ବିନା ଡାକ୍ତରରେ ଡାକ୍ତରଖାନା

ଚିତ୍ରଡ଼ା,୧୫ା୬(ଡି.ଏନ୍‌.ଏ.)- ସ୍ବାସ୍ଥ୍ୟ ସେବାକୁ ‘ମୋ ସରକାର’ ଯୋଜନାରେ ସାମିଲ କରି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଏବଂ ସାନ ମୁଁଢାବଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଡାକ୍ତରଖାନା ବିନା ଡାକ୍ତରରେ ଚାଲୁଥିବାରୁ ଲୋକେ ବହୁ ଅସୁବଧାର ସମ୍ମୁଖିନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି।
ମୋରଡ଼ା ବ୍ଲକ ସମ୍ମୁଖରେ ରହିଛି ଚିତ୍ରଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପାଖାପାଖ ୬ରୁ ୭ଟି ପଞ୍ଚାୟତର ପ୍ରାୟ ୧୫୦୦୦ ଲୋକେ ନିର୍ଭର କରିଥାନ୍ତି। ୨୦୧୨ରୁ ଏଠାରେ ନିୟୋଜିତ ଥିବା ଡାକ୍ତରଙ୍କ ଅନ୍ୟତ୍ର ବଦଳି ହେବାପରେ ସେହିଦିନଠାରୁ ସ୍ଥାୟୀ ଡାକ୍ତର ପଦ ଖାଲି ପଡ଼ିଛି। ପ୍ରତିଦିନ ଶତାଧିକ ରୋଗୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ଡାକ୍ତରଙ୍କୁ ନ ପାଇ ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି। ବାରମ୍ବାର ଲୋକଙ୍କ ଦାବି ପରେ ସରକାର କବିତା ପଣ୍ଡା ନାମକ ଜଣେ ଡାକ୍ତରଙ୍କୁ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ କରାଇଥିଲେ। କୌଣସି କାରଣରୁ ସେ ଗତ କିଛିଦିନ ହେବ ଡାକ୍ତରଖାନାକୁ ଆସୁ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଚିକିତ୍ସାଳୟରେ ଜଣେ ପିଅନ ଥିବା ବେଳେ ଫାର୍ମାସିଷ୍ଟ ରୋଗୀ ଦେଖି ଔଷଧ ଦେଉଛନ୍ତି।
ସେହିପରି ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁଙ୍କ ଜନ୍ମମାଟି ସାନ ମୁଁଢାବଣୀ ଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏହିପରି ଅସୁବିଧା ଦେଖିବାକୁ ମିଳିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା ଦେଖି ରୋଗୀମାନେ ଲକଡାଉନ ସମୟରେ ୮/୧୦ କି.ମି. ଚାଲିଚାଲି ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳୁଛି।
ଚିତ୍ରଡ଼ା ଅଞ୍ଚଳର ପର୍ଶୁରାମ ମହାନ୍ତ କୁହନ୍ତି ଆଗରୁ ଏହି ଡାକ୍ତରଖାନାକୁ ପ୍ରତିଦିନ ୧୦୦ରୁ ଊଦ୍ଧର୍‌ବ ଲୋକ ସ୍ବାସ୍ଥ୍ୟ ପରୀକ୍ଷାପାଇଁ ଆସୁଥିଲେ। କିନ୍ତୁ ଡାକ୍ତର ନ ଥିବାରୁ ସେମାନେ କିଷାନତାଣ୍ଡି ଡାକ୍ତରଖାନାକୁ ଯାଉଛନ୍ତି। ଯଥାଶୀଘ୍ର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି। ମୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକପ୍ରାର୍ଥୀ ପ୍ରଭାସ କର ମହାପାତ୍ର କୁହନ୍ତି ଯେ, କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏହିପରି ଅବ୍ୟବସ୍ଥା ଦେଖାଦେଇଥିଲା। ଆମେ ରାଜରାସ୍ତାକୁ ଓହ୍ଲାଇବା ପରେ ଏହାର ସମାଧାନ ହୋଇଥିଲା। ଆଗାମୀ ଦିନରେ ଏଠାକାର ସମସ୍ୟା ସମାଧାନ ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ମୋରଡ଼ା ବ୍ଲକ ବିଜୁ ଜନତା ଦଳର ସଭାପତି ଜୟପ୍ରକାଶ ରାଉଳ କୁହନ୍ତି, ଏହା ଆମ ନଜରରେ ଅଛି। ଡାକ୍ତର ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ଆମେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବୁ।
ଏ ସମ୍ପର୍କରେ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ମିଳି ପାରି ନାହିଁ। କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ସଂଗ୍ରାମ ସାହୁଙ୍କୁ ପଚାରିବାରୁ ଡାକ୍ତର ନିଯୁକ୍ତ ହୋଇଛନ୍ତି କିନ୍ତୁ ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି। ଡାକ୍ତର ଆସିଲେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲରେ ପିଟିହେଲା କାର୍‌: ୨ ମୃତ

