ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ,୧୫ା୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯେପରି ସବୁ କିଛି ଥମିଯାଇଛି। ଏଥିରୁ ବିବାହ ମଧ୍ୟ ବାଦ୍‌ ପଡ଼ିନାହିଁ। ପୂର୍ବରୁ ଠିକ୍‌ ହୋଇ ସାରିଥିବା ବିବାହ ତାରିଖକୁ ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ସବୁ ଲୋକ ଆଗକୁ ଘୁଞ୍ଚାଇ ଦେଉଥିବା ବେଳେ ଆଉ କେତେକ ଭିଡିଓ କଲ୍‌ ଜରିଆରେ ବିବାହ କରୁଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ହରିୟାଣାରୁ ଏକ ରୋମାଞ୍ଚକର ଘଟଣା ସାମ୍ନାକୁ ଆସିଛି। ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତାରାତି କୋର୍ଟ ଖୋଲାଯାଇ ବିବାହ ସମ୍ପନ୍ନ କରାଯାଇଛି। ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବରୁ ଅନ୍‌ଲାଇନ୍‌ ଜରିଆରେ ମାକ୍ସିକୋର ଯୁବତୀ ଡାନା ଜୋହରୀ ଓ ରୋହତକର ଯୁବକ ନିରଞ୍ଜନ କଶ୍ୟପଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ସମୟକ୍ରମେ ପ୍ରେମରେ ପରିଣତ ହୋଇଥିଲା।

୨୦୧୮ରେ ଦୁହିଁଙ୍କର ନିର୍ବନ୍ଧ ସରିଥିବା ବେଳେ ୨୦୧୯ ଫେବୃୟାରୀ ୧୧ରେ ଡାନା ଓ ତାଙ୍କ ମା’ ବିବାହ ପାଇଁ ଭାରତକୁ ଆସିଥିଲେ। କିନ୍ତୁ ସେମାନଙ୍କ ବିବାହରେ ନାଗରିକତା ବାଧା ସୃଷ୍ଟି କରିଥିଲା। ଏଥିପାଇଁ ଜିଲା ମାଜିଷ୍ଟ୍ରେଟଙ୍କୁ ନିରଞ୍ଜନ ଓ ଡାନା ଏକ ଆବେଦନ ମଧ୍ୟ କରିଥିଲେ। ଏହାପରେ ଜିଲା ମାଜିଷ୍ଟ୍ରେଟ ବିବାହ ପାଇଁ ଅନୁମତି ଦେବା ସହ ବିବହାରେ କୌଣସି ସମସ୍ୟା ସୃଷ୍ଟି ନ ହେବା ପାଇଁ ଏକ ନୋଟିସ୍‌ ଜାରି କରିଥିଲେ। ହେଲେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଯାଇଥିଲା। ଫଳରେ ଡାନା ଓ ନିରଞ୍ଜନଙ୍କ ବିବାହ ଅଟକିଯାଇଥିଲା। ଲକ୍‌ଡାଉନ୍‌ ଯୋଗୁ ବିବାହ ଅଟକିଥିବା ଜାଣି ଜିଲା ମାଜିଷ୍ଟ୍ରେଟ ରାତି ୮ଟାରେ କୋର୍ଟ ଖୋଲିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସୂଚନା ମୁତାବକ ଡାନା ମା’ଙ୍କୁ ମଧ୍ୟ ନିଜ ଦେଶକୁ ଏପ୍ରିଲ ୨୪ରେ ଫେରିବାକୁ ଥିଲା। ହେଲେ ମଙ୍ଗଳବାର ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି ହେବା ଯୋଗୁ ଏବେ ସେ ମେ’ ୫ରେ ମାକ୍ସିକୋ ଫେରିବେ ବୋଲି ଜଣାପଡ଼ିଛି। ତେବେ ବିଦେଶୀ କନ୍ୟା ଓ ଦେଶୀ ବରଙ୍କ ଏହି ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri