ବିଦ୍ୟୁତ୍‌ ଆଘାତରେ ହେଲ୍‌ପର ମୃତ, ଡ୍ରାଇଭର ଗୁରୁତର

ବାସୁଦେବପୁର, ୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ହାବେଳିସାହୀ ନିକଟରେ ଗୁରୁବାର ରାତିରେ ଏକ ଟ୍ରକ୍‌ରୁ ବାଲି ଅନ୍‌ଲୋଡ଼ ହେଉଥିଲା। ଏହି ସମୟରେ ନିକଟଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଟ୍ରକ୍‌ ଡ଼ାଲାରେ ଲାଗିଯାଇଥିଲା। ଫଳରେ ଟ୍ରକ୍‌ ହେଲ୍‌ପର ସରୋଜ ବେହେରା(୨୩)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଘର ସିମୁଳିଆ ଥାନା ଅଧୀନ ବାଲିଗୁଡ଼ା ଗ୍ରାମରେ। ଡ୍ରାଇଭର ପ୍ରଦୀପ ନାଏକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାସୁଦେବପୁରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ଘର ସିମୁଳିଆ ଥାନା ଅଧୀନ ରିଆ ଗ୍ରାମରେ ବୋଲି ଜଣାପଡ଼ିଛି। ସରୋଜଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବାସୁଦେବପୁର ଡାକ୍ତରଖାନାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସୁରକ୍ଷାକର୍ମୀ

ବଡ଼ବିଲ,୨୦।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପରିଚାଳକ (ଓଏମସି ଆରଏମ) କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଖଣିରେ ନିୟୋଜିତ ସୁରକ୍ଷାର୍ମୀମାନେ ବିଭିନ୍ନ...

ଜଳକା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା: ସୁବର୍ଣ୍ଣରେଖାରେ ବଢ଼ୁଛି ଜଳସ୍ତର

ବାଲେଶ୍ୱର ଅଫିସ, ୨୭।୮: ବାଲେଶ୍ୱର ଜିଲାର ସମସ୍ତ ଛୋଟ ବଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳକା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଥିବା...

ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌ : ୧୫ ଆହତ

ସୋର, ୨୭।୫(ଡି.ଏନ.ଏ.)-ସୋର ଥାନା ୧୬ନଂ. ଜାତୀୟ ରାଜପଥ ଛଅପୋଲିଆଠାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର...

ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ପତ

ରାଇସୁଆଁ,୨୬।୪(ଡି.ଏନ.ଏ.)-ଦିବ୍ୟାଙ୍ଗଙ୍କ ଥାଇଥାନ ପାଇଁ ବହୁ ଯୋଜନା କରାଯାଉଛି। ମାତ୍ର ପ୍ରଶାସନିକସ୍ତରରେ କେତେକ ନେତାଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ବହୁ ଗରିବ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ...

ନାବାଳିକାଙ୍କୁ ଅପହରଣ କରି ବିବାହ ଘଟଣା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ

ରୂପ୍‌ସା,୫।୨(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିବା ଅଭିଯୋଗରେ ସିଂଲା ଥାନା ପୋଲିସ ଶୁକଦେବ ମଲିକ...

ବିଦ୍ୟୁତ୍‌ ବିଭାଗର ଚଢ଼ାଉକୁ ବିରୋଧ: ଥାନାରେ ମାମଲା

ରୂପ୍‌ସା, ୧୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଜାମୁନିଆ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ବିଦ୍ୟୁତ୍‌ ବିଭାଗର ଚଢ଼ାଉ ଆଶଙ୍କା କରି ଗ୍ରାମବାସୀଙ୍କ ବିରୋଧ ଘଟଣା ଥାନାରେ...

ହସ୍ପିଟାଲ ରାସ୍ତାରେ ହାତୀ

ରାଇବଣିଆ, ୬ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ଖୁଆଡ଼ ହସ୍‌ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ...

ବେଆଇନ ଭାବେ ଗୋରୁ ହସ୍ତାନ୍ତର ଘଟଣା: ରାଜରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ବେଆଇନ ଗୋରୁ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ସୋମବାର ବିଳମ୍ବିତ ରାତିରେ ଜଳେଶ୍ୱରସ୍ଥିତ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ଜନସାଧାରଣ ଅଟକାଇ ଜଳେଶ୍ୱର ପୋଲିସକୁ...

Advertisement


Archives

Model This Week