ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ବିଧାନସଭାରେ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଗୃହରେ ବୁଧବାର ଶୋକ କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ଶୋକ ପ୍ରସ୍ତାବ ଆଗତ କରିବା ଲାଗି କହିଥିଲେ। ମୁଖ୍ୟମନ୍ତ୍ରୀ ପୂର୍ବତନ ସଦସ୍ୟା ବୀର ସିଫ୍‌କା, ବିଜୟ କୁମାର ନାଏକ, ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଗୃହରେ ପ୍ରସ୍ତାବ ଆଗତ କରିଥିଲେ। ପରଲୋକଗତ ସଦସ୍ୟଙ୍କ ରାଜନୈତିକ ଜୀବନୀ ଉପରେ ସଂକ୍ଷିପ୍ତ ବିବରଣୀ ଦେବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ବାଚସ୍ପତିଙ୍କ ଜରିଆରେ ଗୃହରେ ସମବେଦନା ଜଣାଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହିତ ସ୍ବର୍ଗତ ସଦସ୍ୟଙ୍କ ସୃତିଚାରଣ କରିଥିଲେ। ବାଚସ୍ପତିଙ୍କ ଜରିଆରେ ସଦସ୍ୟମାନଙ୍କ ପରିବାରବର୍ଗଙ୍କୁ ନିଜର ତଥା ଦଳର ସମବେଦନା ଜଣାଇଥିଲେ। ଶେଷରେ ବାଚସ୍ପତି ଗୃହର ନେତାଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ଗ୍ରହଣକରି ସ୍ବର୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନିଜର ସମବେଦନା ଜଣାଇଥିଲେ। ପରଲୋକଗତଙ୍କ ବିୟୋଗରେ ଗୃହରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ୧୨ ମିନିଟ ଧରି ଗୃହରେ ଶୋକ ପ୍ରସ୍ତାବ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୩ ପଜିଟିଭ

ଭୁବନେଶ୍ୱର, ୬।୯ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ରବିବାର ୪୮୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା...

ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ ଅଫିସ,୭।୭: ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ହେଲେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ...

ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୦ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ହୋଲି ସତ୍ତ୍ୱେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ...

୬ ଇଞ୍ଚ ଦବିଲା ଆପ୍ରୋଚ ରୋଡ୍‌ : ରାଜଧାନୀରେ ପୁଣି ଫ୍ଲାଏଓଭର ଆତଙ୍କ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ) : ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ୨ ବଡ଼ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯିବା ଘଟଣା ଏବେ ବି ଲୋକଙ୍କ ମନରେ...

ଅଯୋଗ୍ୟ ହିତାଧିକାରୀ, ସରକାରୀ କର୍ମଚାରୀଙ୍କୁ ସୁରକ୍ଷା

ସୋନପୁର, ୨।୩(ନି.ପ୍ର.) ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପୋଲିସ ବିଭାଗରେ ସଂସ୍କାର ଆଣିବା ପାଇଁ ୫-ଟି ବ୍ୟବସ୍ଥା ପ୍ରଚଳନ...

୧୭ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର, ୧୮ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ୫ମ ପାଳି ସରକାରର ଦ୍ୱିତୀୟ ମନ୍ତ୍ରୀମଣ୍ଡଳ ଗଠନ ହେବାର ୧୨ଦିନ ବିତିଯାଇଛି। ତେବେ ମନ୍ତ୍ରୀମଣ୍ଡଳ ଗଠନ ହେବାର...

ପ୍ରତ୍ୟେକ ମାସରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର, ୨୯ା୧୦(ବ୍ୟୁରୋ): ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବଙ୍କୁ ନେଇ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା...

ଏନ୍‌ସିଆର୍‌ବି ରିପୋର୍ଟ: ଦେଶରେ ବଢ଼ୁଛି ଶ୍ରମିକ ଆତ୍ମହତ୍ୟା

ଭୁବନେଶ୍ୱର,୪।୯(ବ୍ୟୁରୋ): ଲୋକମାନେ କାମଧନ୍ଦା ହରାଇ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏପରି କି ଦୁଇଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି।...

Advertisement
Archives

Model This Week