Posted inଭଦ୍ରକ

ବିଦ୍ୟୁତ୍‌ ନ ଜାଳି ବିଲ୍‌: ଉପଭୋକ୍ତାଙ୍କ ଧାରଣା

ଭଣ୍ଡାରିପୋଖରୀ, ୪ା୨(ଡି.ଏନ୍‌.ଏ.)- ସରସଦା ପଞ୍ଚାୟତ କୋଳିଗଡ଼ି ଗ୍ରାମର କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ସାମିଲ ବିଦ୍ୟୁତ୍‌ ଉପଭୋକ୍ତା ବିଦ୍ୟୁତ୍‌ ନ ଜାଳି ବିଲ୍‌ ଆସୁଥିବା ପ୍ରତିବାଦରେ ଭଣ୍ଡାରିପୋଖରୀ ବିଦ୍ୟୁତ୍‌ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦେଇଥିଲେ। କୋଳିଗଡ଼ି ଗ୍ରାମର ପ୍ରାୟ ୧୨ ପରିବାରକୁ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। ହେଲେ ଉପଭୋକ୍ତାମାନଙ୍କର ବିଲ୍‌ ୧୦ ହଜାର ଭଳି ଆସିଛି। ଏନେଇ ଉପଭୋକ୍ତାମାନେ ଭଦ୍ରକ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୨୧ ତାରିଖରେ ଜଣାଇଥିଲେ। କୌଣସି ପଦକ୍ଷେପ ନିଆ ନ ଯିବାରୁ ସୋମବାର ସେମାନେ ଧାରଣାରେ ବସିଥିଲେ। ଏହି ଧାରଣାକୁ ନୈତିକ ସମର୍ଥନ ଜଣାଇ ଭାଜପା ନେତା ବଦ୍ରିନାରାୟଣ ଧଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଗିରିଶ ସାମଲ, କରୁଣାକର ସାମଲ, ଅକ୍ଷୟ ମହାନ୍ତି, ବିବେକାନନ୍ଦ ସାହୁ, ସୂର୍ଯ୍ୟମଣି ରାଉତ, ପ୍ରଫୁଲ୍ଲ ସାହୁ, ଅଜୟ ପାତ୍ର ସାମିଲ ହୋଇଥିଲେ। ଉପଭୋକ୍ତା ନିର୍ମଳ କର, ସନାତନ ସାହୁ, ନଟବର ବିଶ୍ୱାଳ, ମହେଶ୍ୱର ସାହୁ, କୈଳାସ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଧାରଣା ଦେଇଥିଲେ। ଧାମନଗର ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳେ ପହଞ୍ଚତ୍ ବୁଝାଶୁଝା କରିବା ସହ ୫ ତାରିଖରେ କନିଷ୍ଠଯନ୍ତ୍ରୀଙ୍କୁ ନେଇ ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବେ ବୋଲି ପ୍ରତିଶ୍ରୁତି ଦେବାରୁ ଉପଭୋକ୍ତାମାନେ ଧାରଣାରୁ ହଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି, ଜିଲାପାଳଙ୍କ ଉଚ୍ଚସୋପାନ ସେତୁ ପରିଦର୍ଶନ

ଧାମନଗର,୧।୩(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ନିକଟରେ ଗେଙ୍ଗୁଟି ନଦୀ ଉପରେ ଏକ ଉଚ୍ଚସୋପାନ ସେତୁ ନିର୍ମାଣ କରାଯାଇଛି। ହେଲେ ଦୁଇପାର୍ଶ୍ୱରେ ଆପ୍ରୋଚ...

ଶୀତଳପୁରକୁ ବିପଦ ସାଳନ୍ଦୀ

ଆରଡ଼ି, ୧୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁ ଦେଇ ବହି ଯାଇଛି ସାଳନ୍ଦୀ ନଦୀ। ଏହି...

ପୋଲିସ ମାଡ଼ ଭୟରେ ପୋଖରୀରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ,୧୩।୧: ତିହିଡ଼ି ଥାନା ଅଧିନସ୍ଥ ନୂଆନନ୍ଦ ପଞ୍ଚାୟତ ହାଟୁଆରୀ ଗ୍ରାମର ୧୮ ବର୍ଷର ଯୁବକ ଜଡ଼ା ମହାଳିକ ପୋଲିସ ମାଡ଼ ଭୟରେ ଦୌଡ଼ି ପଳାଉଥିବା...

୫ ମାସରେ ସରିବ କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୩୦।୧୧: ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ନୂତନ ସେତୁ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିବା ବେଳେ...

ଦୁର୍ଦ୍ଦିନରେ ଦିବାକରଙ୍କ ପରିବାର

ତିହିଡ଼ି, ୮।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ଗ୍ରାମର ପାଲାଗାୟକ ଦିବାକର ଜେନାଙ୍କ ପରିବାର ଦୟନୀୟ ଜୀବନ ବିତାଉଛନ୍ତି। ଘରର ଆର୍ଥତ୍କ...

ପାଣିରେ ବୁଡ଼ିଛି ଚାଷଜମି: ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ

ତିହିଡ଼ି, ୨।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କୁବେରା ପଞ୍ଚାୟତର ୩ଟି ମୌଜାରେ ୩ ଶହ ଏକର ଚାଷଜମି ପାଣିରେ ବୁଡ଼ି...

ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ

ତିହିଡ଼ି,୮।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସିପିଏମ୍‌ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ତିହିଡ଼ି ବଜାର...

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ଭଣ୍ଡାରିପୋଖରୀ, ୧୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନାଅଁାମୀ ଗ୍ରାମର ମଞ୍ଜୁଲତା ମହାରଣା ନାମ୍ନୀ ଜଣେ ମହିଳା ଗୁରୁବାର ବିଷ ପିଇ ଆତ୍ମହତ୍ୟା...

Advertisement
Archives

Model This Week