ବିଜେଡି ବିରୋଧରେ ଏସ୍‌ପିଙ୍କୁ ଫେରାଦ ହେଲା ଭାଜପା

ବ୍ରହ୍ମପୁର ଅଫିସ,୩୦ା୪-ପ୍ରଥମ ପର୍ଯ୍ୟାୟ ଅର୍ଥାତ ଗତ ୧୧ ତାରିଖରେ ଚିକିଟି ବିଧାନସଭା ଆସନ ଲାଗି ହୋଇଥିବା ମତଦାନ ପରେ ବିଜେଡି ନେତା ଓ କର୍ମୀମାନେ ଭାଜପା ନେତା, କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏପରିକି ଭାଜପାକୁ ସମର୍ଥନ କରୁଥିବା ଲୋକଙ୍କୁ ଗାଁରୁ ବାସନ୍ଦ କରିଥିବା ନେଇ ଜରଡ଼ା, କେ.ନୂଆଗାଁ  ଓ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏସବୁ ଥାନାରେ ୧୪ଟି ଅଭିଯୋଗ ହୋଇଥିବା ବେଳେ ପୋଲିସ କେବଳ ୭ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ବିରୋଧରେ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇନି ବୋଲି ଭାଜପା ଅଭିଯୋଗ କରିଛି। ଭାଜପାର ଏକ ପ୍ରତିନିଧି ଦଳ ଏ ନେଇ ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ରଙ୍କ ନିକଟରେ ଫେରାଦ ହୋଇଛି। ଉପରୋକ୍ତ ୩ ଥାନାରେ ଦିଆଯାଇଥିବା ୧୪ ଏତଲା ସମ୍ପର୍କରେ ଏସପିଙ୍କ ସହ ଆଲୋଚନା ହୋଇଥିବା ସୋମବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ଏମ୍‌ପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଖବରଦାତାଙ୍କୁ ସୂଚନା ଦେଇଛନ୍ତି।

ଭୃଗୁ ଆହୁରି କହିଛନ୍ତି, ଯେଉଁମାନେ ଭାଜପାକୁ ସମର୍ଥନ କରିଥିଲେ ଏବଂ ନିର୍ବାଚନ ପ୍ରଚାର ବେଳେ ଆମ ସହ ଯୋଡ଼ି ହୋଇଥିଲେ ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଛି। ଚିକିଟିରେ ବିଜେଡି କର୍ମୀ ଓ ନେତାଙ୍କ ଗୁଣ୍ଡାରାଜ୍‌ ସମସ୍ତ ସୀମା ଲଂଘିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଭୁବନେଶ୍ୱର ଓ ପରେ କେନ୍ଦ୍ରାପଡ଼ା ନିର୍ବାଚନ ପ୍ରଚାରରେ ଯୋଗ ଦେଇଥିବା ବେଳେ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି। ଯେଉଁ ଅଞ୍ଚଳର ମହିଳାମାନେ ଭାଜପା ପାଇଁ ପ୍ରଚାର କରୁଛନ୍ତି, ସେମାନଙ୍କ ଘରକୁ ବିଜେଡିର ଗୁଣ୍ଡାମାନେ ଯାଇ ଅତ୍ୟାଚାର କରୁଛନ୍ତି। ଥାନାରେ ଏଭଳି ସଂଗୀନ ଅଭିଯୋଗ ପରେ ବି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ପୋଲିସ ପକ୍ଷରୁ ସହଯୋଗ ମିଳିଲା ନାହିଁ। ତେଣୁ ସୋମବାର ଭାଜପା ଜିଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସପିଙ୍କ ନିକଟରେ ଫେରାଦ ହୋଇଛି। ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ଭୃଗୁ ସୂଚନା ଦେଇଛନ୍ତି।  ଅନ୍ୟପକ୍ଷରେ ଏସପି  କହିଛନ୍ତି, ନିର୍ବାଚନ ବେଳେ ହୋଇଥିବା ହିଂସା ନେଇ ଭାଜପା ପ୍ରତିନିଧି ଦଳ ଏକ ସ୍ମାରକପତ୍ର ଦେଇଛି।

ସେମାନେ କରିଥିବା ଅଭିଯୋଗ ଗୁଡ଼ିକ ନେଇ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଅନ୍ୟପଟେ ଭାଜପା ନେତା ଓ କର୍ମୀଙ୍କ ବିରୋଧରେ ବିଜେଡି ପକ୍ଷରୁ ବିଭିନ୍ନ ଥାନାରେ ପାଲଟା ଅଭିଯୋଗ କରାଯାଇଛି। ଭାଜପା ତରଫରୁ ଦିଆଯାଇଥିବା ପିଟିଶନଗୁଡ଼ିକର ତଦନ୍ତ କରିବା ପାଇଁ ଅତିରିକ୍ତ ଏସପି ପ୍ରଭାତ ଚନ୍ଦ୍ର ରାଉତରାୟଙ୍କୁ ଦାୟିତ୍ୱ ଦିଆଯାଇଥିବା ଏସପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri