ବିଦ୍ୟାଳୟରେ ଆଶ୍ରୟ ନେଲେ ଛତିଶଗଡ଼ର ୫ ଶ୍ରମଜୀବୀ ପରିବାର

ସାକ୍ଷୀଗୋପାଳ, ୩୦।୩(ଡି.ଏନ୍‌.ଏ): ପେଟପାଟଣା ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦେଓଚିତ୍ରା ଗ୍ରାମରୁ ପଳାଇ ଆସିଥିବା ୫ ଶ୍ରମଜୀବୀ ପରିବାରର ୩୫ ସଦସ୍ୟ କରୋନା କଟକଣାରେ ଫସି ଯାଇଛନ୍ତି। ଲକ୍‌ଡାଉନ ଯୋଗୁ ସେମାନେ ନିଜ ଗାଁକୁ ଫେରିବା ଅସମ୍ଭବ ହୋଇଛି। ସେମାନେ ଦୟନୀୟ ଅବସ୍ଥାରେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ରହିଥିବା ଜାଣିବା ପରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ସେମାନଙ୍କୁ ଏବେ ପୁରୀ ରାଜପଥ ପାର୍ଶ୍ୱ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ଦିଆଯାଇଛି। ଖାଇବା ନିମନ୍ତେ ସେମାନଙ୍କୁ ଡାଲି ଚାଉଳ ଓ ପନିପରିବା ଦିଆଯାଇଛି। ତେବେ ସେମାନଙ୍କ ସହିତ ରହିଥିବା ଶିଶୁ ଓ ବାଳିକା ବାଳକଙ୍କ ପାଇଁ କ୍ଷୀର ଓ ଅଣ୍ଡା ଦିଆଯିବା ସହ ସ୍ବାସ୍ଥ୍ୟାବସ୍ଥା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦେବାପାଇଁ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ କହିଛନ୍ତି। ଚଳିତ ମାସ ୭ ତାରିଖରେ ସେମାନେ କାମ କରିବା ପାଇଁ ଓଡ଼ିଶା ଆସି ସାକ୍ଷୀଗୋପାଳର ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ କାମରେ ପୁରୁଷମାନେ ନିୟୋଜିତ ହୋଇଥିବା ବେଳେ ମହିଳାମାନେ ଆଖପାଖରେ ଚୁଡିଶଙ୍ଖା ବିକ୍ରି କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ

କୋରାପୁଟ,୧୫।୧୦(ସ୍ବ.ପ୍ର): କୋରାପୁଟ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି...

ବିଲ୍‌ ନ ମିଳିବାରୁ ଠିକାଦାରଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ଗଞ୍ଜାମ,୧୨ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରର ବିଭିନ୍ନ ୱାର୍ଡରେ ଏନ୍‌ଏସି ପକ୍ଷରୁ ୧୦ ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ମାତ୍ର ଠିକାଦାରଙ୍କୁ ଏହାର...

ସୁଷମାଙ୍କ ହ୍ୟାଟ୍ରିକ, ସଂଘର୍ଷରେ ମାନସ ବିଜୟୀ

ଖଇରା, ୨।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକର ୬ନଂ. ଗର୍ସଙ୍ଗ ଜୋନ ଓ ୫ନଂ. ତୁଡିଗଡିଆ ଜିଲାପରିଷଦ ଜୋନ ବିଜେଡି ସପକ୍ଷରେ ଯାଇଛି ା ୬ନଂ....

ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ବୃଦ୍ଧା

ମାର୍ଶାଘାଇ, ୩।୪ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡ଼କୁଳ ଗ୍ରାମର ଜନୈକା ବୃଦ୍ଧା ଯନ୍ତ୍ରଣା ସହି ନ ପାରି ଶୁକ୍ରବାର ଜୀବନ ହାରିଛନ୍ତି। ସେ...

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଗୁପ୍ତ ବିଧି

ପୁରୀ ଅଫିସ,୨୯ା୭:ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ସେଠାରେ ଶ୍ରଦ୍ଧାଳୁମାନେ ଠାକୁରମାନଙ୍କୁ ଉପାସନା କରୁଛନ୍ତି। ଏମିତି କି ଅନେକ...

ଅଭିଯୋଗ ସମାଧାନ ପାଇଁ ଖୋଲିବ ୨୪ ଘଣ୍ଟିଆ କଲ୍‌ ସେଣ୍ଟର

ପୁରୀ ଅଫିସ,୭।୧୨: ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଖୁବ୍‌ଶୀଘ୍ର ୨୪ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯିବ। ଲୋକଙ୍କ ଅଭିଯୋଗ ସିଧାସଳଖ ଯେଭଳି ତୁରନ୍ତ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ...

କାମ ସାରି ଘରକୁ ଫେରୁଥିଲେ, ହେଲେ ରାସ୍ତାରେ ଜଗି ବସିଥିଲା ମୃତ୍ୟୁ

ଛତିଆ,୭।୭(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଛତିଆ ଚଟିଘର ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା...

ପୋଲିସ ଗାଡ଼ି ଧକ୍କାରେ ମହିଳାଙ୍କ ଜୀବନ ଚାଲିଗଲା

କୋକସରା,୧।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଭୁର୍ଷାଗୁଡା ବିଜୁ ଏକ୍ସପ୍ରେସ ୱେରେ ଶୁକ୍ରବାର ପୋଲିସ ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ...

Advertisement
Archives

Model This Week