ବିଦ୍ୟାଳୟ ହେଲା ଅତିଥି ଭବନ: ବ୍ୟବସ୍ଥାରେ ପରିବର୍ତ୍ତନର ପ୍ରଭାବ

ପାରାଦୀପ,୫ା୬(ସ୍ବ.ପ୍ର.): ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ସାଙ୍ଗକୁ ଘରୋଇକରଣ ପ୍ରଭାବରେ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାର ପ୍ରତିଫଳନ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହି କ୍ରମରେ ପାରାଦୀପରେ ଏକ ବିଦ୍ୟାଳୟ ଏବେ ଅତିଥି ଭବନରେ ପରିଣତ ହୋଇଛି। ପାରାଦୀପ ବନ୍ଦର ଦ୍ୱାରା ୧୯୭୨-୭୩ରେ ନିର୍ମିତ ଏକ ବିଦ୍ୟାଳୟ ସରକାରଙ୍କ ନୂତନ ଶିକ୍ଷାନୀତି ଯୋଗୁ ୨୦୧୭ ଅକ୍ଟୋବରରେ ବନ୍ଦ ହୋଇଯାଇଥିଲା। ସେହି ବିଦ୍ୟାଳୟ କୋଠାଘରକୁ ବନ୍ଦର କର୍ତ୍ତୃପକ୍ଷ ପରିବର୍ତ୍ତନ କରି ବିଶାଳ ଅତିଥି ଭବନ ନିର୍ମାଣ କରିଛନ୍ତି। ଉକ୍ତ ୩୬ କକ୍ଷ ବିଶିଷ୍ଟ ଅତିଥି ଭବନ ଆସନ୍ତା ରଥଯାତ୍ରାଠାରୁ କାର୍ଯ୍ୟକ୍ଷମ ହେବ। ୨୦୧୮ ବର୍ଷରେ ପାରାଦୀପ ବନ୍ଦର ଧାର୍ଯ୍ୟ ଲକ୍ଷ୍ୟ ବାର୍ଷିକ ୧୦୦ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର ଅତିକ୍ରମ କରିବାରୁ ସେହି ଐତିହାସିକ ସଫଳତାର ସ୍ମୃତି ସ୍ବରୂପ ଅତିଥି ଭବନର ନାମ ରଖିଛନ୍ତି ହଣ୍ଡ୍ରେଡ୍‌ ମିଲିୟନ।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ଆରମ୍ଭ ବେଳେ କୌଣସି ଶ୍ରମିକ କର୍ମଚାରୀ ଏଠାରେ ଚାକିରି କରିବାକୁ ଉଚିତ୍‌ ମଣୁ ନ ଥିଲେ। କାରଣ ବନ୍ଦରାଞ୍ଚଳରେ ଟାଉନଶିପ୍‌ ନ ଥିଲା। ଶ୍ରମିକ-କର୍ମଚାରୀଙ୍କ ପାଇଁ ବାଧ୍ୟହୋଇ ବନ୍ଦର କର୍ତ୍ତୃପକ୍ଷ ଟାଉନ୍‌ଶିପ୍‌ କରିବା ସହ ସ୍କୁଲ କଲେଜ, ଖେଳପଡ଼ିଆ, ଚିତ୍ତବିନୋଦନ କେନ୍ଦ୍ର, ପାଠାଗାର, ବଜାର, ଥାନା, ବ୍ୟାଙ୍କଠାରୁ ଆରମ୍ଭ କରି ସବୁକିଛି କରିଛନ୍ତି। ଶିକ୍ଷା କ୍ଷେତ୍ରରେ ବଡ଼ପଡ଼ିଆରେ ପାଥମିକ ସ୍କୁଲ, ମଧୁବନ ପୋଷ୍ଟାଲ ପାଖରେ ଉଚ୍ଚ ପ୍ରାଥମିକ ସ୍କୁଲ, ବଡ଼ପଡ଼ିଆ ବଜାର ପାଖରେ ହାଇସ୍କୁଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ବନ୍ଦର କର୍ମଚାରୀ ସଂଖ୍ୟା ହ୍ରାସ ପାଇବା ଓ ଛତୁଫୁଟିବା ଭଳି ଘରୋଇ ସ୍କୁଲ ଖୋଲିବା ଫଳରେ ପ୍ରଥମେ ବସ୍‌ଷ୍ଟାଣ୍ଡ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ୨୦୧୦-୧୧ରେ ବନ୍ଦର ପ୍ରଶାସନ ବନ୍ଦ କରିଦେଇଥିଲା। ସେହି ବିଦ୍ୟାଳୟ ଘରେ ଏବେ ଡିଏଭି ସ୍କୁଲ ଚାଲିଛି। ମଧୁବନଠାରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲ ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ଭଲରେ ଚାଲୁଥିଲା। ସେତେବେଳେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଆଇନରେ ପରିବର୍ତ୍ତନ କରି ଅଷ୍ଟମ ଶ୍ରେଣୀକୁ ପ୍ରାଥମିକ ବିଦ୍ୟାଳୟରେ ସାମିଲ କଲେ। ତେଣୁ ପାରାଦୀପ ବନ୍ଦରର ହାଇସ୍କୁଲରୁ ୮ମ ଶ୍ରେଣୀ ବାଦ୍‌ପଡ଼ିଲା। ଫଳରେ ପୋର୍ଟ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ବର୍ଷକୁ ବର୍ଷ କମିଗଲା। ବନ୍ଦର କର୍ତ୍ତୃପକ୍ଷ ପୋର୍ଟ ହାଇସ୍କୁଲରେ ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସାମିଲ କରି ମଧୁବନ ସ୍କୁଲ ବନ୍ଦ କରିଦେଲେ। ସ୍କୁଲ ମିଶ୍ରଣ ବେଳେ ସେହି ସ୍କୁଲରେ ପ୍ରାୟ ୪୦୦ ଛାତ୍ରୀଛାତ୍ର ଓ ୩୨ କର୍ମଚାରୀ ଥିଲେ। ଏବେ ସେମାନେ ହାଇସ୍କୁଲରେ ସାମିଲ ହୋଇଛନ୍ତି। ସେହି ପୁରୁଣା ଘରକୁ ଏବେ ଅତିଥି ଭବନ କରାଯାଇଛି। ପାରାଦୀପ ବନ୍ଦରର ମୂଳ ଓ ମୁଖ୍ୟ ଅତିଥି ଭବନ (ଜବାହାର ଗେଷ୍ଟ ହାଉସ) ନେହେରୁ ବଙ୍ଗଳାଠାରେ ରହିଛି। ୧୬ କକ୍ଷ ବିଶିଷ୍ଟ ସେହି ଅତିଥି ଭବନ ସହରଠାରୁ ୧୩ କିମି ଦୂର। ସେଠାରେ ଅଧିକାଂଶ ସମୟ ଅତିଥିଙ୍କୁ ଆବଶ୍ୟକ ଅନୁସାରେ କକ୍ଷ ମିଳୁନାହିଁ। ତେଣୁ ଆଉ ଏକ ଅତିଥି ଭବନ ବନ୍ଦର ପାଇଁ ଆବଶ୍ୟକ ଥିଲା। ତେଣୁ ଏହି ବିଦ୍ୟାଳୟର ନବୀକରଣ କରାଯାଇ ଅତିଥି ଭବନ କରାଗଲା ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବା ଦାବିରେ ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ, ୧୫।୨: ସ୍ଥାନୀୟ କଲେଜ ଛକ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ଅଳିଆ ଗଦାରେ ନିଆଁ ଲଗାଇ...

ମରାମତି ହୋଇପାରୁନି ନଦୀବନ୍ଧ : ଜଳସମ୍ପଦ ବିଭାଗର ଅର୍ଥ ଅଭାବ

ବିରିଡ଼ି,୯।୮(ଡି.ଏନ.ଏ.): ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ଜଳ ସମ୍ପଦ ବିଭାଗର ଖାମଖିଆଲ ନୀତି ଯୋଗୁ ଜଗତ୍‌ସିଂହପୁର ଜଳସମ୍ପଦ ଡିଭିଜନ ଅଧୀନ ୨୨ ମୌଜା ଶଙ୍ଖାରିସାହି...

ରାସ୍ତା କାମ ବେଳେ ବଟି ଆଦାୟ: ଥାନାରେ ଅଭିଯୋଗ

ନାଉଗାଁ, ୧୬।୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ନାଉଗାଁ -ଗାରୋଇ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କୁ କୋରୁଅ ପଞ୍ଚାୟତ ଧୂଆଁପଦା ଗ୍ରାମର ଦୁଇ...

ସତ୍ୟର ଅନ୍ୟ ନାମ ସାମ୍ବାଦିକତା

ଜଗତ୍‌ସିଂହପୁର ଅଫିସ୍‌, ୧୭।୧:ସତ୍ୟର ଅନ୍ୟ ନାମ ସାମ୍ବାଦିକତା। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରିବା ଉଚିତ ବୋଲି ଗୁରୁବାର ଏକବିଂଶତମ...

ରାଜ୍ୟ ସରକାର ଚାଷୀଙ୍କ ସଂଖ୍ୟା କମାଇ ଚାଲିଛନ୍ତି: ଧର୍ମେନ୍ଦ୍ର

ଏରସମା,୨୬ା୧୨(ସ୍ବ.ପ୍ର.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଜପା ବଜାରରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତିକୁ...

ପଞ୍ଚାୟତ ଅଫିସ୍‌ ଆଗରେ ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ରକୁ ବିରୋଧ

ବାଲିଆ, ୨୧।୨: ବିରିଡି ବ୍ଲକ ହାଜିପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ପାଇଁ ସ୍ଥାୟୀ କେନ୍ଦ୍ର ନିର୍ମାଣକୁ ଗୋପାଳ ସାହିର ଜନସାଧାରଣ ବିରୋଧ...

ମାଙ୍କଡ଼, କୁକୁରଙ୍କ ସାହାରା ଭୋଗଦୋକାନୀ: ୨୯ ଦିନ ହେଲା ଯୋଗାଉଛନ୍ତି ଖାଦ୍ୟ

ରଘୁନାଥପୁର, ୧୧।୪ (ଡି.ଏନ୍‌.ଏ.)-କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠ ମଧ୍ୟ ବନ୍ଦ ରହିଛି।...

ଷ୍ଟ୍ରଙ୍ଗ୍‌ରୁମ୍‌, କାଉଣ୍ଟିଂ ହଲ୍‌ରେ ସିସିଟିଭି ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୨ା୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ...

Advertisement
Archives

Model This Week