ବିଦ୍ୟୁତ୍‌ ସଂଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜନପ୍ରତିନିଧି

କେନ୍ଦୁଝର,୨୯।୨ (ସ୍ବ.ପ୍ର.)- ଝୁମ୍ପୁରା ବ୍ଲକ୍‌ ଅନ୍ତର୍ଗତ ବସନ୍ତପୁର ଠାରେ ଏକ କମ୍ପାନୀ ବେସରକାରୀ ଜମିରେ ଜୋରଜବରଦସ୍ତ ଖୁଣ୍ଟ ପକାଇଥିବା ଓ ସଂରକ୍ଷିତ ଜଙ୍ଗଲ ଉପରେ ୩୩କେଭି ଲାଇନ ନେଇଥିବାରୁ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ କ୍ଷତିଗ୍ରସ୍ତ ଲୋକମାନେ ଶୁକ୍ରବାର କେନ୍ଦୁଝର ଜିଲାପାଳ, ଏସପି, ଡିଏଫଓ, ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ତଥା ଉପ ବିଦ୍ୟୁତ୍‌ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନଈବୁଗା ସଂରକ୍ଷିତ ଜଙ୍ଗଲରେ ୩୩ କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ଟଣା ହୋଇଥିବା ନେଇ ସ୍ଥାନୀୟ ଲୋକମାନେ କେନ୍ଦୁଝର ଡିଏଫଓଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଡିଏଫଓ ସନ୍ତୋଷ କୁମାର ଯୋଶୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବନ ବିଭାଗ ପକ୍ଷରୁ କମ୍ପାନୀ ଏବଂ ନେସ୍କାକୁ ଚିଠି କରି ନିଜର ପକ୍ଷ ରଖିବାକୁ କୁହାଯାଇଥିଲା। ଏନେଇ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ ହେଉଥିବା ବେଳେ ଏବେ ପୋଲିସ ସହାୟତାରେ ବାମେବାରୀ ସ୍କୁଲ ଖେଳ ପଡ଼ିଆ ଏବଂ ଅନ୍ୟ ବେସରକାରୀ ଜମିରେ ତାର ଟଣା ଯାଉଥିବାରୁ ଲୋକ ପ୍ରତିନିଧିମାନେ ଶୁକ୍ରବାର ଅଭିଯୋଗ କରିଛନ୍ତି। ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ଉପରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ସଂଯୋଗ ନେଇ ଥିବାରୁ ଜଙ୍ଗଲ ଜୀବଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ଜୁରୁଡି ଗ୍ରୀଡରୁ ବିଦ୍ୟୁତ ସଂଯୋଗ ଦେବା ପୂର୍ବରୁ ଡିଆରପି ହୋଇଛି କି ନାହିଁ। ତାହା ଯାଞ୍ଚ ନ ହୋଇ କିପରି ଖୁଣ୍ଟ ପୋତାଯାଇ ତାର ଟଣାଯାଇଛି ସେ ନେଇ ଅଭିଯୋଗ କରିଛନ୍ତି । ଫରେଷ୍ଟ କଞ୍ଜରଭେସନ ଆକ୍ଟ ଉଲ୍ଲଘଂନ ହୋଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରାଯାଉଥିବା ସେମାନେ କହିଛନ୍ତି । ଶୁକ୍ରବାର ଜଜାଙ୍ଗ ସରପଞ୍ଚ ରତ୍ନମଣୀ ନାୟକ, ସମିତି ସଭ୍ୟ ପ୍ରଦୀପ କୁମାର ବେହେରା, ଜଲହରି ସରପଞ୍ଚ ମିତା ମୁଣ୍ଡା, ସମିତି ସଭ୍ୟ ସାବିତ୍ରୀ ମୁଣ୍ଡା, ଜୁରୁଡି ସରପଞ୍ଚ ସୁଜାତା ହେମ୍ବ୍ରମ, ଜୁରୁଡି ସମିତି ସଭ୍ୟ ଇନ୍ଦିରା ପାତ୍ର, ବସନ୍ତପୁର ସରପଞ୍ଚ ଲିପାରଣୀ ନାୟକ, ସମିତି ସଭ୍ୟ ସାବିତ୍ରୀ ମାଝୀଙ୍କ ସମେତ କ୍ଷତିଗ୍ରସ୍ତ ତ୍ରିଲୋଚନ ପରମାଣିକ,କୃଷି ମୁଣ୍ଡା,ବାଙ୍କୁ ପରମାଣିକ,ଲକ୍ଷ୍ମୀଧର ପରମାଣିକ ପ୍ରମୁଖ ଅଭିଯୋଗ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri