ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ,୧୫ା୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯେପରି ସବୁ କିଛି ଥମିଯାଇଛି। ଏଥିରୁ ବିବାହ ମଧ୍ୟ ବାଦ୍‌ ପଡ଼ିନାହିଁ। ପୂର୍ବରୁ ଠିକ୍‌ ହୋଇ ସାରିଥିବା ବିବାହ ତାରିଖକୁ ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ସବୁ ଲୋକ ଆଗକୁ ଘୁଞ୍ଚାଇ ଦେଉଥିବା ବେଳେ ଆଉ କେତେକ ଭିଡିଓ କଲ୍‌ ଜରିଆରେ ବିବାହ କରୁଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ହରିୟାଣାରୁ ଏକ ରୋମାଞ୍ଚକର ଘଟଣା ସାମ୍ନାକୁ ଆସିଛି। ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତାରାତି କୋର୍ଟ ଖୋଲାଯାଇ ବିବାହ ସମ୍ପନ୍ନ କରାଯାଇଛି। ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବରୁ ଅନ୍‌ଲାଇନ୍‌ ଜରିଆରେ ମାକ୍ସିକୋର ଯୁବତୀ ଡାନା ଜୋହରୀ ଓ ରୋହତକର ଯୁବକ ନିରଞ୍ଜନ କଶ୍ୟପଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ସମୟକ୍ରମେ ପ୍ରେମରେ ପରିଣତ ହୋଇଥିଲା।

୨୦୧୮ରେ ଦୁହିଁଙ୍କର ନିର୍ବନ୍ଧ ସରିଥିବା ବେଳେ ୨୦୧୯ ଫେବୃୟାରୀ ୧୧ରେ ଡାନା ଓ ତାଙ୍କ ମା’ ବିବାହ ପାଇଁ ଭାରତକୁ ଆସିଥିଲେ। କିନ୍ତୁ ସେମାନଙ୍କ ବିବାହରେ ନାଗରିକତା ବାଧା ସୃଷ୍ଟି କରିଥିଲା। ଏଥିପାଇଁ ଜିଲା ମାଜିଷ୍ଟ୍ରେଟଙ୍କୁ ନିରଞ୍ଜନ ଓ ଡାନା ଏକ ଆବେଦନ ମଧ୍ୟ କରିଥିଲେ। ଏହାପରେ ଜିଲା ମାଜିଷ୍ଟ୍ରେଟ ବିବାହ ପାଇଁ ଅନୁମତି ଦେବା ସହ ବିବହାରେ କୌଣସି ସମସ୍ୟା ସୃଷ୍ଟି ନ ହେବା ପାଇଁ ଏକ ନୋଟିସ୍‌ ଜାରି କରିଥିଲେ। ହେଲେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଯାଇଥିଲା। ଫଳରେ ଡାନା ଓ ନିରଞ୍ଜନଙ୍କ ବିବାହ ଅଟକିଯାଇଥିଲା। ଲକ୍‌ଡାଉନ୍‌ ଯୋଗୁ ବିବାହ ଅଟକିଥିବା ଜାଣି ଜିଲା ମାଜିଷ୍ଟ୍ରେଟ ରାତି ୮ଟାରେ କୋର୍ଟ ଖୋଲିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସୂଚନା ମୁତାବକ ଡାନା ମା’ଙ୍କୁ ମଧ୍ୟ ନିଜ ଦେଶକୁ ଏପ୍ରିଲ ୨୪ରେ ଫେରିବାକୁ ଥିଲା। ହେଲେ ମଙ୍ଗଳବାର ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି ହେବା ଯୋଗୁ ଏବେ ସେ ମେ’ ୫ରେ ମାକ୍ସିକୋ ଫେରିବେ ବୋଲି ଜଣାପଡ଼ିଛି। ତେବେ ବିଦେଶୀ କନ୍ୟା ଓ ଦେଶୀ ବରଙ୍କ ଏହି ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣାୟତ୍ତ ମୁହାଁ କରୋନା: ରାଜ୍ୟଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ-ଆଇସିଏମଆର…

ନୂଆଦିଲ୍ଲୀ,୨୫।୩ : ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ...

ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୦ ।୬: କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ନାମନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ।...

ସରକାରୀ ବିଦ୍ୟାଳୟରେ ରହିବ ପ୍ଲେ ସ୍କୁଲ

ନୂଆଦିଲ୍ଲୀ, ୫ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶିକ୍ଷା ଯୋଜନା ୨.୦ ଲାଗୁ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ୧...

ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା

ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍‌ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍‌ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ...

ସବୁଦିନ ପାଇଁ ବିଦାୟ ନେଲେ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି, ଏମିତି ଥିଲା ତାଙ୍କ ଜୀବନଶୈଳୀ

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଥିବା ଆମେରିକାର ସବୁଠୁ ଉଚ୍ଚ ବ୍ୟକ୍ତି ଇଗୋର ଭୋଭ୍‌କୋଭିନ୍‌ସ୍କି ମାତ୍ର ୩୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ...

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଜିଦ୍‌ରେ ଚାଷୀ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ ପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ...

ରାଉରକେଲାକୁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ସୁନ୍ଦରଗଡ଼,୧୦ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସୁନ୍ଦରଗଡ଼ ଜିଲାରେ ପୁଣି ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଜିଲା...

ଆରିଜୋନା

ଆମେରିକାର ଦକ୍ଷିଣ-ପଶ୍ଚିମରେ ଥିବା ଏହି ରାଜ୍ୟଟି ଏଠାରେ ଥିବା ଗ୍ରାଣ୍ଡ କ୍ୟାନିଅନ୍‌ ପାଇଁ ସାରା ବିଶ୍ୱରେ ପରିଚିତ। ଜାଣିବା ଏ ସମ୍ପର୍କରେ ଅନେକ ରୋଚକ ତଥ୍ୟ…...

Advertisement
Archives

Model This Week