ବିଧାୟକ ପ୍ରାର୍ଥୀ ସମର ପ୍ରଧାନଙ୍କ ପରଲୋକ

ରେଢାଖୋଲ,୧୫।୪(ଡି.ଏନ.ଏ.): ୨୦୧୯ ସାଧାରଣ ନିର୍ବାଚନରେ ରେଢାଖୋଲ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାଜପା ଯୁବନେତା ତଥା ଆଇନଜୀବୀ ସମର କୁମାର ପ୍ରଧାନ(୪୪) ଆଉ ନାହାନ୍ତି। ମଙ୍ଗଳବାର ରାତି ୨ଟାରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ଅକାଳ ବିୟୋଗରେ ରେଢାଖୋଲରେ ଶୋକର ଛାୟା ଖେଳି ଯାଇଛି। ସେ ଗତ ସାଧାରଣ ନିର୍ବାଚନ ସମୟରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ରେଢାଖୋଲକୁ ଅଣାଯାଇଥିଲା। ରଥସାହିସ୍ଥିତ ବାସଭବନରେ ସହରବାସୀ ଅନ୍ତିମ ଦର୍ଶନ କରିବା ପରେ ପୈତୃକ ଗ୍ରାମ ବାରବାଙ୍କ ଗ୍ରାମରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି। ଏକମାତ୍ର ପୁଅ ଆୟନ ପ୍ରଧାନ (୯) ମୁଖାଗ୍ନି ଦେଇଥିଲେ। ସମରଙ୍କ ଅକାଳ ବିୟୋଗରେ ବିଧାୟକ ରୋହିତ ପୂଜାରୀ ଶୋକବ୍ୟକ୍ତ କରିଛନ୍ତି। ରେଢାଖୋଲ ଓକିଲ ସଂଘ ସଭାପତି ଅଭୟ କୁମାର ବୀର, ସଂପାଦକ ଗଣେଶ୍ୱର ପ୍ରଧାନ, ଜିଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ ପ୍ରମୁଖ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେହିଭଳି ରେଢାଖୋଲ ଓକିଲ ସଂଘ ପକ୍ଷରୁ ସମରଙ୍କ ବିୟୋଗରେ ଶୋକସଭା କରାଯାଇଥିଲା। ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶୋକସଭାରେ ସଦସ୍ୟାମନେ ଯୋଗଦେଇ ତାଙ୍କ ଆତ୍ମାର ଶାନ୍ତି ଲାଭ ପାଇଁ ନୀରବ ପ୍ରାର୍ଥନା କରିଥିଲେ। ସେହିଭଳି ଅନ୍ତିମ ସଂସ୍କାର ବେଳେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଭାଜପା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ଭାଜପା ଜିଲା ସଭାପତି ଗିରିଶ ପଟେଲ, ବ୍ଲକ ବିଜେଡି ସଭାପତି ଉଦିତ ତ୍ରିପାଠୀ, ନାକ୍ଟିଦେଉଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁ, ଶ୍ରମିକ ନେତା ଅନାଦି ସାହୁ, ପୂର୍ବତନ କାଉନସିଲର ରାଜିବଲୋଚନ ପ୍ରଧାନ, ଆଇନଜୀବୀ ଦୟାସାଗର ପ୍ରଧାନ, ସରକାରୀ ଓକିଲ ନାରାୟଣ ତ୍ରିପାଠୀଙ୍କ ସମେତ ରେଢାଖୋଲର ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ରେଢାଖୋଲର ବରିଷ୍ଠ ଆଇନଜୀବୀ ଶମ୍ଭୁପ୍ରସାଦ ପ୍ରଧାନଙ୍କ ସେ ଦ୍ୱିତୀୟ ପୁଅ। ଛାତ୍ର ଜୀବନରୁ ସମର ରାଜନୀତିରେ ସକ୍ରିୟ ଥିଲେ। ଭାଜପାର ବିଭିନ୍ନ ପଦପଦବିରେ ରହି ଦାୟିତ୍ୱ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ମାଟ୍ରିକ ସାର୍ଟିଫିକେଟ୍‌ ତ୍ରୁଟି ସଂଶୋଧନ

କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସାର୍ଟିଫିକେଟରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିପାଇଁ ବୁଧବାରଠାରୁ ଆସନ୍ତା...

୩ ଦିନ ପରେ ସାଇଣ୍ଟିଫିକ୍‌ ତଦନ୍ତକୁ ନେଇ ସନ୍ଦେହ

ସମ୍ବଲପୁର,୪ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲ ଭିତରୁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଅଗ୍ନିଶମ ବିଭାଗ ଗତ...

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ବୁଗୁଡ଼ା,୧୭ା୮(କାଳିଚରଣ ଦାଶ): ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଖଦଃ ଘଟଣା ଘଟିଛି ଗଞ୍ଜାମ ଜିଲା...

ପ୍ରମାଣ ଅଭାବରୁ ୪ ଅଭିଯୁକ୍ତ ହେଲେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩।୬: ଅତିରିକ୍ତ ଜିଲା ଜଜ୍‌(ଏଡିଜେ)-୧ ସଂଘମିତ୍ରା ଶର୍ମା ସୋମବାର ଏକ ଡକାୟତି ଉଦ୍ୟମ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ...

ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟ ପଦ ରଦ୍ଦ ଘଟଣା : ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୧୬।୧୦(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ୨ରୁ ଅଧିକ ସନ୍ତାନ ଥିବାରୁ ସଭ୍ୟପଦ ରଦ୍ଦ ହୋଇଥିଲା। ଏନେଇ ସେ ଉଚ୍ଚ...

କୋଭିଡ ମେଡିକାଲ ନିର୍ମାଣକୁ ବିରୋଧ କରି ରୁଜୁ ମାମଲା ଖାରଜ

ସମ୍ବଲପୁର, ୧୫।୪ (ବ୍ୟୁରୋ)- ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ- ୧୯ ମେଡିକାଲ ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରି ମିଶନ ଭିମ୍‌ସାର ତରଫରୁ ଓଡିଶା...

ଆଚରଣ, ଉଚ୍ଚାରଣ ପ୍ରତି ସଚେତନ ରହିବା ଜରୁରୀ

ଜଳେଶ୍ୱର, ୩।୨(ସ୍ବ.ପ୍ର.)-ଓଡ଼ିଶାର ଉପାନ୍ତ ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଆମ୍ବଳିଅଠା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ଜଳେଶ୍ୱର ବିଇଓ...

ବରାହ ମହାନ୍ତିଙ୍କ ପରଲୋକ

କଟକ ଅଫିସ,୧୬।୬: ଦୂରଦର୍ଶନ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ବରାହ ମହାନ୍ତିଙ୍କ ସୋମବାର ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

Advertisement
Archives

Model This Week