  ଦେବଗଡ଼, ୮।୨(ଡି.ଏନ.ଏ)- ଗୁରୁବାର ରାତିରେ ଦେବଗଡ ଥାନା ଅଧୀନ ଆମ୍ବପାଳ ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ଏକ କାର ଦୁର୍ଘଟଣାଗସ୍ତ ହେବାରୁ ୨ଯୁବକଙ୍କ ମୃତ୍ୟୁ...

କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବିଦ୍ୟୁତ୍‌ଖୁଣ୍ଟ, ଭାଙ୍ଗିଲା ବଡ଼ବଡ଼ ଗଛ

ପାଟଣା,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ତୁହାକୁ ତୁହା ପବନ ଏବଂ ଘଡ଼ଘଡ଼ି ଯୋଗୁ...

ଶିମିଳିପାଳରୁ ଶିକାରୀ ଗିରଫ

ଖୁଣ୍ଟା, ୭।୫(ଡି.ଏନ.ଏ.)-ଡୁକୁରା ରେଞ୍ଜ ଅଧୀନ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଗତ ବୁଧବାର ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି। ସେ ହେଲେ...

ଜାହାଜ ଚଳାଚଳ ପାଇଁ ଉଚ୍ଚ ହେବ ବ୍ରାହ୍ମଣୀ ସେତୁ

ଢେଙ୍କାନାଳ ଅଫିସ,୧୭।୧: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ହେବ ରାଷ୍ଟ୍ରୀୟ ଜଳମାର୍ଗ। ଶିଳ୍ପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ନଦୀରେ ଚଳାଚଳ କରିବ...

ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ...

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଖୁବ୍‌ଶୀଘ୍ର ପାଠପଢ଼ା

ସାକ୍ଷୀଗୋପାଳ,୨୯।୬(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ପୁରୀ ଜିଲା ସତ୍ୟବାଦୀ ବ୍ଲକର ବକୁଳବନରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିସହ ନିର୍ମାଣ କାର୍ଯ୍ୟ...

ସୁରଟ ଫେରନ୍ତା ଅଧା ରାସ୍ତାରେ ଓହ୍ଲାଇ ପଳାଉଥିଲେ, ଅଟକାଇଲେ ଲୋକେ

ଭଦ୍ରକ ଅଫିସ,୪ା୫: ସୁରଟରୁ ଫେରୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ପଳାଉଥିଲେ। ଜଣେ ନୁହଁ କି ଦୁଇଜଣ ନୁହେଁ। ୨୨ରୁ ଅଧିକ ଲୋକ ଖସି...

୨୦ ବିଦ୍ୟାଳୟକୁ ଟିଭି ପ୍ରଦାନ

ଭଣ୍ଡାରିପୋଖରୀ,୨୬।୫ (ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍‌ର ୨୦ ବିଦ୍ୟାଳୟକୁ ଏଲ୍‌ସିଡି ଟିଭି ପ୍ରଦାନ କରାଯାଇଛି। ବଳଦେବଜୀଉ ନୋଡାଲ, ନାଆମୀ, ବୟାବନାପୁର, ସାରୋ, ରାଜେନ୍ଦ୍ରପୁର,...

Advertisement
Archives

Model This Week