ବିନା ଗଡ଼ଫାଦରରେ ବଲିଉଡ୍‌ରେ ପରିଚିତି…

ମୁମ୍ବାଇ, ୨୪।୬: ବଲିଉଡ୍‌ରେ ବହୁ ଅଭିନେତା ବଂଶବାଦ ଦ୍ୱାରା ପରିଚିତି ହାସଲ କରିଥିବାବେଳେ ଏଭଳି କେତେକ ଷ୍ଟାର ଅଛନ୍ତି ଯେଉଁମାନେ କୌଣସି ଗଡ଼ଫାଦରଙ୍କ ସହାୟତା ବିନା ନିଜର ସ୍ବତନ୍ତ୍ର ଖ୍ୟାତି ସୃଷ୍ଟି କରିପାରିଛନ୍ତି। ସେସବୁ ଷ୍ଟାରଙ୍କ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ନାମ ମଧ୍ୟ ରହିଛି। ତେବେ ଏବେ ପ୍ରଶଂସକଙ୍କ ପାଖରେ କେବଳ ତାଙ୍କର ସ୍ମୃତି ହିଁ ରହିଯାଇଛି। ଅନ୍ୟ ଷ୍ଟାରଙ୍କ ମଧ୍ୟରେ ରହିଛନ୍ତି କିଙ୍ଗ୍‌ ଖାଁ ଶାହରୁଖ୍‌, ଅକ୍ଷୟ କୁମାର, ଆୟୁଷ୍ମାନ ଖୁରାନା ଆଦିଙ୍କ ନାମ। ଶାହରୁଖ ଖାଁ ଟଭି ସିରିଏଲ୍‌ ଫୌଜି ଏବଂ ସର୍କସରୁ ଅଭିନୟ ଆରମ୍ଭ କରି ବଲିଉଡ୍‌ରେ ପାଦ ଥାପିଥିଲେ। ତାଙ୍କର ଅଭିନୟ ଦକ୍ଷତା ଯୋଗୁ ସେ ବଲିଉଡ୍‌ରେ ତିଷ୍ଠି ରହିଛନ୍ତି। ସେହିପରି ଅକ୍ଷୟ କୁମାର ମଧ୍ୟ ବହୁ ସଂଘର୍ଷ ପରେ ନିଜର ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି। ଅପରପକ୍ଷରେ ଆୟୁଷ୍ମାନ ଖୁରାନା ମଧ୍ୟ ନିଜର ନିଖୁଣ ଅଭିନୟ ଯୋଗୁ ବିନା ଗଡ଼ଫାଦରରେ ବଲିଉଡ୍‌ରେ ଖ୍ୟାତି ହାସଲ କରି ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ମୁଭି ଦେଖିଲେ ଟିମ୍‌ ଇଣ୍ଡିଆ ସଦସ୍ୟ

ଟ୍ରେଣ୍ଟ ବ୍ରିଜ୍‌,୧୩।୬- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରୁ ବ୍ରେକ୍‌ ନେଇ ଭାରତୀୟ କ୍ରିକେଟ ଦଳର ସଦସ୍ୟମାନେ ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଭାରତ ସିନେମା ଦେଖିଛନ୍ତି। ହାର୍ଦ୍ଦିକ...

ମଲାଇକା, କରିନାଙ୍କୁ ଟପିଲେ ଓ୍ବାରିନା

ଖୁବ୍‌ଶୀଘ୍ର ପରଦାକୁ ଅରସୁଛି ସଲମାନ ଖାନଙ୍କ ଅଭିନୀତ ଦବଙ୍ଗ-୩। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ରିଲିଜ୍‌ ହେବା ପୂର୍ବରୁ ଫିଲ୍ମର ଗୀତଗୁଡିକ...

କରନ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଚାହାନ୍ତି ସଞ୍ଜୟଙ୍କ ଝିଅ

ମୁମ୍ବାଇ: ଗତବର୍ଷ କେତେଜଣ ଷ୍ଟାର କିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ବଲିଉଡ୍‌ ନାୟକ ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ଏବେ ଏହି ସୁଯୋଗକୁ...

ଡାଏଟ୍‌ ଭୁଲିଲେ ଫିଟ୍‌ କୁଇନ୍‌

ମୁମ୍ବାଇ: ନିଜର ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍‌ ବିୟୁଟି ଶିଳ୍ପା ସେଟ୍ଟି। ସୋସିଆଲ ମିଡିଆରେ ବି ସେ ଖୁବ୍‌ ଆକ୍ଟିଭ୍‌। ନିକଟରେ ସେ...

କେତେବେଳେ ହଁ, କେତେବେଳେ ନା

ଦିଶା ପଟାନି ବୋଧହୁଏ ଦୋଛକିରେ ପଡ଼ିଯାଇଛନ୍ତି। ଟାଇଗର ଶ୍ରଫ୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ନିକଟରେ ଏପରି ସଫେଇ ଦେଇଛନ୍ତି, ଯାହା ଆଲୋଚନା ପାଇଁ ବେଶ୍‌...

ବୁଢ଼ୀ ହେଲେ ଏମିତି ଦିଶିବେ ସୋନମ..

ମୁମ୍ବାଇ: ବଲିଉଡର ଫ୍ୟାଶନ ଡିଭା କହିଲେ ବୁଝାଯାଏ ସୋନମ କପୁରଙ୍କୁ। ଅନେକାଂଶରେ ଏହା ସତ ମଧ୍ୟ। ବିମାନବନ୍ଦର ହେଉ ଅଥବା କୌଣସି ପାର୍ଟି, ସବୁଥିରେ ସୋନମ୍‌ଙ୍କ...

‘ସଞ୍ଜିବନୀ – ୨’ ଛାଡ଼ିଲେ ଆରତି, ଆସିବେ ନୂଆ ଅଭିନେତ୍ରୀ

ଟିଭି ସିରୟଲ’ ‘ସଞ୍ଜିବନୀ-୨’ ରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଆରତି ବହଲ। ଏଥିରେ ଅଭିନୟ କରିବା ୩ ମାସ ବି ପୂରଣ ହୋଇନି। ମାତ୍ର...

ବଲିଉଡରୁ ବଂଶବାଦ ନ ହଟିଲେ ସୁଶାନ୍ତଙ୍କ ଭଳି ଘଟୁଥିବ ଆତ୍ମହତ୍ୟା ଘଟଣା: ଅଭିଯୋଗ ଆଣିଲେ ଜିହା ଖାଁଙ୍କ ମା’

ମୁମ୍ବାଇ, ୧୮।୬: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଚାଲିଥିବା ବଂଶବାଦ ବିରୋଧରେ ସ୍ବର ଉଠିବାରେ ଲାଗିଛି। ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିଥିବା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *