣୁକା କୁମାର ସୂଚନା ଦେଇଛନ୍ତି। ପ୍ରାଥମିକ ସ୍କୁଲ ଗୁଡ଼ିକରେ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୨୩ରୁ ୨୮ ମଧ୍ୟରେ ହେବାର ଥିଲା। କିନ୍ତୁ କରୋନା ଭାଇରସ୍‌ ଯୋଗୁ ରାଜ୍ୟରେ ସମସ୍ତ ସ୍କୁଲକୁ ଏପ୍ରିଲ ୨ ଯାଏ ଛୁଟି ଘୋଷଣା କରାଯିବା ସହ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେଣୁ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ, ଏହି ଓଡ଼ିଆ ଫିଲ୍ମରେ କରିଛନ୍ତି କଣ୍ଠଦାନ

ମୁମ୍ବାଇ,୧ା୬: ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ ଘଟିଛି। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ମରାଠୀ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ସୁମନ ୮୫୦ରୁ…

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri