ବିଦ୍ୟୁତ୍‌ ସଂଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜନପ୍ରତିନିଧି

କେନ୍ଦୁଝର,୨୯।୨ (ସ୍ବ.ପ୍ର.)- ଝୁମ୍ପୁରା ବ୍ଲକ୍‌ ଅନ୍ତର୍ଗତ ବସନ୍ତପୁର ଠାରେ ଏକ କମ୍ପାନୀ ବେସରକାରୀ ଜମିରେ ଜୋରଜବରଦସ୍ତ ଖୁଣ୍ଟ ପକାଇଥିବା ଓ ସଂରକ୍ଷିତ ଜଙ୍ଗଲ ଉପରେ ୩୩କେଭି ଲାଇନ ନେଇଥିବାରୁ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ କ୍ଷତିଗ୍ରସ୍ତ ଲୋକମାନେ ଶୁକ୍ରବାର କେନ୍ଦୁଝର ଜିଲାପାଳ, ଏସପି, ଡିଏଫଓ, ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ତଥା ଉପ ବିଦ୍ୟୁତ୍‌ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନଈବୁଗା ସଂରକ୍ଷିତ ଜଙ୍ଗଲରେ ୩୩ କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ଟଣା ହୋଇଥିବା ନେଇ ସ୍ଥାନୀୟ ଲୋକମାନେ କେନ୍ଦୁଝର ଡିଏଫଓଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଡିଏଫଓ ସନ୍ତୋଷ କୁମାର ଯୋଶୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବନ ବିଭାଗ ପକ୍ଷରୁ କମ୍ପାନୀ ଏବଂ ନେସ୍କାକୁ ଚିଠି କରି ନିଜର ପକ୍ଷ ରଖିବାକୁ କୁହାଯାଇଥିଲା। ଏନେଇ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ ହେଉଥିବା ବେଳେ ଏବେ ପୋଲିସ ସହାୟତାରେ ବାମେବାରୀ ସ୍କୁଲ ଖେଳ ପଡ଼ିଆ ଏବଂ ଅନ୍ୟ ବେସରକାରୀ ଜମିରେ ତାର ଟଣା ଯାଉଥିବାରୁ ଲୋକ ପ୍ରତିନିଧିମାନେ ଶୁକ୍ରବାର ଅଭିଯୋଗ କରିଛନ୍ତି। ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ଉପରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ସଂଯୋଗ ନେଇ ଥିବାରୁ ଜଙ୍ଗଲ ଜୀବଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ଜୁରୁଡି ଗ୍ରୀଡରୁ ବିଦ୍ୟୁତ ସଂଯୋଗ ଦେବା ପୂର୍ବରୁ ଡିଆରପି ହୋଇଛି କି ନାହିଁ। ତାହା ଯାଞ୍ଚ ନ ହୋଇ କିପରି ଖୁଣ୍ଟ ପୋତାଯାଇ ତାର ଟଣାଯାଇଛି ସେ ନେଇ ଅଭିଯୋଗ କରିଛନ୍ତି । ଫରେଷ୍ଟ କଞ୍ଜରଭେସନ ଆକ୍ଟ ଉଲ୍ଲଘଂନ ହୋଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରାଯାଉଥିବା ସେମାନେ କହିଛନ୍ତି । ଶୁକ୍ରବାର ଜଜାଙ୍ଗ ସରପଞ୍ଚ ରତ୍ନମଣୀ ନାୟକ, ସମିତି ସଭ୍ୟ ପ୍ରଦୀପ କୁମାର ବେହେରା, ଜଲହରି ସରପଞ୍ଚ ମିତା ମୁଣ୍ଡା, ସମିତି ସଭ୍ୟ ସାବିତ୍ରୀ ମୁଣ୍ଡା, ଜୁରୁଡି ସରପଞ୍ଚ ସୁଜାତା ହେମ୍ବ୍ରମ, ଜୁରୁଡି ସମିତି ସଭ୍ୟ ଇନ୍ଦିରା ପାତ୍ର, ବସନ୍ତପୁର ସରପଞ୍ଚ ଲିପାରଣୀ ନାୟକ, ସମିତି ସଭ୍ୟ ସାବିତ୍ରୀ ମାଝୀଙ୍କ ସମେତ କ୍ଷତିଗ୍ରସ୍ତ ତ୍ରିଲୋଚନ ପରମାଣିକ,କୃଷି ମୁଣ୍ଡା,ବାଙ୍କୁ ପରମାଣିକ,ଲକ୍ଷ୍ମୀଧର ପରମାଣିକ ପ୍ରମୁଖ ଅଭିଯୋଗ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ମନ୍ତ୍ରୀ, ସଚିବଙ୍କ ଯୋଡ଼ା ଗସ୍ତ: ଖଣି ନିଲାମ ପାଇଁ ସରକାରୀ ତତ୍ପରତା

ଯୋଡ଼ା, ୨୯।୮(ଡିଏନଏ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ...

ଚୋରା ମଦ ବେପାରୀ ଗିରଫ

ଢେଙ୍କିକୋଟ, ୧୯ା୧(ଡି.ଏନ୍‌.ଏ.)- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଗ୍ରାମ ପଞ୍ଚାୟତ ପିପିଳିଆଠାରେ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ହେଉଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଥିଲା।...

ଇଛାମୃତ୍ୟୁ ନିବେଦନ ସତ୍ତ୍ୱେ ମିଳୁନି ରାଜେଶଙ୍କୁ ସହାୟତା

କେନ୍ଦୁଝର, ୪ା୨ (ସ୍ବ.ପ୍ର./ଡି.ଏନ.ଏ.)-ଘଟଗାଁ ବ୍ଲକ ଉପରଡିହା ଗ୍ରାମର ରାଜେଶ କୁମାର ବେହେରା (୨୪) ଦୁସାଧ୍ୟ ଉଇଲସନ ରୋଗରେ ପିଡିତ ଅଛନ୍ତି। ମା’ବାପା ଚିକିତ୍ସା କରି ବହୁ...

ଦାରିଦ୍ର୍ୟ ନେଲା ଜୀବନ: ୩ ଭଉଣୀ ଏବେ ଅନାଥ, ଅସହାୟ

ଝୁମ୍ପୁରା, ୭।୧୨(ଡି.ଏନ.ଏ.)- ବର୍ଷକ ପୂର୍ବରୁ ମା’ ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିଥିଲେ। ଏବେ ବେକରେ ଦଉଡ଼ି ଲଗାଇ ବାପା ରାମ ମୁଣ୍ଡା (୫୩) ଆତ୍ମହତ୍ୟା କରିବା...

ବଜ୍ରପାତ ନେଲା ୭ ଜୀବନ

ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.) ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି।...

କେନ୍ଦୁଝର ଜିଲାରେ ୪ କରୋନା ପଜିଟିଭ ଚିହ୍ନଟ: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା

ବଡବିଲ,୧୭।୫(ସ୍ବ.ପ୍ର)-କେନ୍ଦୁଝର ଜିଲାରେ ରବିବାର ଆଉ ୪ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଚିହ୍ନଟ ୪ ଆକ୍ରାନ୍ତଙ୍କ...

ପରିତ୍ୟକ୍ତ ଅବସ୍ଥାରେ ଡାକ୍ତରଖାନା କୋଠା

ରାଇସୁଆଁ, ୧୮।୧୧(ଡି.ଏନ.ଏ.)-ସରକାର ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତରଖାନା ଗୃହ ନିର୍ମାଣ ଠାରୁ ଆରମ୍ଭ କରି...

ଆନନ୍ଦପୁରରେ ଖୋଲିଲାନି ଧାନମଣ୍ଡି: କୋହଲା ପାଗ ଦେଖି ଚାଷୀ ମନରେ ଛନକା

ଘସିପୁରା, ୯।୧୨ (ଡି.ଏନ.ଏ.)-କେନ୍ଦୁଝରର ଭାତ ହାଣ୍ଡି ଭାବେ ପରିଚିତ ଆନନ୍ଦପୁର କୃଷି ଜିଲାରେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଧାନ ଫସଲ ଅମଳ କାର୍ଯ୍ୟ...

Play 250+ Trending Games
Archives

Model This Week

Why Dharitri