ବିଦ୍ୟୁତ୍‌ କାଟ ପ୍ରତିବାଦରେ ଧାରଣା ଦେଲେ ବିସ୍ଥାପିତ

ବାରିପଦା ଅଫିସ, ୧୯ା୩- ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ଲକ୍ଷ୍ମୀପୋଷିଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଶତାଧିକ ପରିବାରଙ୍କ ମଙ୍ଗଳବାରଠାରୁ ବିଦ୍ୟୁତକାଟ୍‌ କରାଯାଇଛି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ବିଭାଗ ଗ୍ରାମବାସୀଙ୍କ ବିଦ୍ୟୁତ୍‌ କାଟ କରି ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ବିସ୍ଥାପିତମାନେ ଲକ୍ଷ୍ମୀପୋଷିସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପଠାରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ କୌଣସି ଅଧିକାରୀମାନେ ଏ ଦିଗରେ କର୍ଣ୍ଣପାତ ନ କରିବାରୁ ଗ୍ରାମବାସୀ ଫେରି ଆସିଥିଲେ। ଆଗାମୀ ଦିନରେ ଏ ନେଇ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ,୧୯୮୮ରେ ଆରମ୍ଭ ହୋଇଥିବା ସୂବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଯୋଗୁଁ ଲକ୍ଷ୍ମୀପୋଷିଠାରେ ଶତାଧିକ ବିସ୍ଥାପିତ ରହିଥିଲେ। ସେମାନଙ୍କ ପରିବାରକୁ ବିନା ମୂଲ୍ୟରେ ବିଜୁଳି, ପାଣି ଶିକ୍ଷା, ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚୁକ୍ତିନାମା ହୋଇଥିଲା। ହେଲେ ମଙ୍ଗଳବାରଠାରୁ ବିଦ୍ୟୁତକାଟ କରାଯାଇଛି। ଲକ୍ଷ୍ମୀପୋଷି ଗ୍ରାମର ଦାସ ମାରଣ୍ଡି କୁହନ୍ତି ଯେ, କ୍ଷତିଗ୍ରସ୍ଥ ପରିବାରକୁ ଚାକିରି ଦେବା ପାଇଁ କହିଥିଲେ। ହେଲେ ଏ ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ତୁରନ୍ତ ଉକ୍ତ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ନ କଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିିଥିଲେ। ଏ ନେଇ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରଳାଖେମୁଣ୍ଡି ରାଜପ୍ରାସାଦର ଦୁର୍ଦ୍ଦଶା ଦେଖି ମନ୍ତ୍ରୀଙ୍କ ଉଦ୍‌ବେଗ: ପୁନରୁଦ୍ଧାର ପାଇଁ ଜୋର ଧରିଲା ଦାବି

ପାରଳାଖେମୁଣ୍ଡି, ୨୩ା୭(ଗିରିଧାରୀ ପରିଚ୍ଛା): ରାଜ୍ୟର ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ଗଜପତି ଜିଲା ଗସ୍ତରେ ଆସିଥିବା ବେଳେ ଐତିହ୍ୟବାହୀ ପାରଳାଖେମୁଣ୍ଡି…

ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ବରଗଡ଼ ପୋଲିସର ଚଢ଼ାଉ: ୧୧୮୦ ବୋତଲ କଫ୍ ସିରପ ଜବତ, ୨ ଗିରଫ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ପୋଲିସ ପକ୍ଷରୁ ଏକ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ କଫ୍ ସିରପ ଜବତ କରାଯାଇଛି। ଏହି…

ଭଞ୍ଜନଗର ଥାନା ସମ୍ମୁଖରେ ବିଦ୍ୟୁତ୍ ଖୁଣ୍ଟରେ ନିଆଁ: ସଟ୍ ସର୍କିଟ୍ ଯୋଗୁଁ ହୁ ହୁ ହୋଇ ଜଳିଲା ତାର, ଭୟଭୀତ ହେଲେ…

ଭଞ୍ଜନଗର, ୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଗୁରୁବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…

ଦିଗପହଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ: ରାମ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଗୁରୁବାର ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ…

ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ଯୁକ୍ତ ୨ ନୂତନ ଛାତ୍ରୀଙ୍କୁ ସ୍ବାଗତ

ଭଞ୍ଜନଗର, ,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଯୁକ୍ତ ୨ ପ୍ରଥମ ବର୍ଷର ନୂତନ…

ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟ ଚୋରି କରି ନେଇଥିଲେ, ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ପରେ…

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…

ଶର୍ଟ ସର୍କିଟରୁ ମୁଖ୍ୟମନ୍ତ୍ରୀ ବସ୍‌ରେ ଲାଗିଲା ନିଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ

ବେଲଗୁଣ୍ଠା, ୨୩ା୭(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସରେ…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri