ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ,କାମଚଳା ଅଧ୍ୟକ୍ଷାଙ୍କୁ ପୁଣି ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨୮ା୪-ପୁଣି ଥରେ ବଦଳିଲେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଦେବଦତ୍ତା ମିଶ୍ରଙ୍କର କଟକସ୍ଥିତ ଜାତୀୟ କବି ବୀର କିଶୋର (ଜେକେବିକେ) ମହାବିଦ୍ୟାଳୟକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ଅଧ୍ୟକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଫେସର ପ୍ରମିଳା ଖାଡ଼ଙ୍ଗା। ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ। ସେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଫେସର ଖାଡ଼ଙ୍ଗା ୨୦୧୬ରେ ମାତ୍ର ୪ ଦିନ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ୱରେ ରହିଥିଲେ। ଡିସେମ୍ବର ୪ରୁ ୮ତାରିଖ ଥିଲା ତାଙ୍କ କାର୍ଯ୍ୟକାଳ ଅବଧି। ବ୍ରହ୍ମପୁରର ଅନ୍ୟତମ ପୁରାତନ ଏହି ଶିକ୍ଷାନୁଷ୍ଠାନ ଅନେକ ବର୍ଷ ହେଲା ସରକାରୀ ଅବହେଳାର ଶିକାର ହେଉଛି। କେବଳ ଗଞ୍ଜାମ ନୁହଁ, ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଏହି କଲେଜରେ ଜଣେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ନିଯୁକ୍ତି ଦିଆଯାଉନାହିଁ । କାଳଚଳା ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇ ରାଜ୍ୟ ସରକାର ଚୁପ୍‌ ବସୁଛନ୍ତି। ଏହି ଅସ୍ଥାୟୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଖୁବ୍‌ କମ୍‌ ଦିନ ରହୁଥିବା ଯୋଗୁ ମହାବିଦ୍ୟାଳୟର ଉନ୍ନତି ହୋଇପାରୁ ନାହିଁ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କିମ୍ବା ଭିତ୍ତିଭୂମି ଉନ୍ନତି ଦିଗରେ ଅସ୍ଥାୟୀ ଅଧ୍ୟକ୍ଷମାନେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିପାରୁ ନାହାନ୍ତି । ୨୦୧୪ ପରଠାରୁ ଜଣେ ହେଲେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଏପରିକି ୩୮ବର୍ଷରେ ୨୬  ଜଣ ଅଧ୍ୟକ୍ଷଙ୍କ ମୁହଁ ଦେଖିସାରିଲାଣି ଉକ୍ତ ମହାବିଦ୍ୟାଳୟ।

ଗତ ବର୍ଷ ଅକ୍ଟୋବର ୩୧ତାରିଖରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟନାରାୟଣ ସାହୁ ଅବସର ଗ୍ରହଣ କରିଥିଲେ। ତାଙ୍କ ସ୍ଥାନରେ ଡ. ଦେବଦତ୍ତା ମିଶ୍ରଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ୱ ଦିଆଯାଇଥିଲା। ଦାୟିତ୍ୱ ଗ୍ରହଣର ମାତ୍ର ୬ ମାସ ଅର୍ଥାତ୍‌ ଗତ ୨୫ତାରିଖରେ ଡ. ମିଶ୍ରଙ୍କର କଟକକୁ ବଦଳି ହୋଇଛି। ଦେଖିବାକୁ ଗଲେ ପ୍ରଫେସର ସାହୁଙ୍କ କାର୍ଯ୍ୟକାଳ ମଧ୍ୟ ଅଧିକ ଦିନ ନ ଥିଲା। ସେ ୨୦୧୭ ଅଗଷ୍ଟ ୧ ତାରିଖରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ, ଅର୍ଥାତ୍‌ ତାଙ୍କ କାର୍ଯ୍ୟକାଳ ଥିଲା ମାତ୍ର ୧୫ମାସ । ଡ. ମିଶ୍ରଙ୍କ କାର୍ଯ୍ୟକାଳୟ ଥିଲା ମାତ୍ର ଛ’ମାସ। ଏହା ପୂର୍ବରୁ ମଧ୍ୟ ଥରେ ଡ. ମିଶ୍ର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୧୬ ଡିସେମ୍ବର ୯ତାରିଖରୁ ୨୦୧୭ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷା ପଦରେ ଥିଲେ। କେବଳ ଏହି ଦୁଇଜଣ ନୁହନ୍ତି, ଗତ ଅନେକ ବର୍ଷ ହେଲା ମହାବିଦ୍ୟାଳୟରେ ଏହି ଧାରା ଜାରି ରହିଛି। ଆହୁରି ପୂର୍ବକୁ ଗଲେ ଜଣାପଡ଼ୁଛି, ଡ. ମହେନ୍ଦ୍ର ମିଶ୍ର ୨୦୧୪ ଅକ୍ଟୋବର ୧୭ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି। ମହାବିଦ୍ୟାଳୟର ଶେଷ ସ୍ଥାୟୀ ଅଧ୍ୟକ୍ଷା ଥିଲେ ଡ. ରୋଶନଆରା ବେଗମ୍‌। ତାଙ୍କ କାର୍ଯ୍ୟକାଳ ୨୦୧୪ ମାର୍ଚ୍ଚ ୧୪ରୁ ଅକ୍ଟୋବର ୧୬ତାରିଖ ପର୍ଯ୍ୟନ୍ତ ଥିଲା। ହେଲେ ତାଙ୍କ ପରଠୁ ଆଉ କାହାରିକୁ  ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ ନାହିଁ । ସମସ୍ତେ ହେଉଛନ୍ତି ଅସ୍ଥାୟୀ ବା କାମଚଳା ଅଧ୍ୟକ୍ଷ ।

ପ୍ରତିଷ୍ଠା ହୋଇଥିଲା ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ। ମାତ୍ର ୩୮ବର୍ଷର ଇତିହାସ ଭିତରେ ସମ୍ପୃକ୍ତ ମହାବିଦ୍ୟାଳୟରେ ୨୬ଜଣ ଅଧ୍ୟକ୍ଷ ପଦରେ ରହିଲେଣି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଜଣେ ଭାରପ୍ରାପ୍ତ ଅଧ୍ୟକ୍ଷ ବଦଳି ହେବା ପରେ ବଳକା ଅଧ୍ୟାପିକା ଅଧ୍ୟାପକଙ୍କ ମଧ୍ୟରୁ ଯିଏ ବରିଷ୍ଠ, ତାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଉଛି। ତେବେ ସମସ୍ୟା ହେଲା, ସମ୍ପୃକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ନିୟମିତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ମଧ୍ୟ ପଡ଼ୁଛି। ଏଣୁ ଉଭୟ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବାରେ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବର୍ଷକୁ ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ୁଛି। ପୂର୍ବରୁ କମ୍‌ ଛାତ୍ରୀଛାତ୍ର ଥିବା ବେଳେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଉଥିଲା। ଏବେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

ଗାଡ଼ିରେ ପୋଲିସ ଲେଖି ଗଞ୍ଜେଇ ଚାଲାଣ

ମୋହନା,୬।୧୨(ମନ୍ମଥ ମିଶ୍ର): ଗାଡିରେ ପୋଲିସ ଲେଖି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଗାଡି ସହ ୨ ଜଣଙ୍କୁ କାବୁ କରିଛି ମୋହନା ପୋଲିସ। ପୋଲିସ ପାଟ୍ରୋଲିଂ...

ବସୁଧା ଯୋଜନାରୁ ବଞ୍ଚିତ ୫୦ରୁ ଊର୍ଦ୍ଧ୍ୱ ପରିବାର

କୁକୁଡାଖଣ୍ଡି,୬।୧୨(ପ୍ରତାପ କୁମାର ସାହୁ): କୁକୁଡାଖଣ୍ଡି ରୋଡ଼ସାହିର ୫୦ରୁ ଉର୍ଦ୍ଧ୍ୱ ପରିବାର ବିଭିନ୍ନ ସମସ୍ୟା ମଧ୍ୟରେ ଅଛନ୍ତି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା, ବିଦ୍ୟୁତ ଖୁଣ୍ଟରେ ଆଲୋକୀକରଣ...

ଜେଲରେ ୧୦ ଦିନ ପରେ ଜଣାଗଲା ନାବାଳକ

ବ୍ରହ୍ମପୁର,୬।୧୨ (ସୁବାସ ଚନ୍ଦ୍ର ପାଢ଼ୀ): ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ବାପା-ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ଜଣେ ନାବାଳକ ବୋଲି ୧୦ଦିନ...

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ: ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଜଗନ୍ନାଥପ୍ରସାଦ,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ମୃତକ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri